//BREAKING//
Loading...

କୋରାପୁଟ ଜିଲ୍ଲା ଜୟପୁର ଠାରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

 କୋରାପୁଟ ଜିଲ୍ଲା ଜୟପୁର ଠାରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

ଜୟପୁର:---- 

(ତର୍ଜମା ବ୍ୟୁରୋ ନ୍ୟୁଜ )

ଜୟପୁର- କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ୨୯୫୭ ମାମଲାର ଫୈସଲା କରାଯାଇଛି।ଆଜି କୋରାପୁଟ, କୋଟପାଡ଼, ବୋରିଗୁମ୍ମା, ଲକ୍ଷ୍ମୀପୁର, ଦଶମନ୍ତପୁର, ସେମିଲିଗୁଡା, ଲମତାପୁଟର ବିଭିନ୍ନ ଅଦାଲତରେ ପଡିରହିଥିବା ଭିନ୍ନ ଭିନ୍ନ ଜିଲ୍ଲାର ଅନ୍ୟାନ୍ୟ ବିଚାରାଳୟ ପରିସରରେ ୨୦୨୩ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ୍ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇଥିଲା । ଜୟପୁରର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟନାରାୟଣ ମିଶ୍ର, ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଶ୍ରୀ ରାଜେଶ୍ ଏକ୍କା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ଇ.ବିଶ୍ଳେଶ୍ବର ରାଓ, ପରିବାର ଅଦାଲତର ବିଚାରପତି ଡଃ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସ ଅଦାଲତ ଶ୍ରୀ ସି.ଏଚ୍. ବାସୁଦେବ ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି, ସି.ଜେ.ଏମ୍. ଶ୍ରୀ ଦିଲ୍ଲୀପ କୁମାର ସାହୁ ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀ ବି.ପ୍ରସାଦ ଦେବତା, ଶ୍ରୀମତୀ ରେଖାରାଣୀ ପଣ୍ଡା, ବରିଷ୍ଠ ଦେୱନୀ ବିଚାରପତି ତଥା ସହାୟକ ଦୌରା ଜଜ୍ ଶ୍ରୀମତୀ ଅଞ୍ଜଳୀ ମାଛଖଣ୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଶ୍ରୀ ସୁମନ ଜେନା ଏସ୍.ଡି.ଜେ.ଏମ୍. ଶ୍ରୀ ସଞ୍ଜୟ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ, ଦଣ୍ଡାଧିକାରୀ କୁମାର ବେହେରା ଉପସ୍ଥିତ ରହି ମକଦ୍ଦମା ସମାଧାନ କରିଥିଲେ । ଏହା ବ୍ୟତୀତ ଜୟପୁର ଓକିଲ ସଂଘର ବରିଷ୍ଠ ଆଇନ ଜୀବୀ ଶ୍ରୀ ଶଶାନନ୍ଦ ମିଶ୍ର, ଶ୍ରୀ ପି.ଇଶ୍ବର ରାଓ, ଶ୍ରୀ ଆନନ୍ଦ ରଥ, ଶ୍ରୀ ସୁଧିର କୁମାର ପାଢୀ, ଶ୍ରୀ ଗୋପବନ୍ଧୁ ସାନ୍ତା, ଶ୍ରୀ ସୁନିଲ କୁମାର ମହାନ୍ତି, ଶ୍ରୀ ଜ୍ୟୋତିରଞ୍ଜନ ପୁଜାରୀ, ଶ୍ରୀ ଗିରିଧର ଖୋରା, ଏସ.ଏମ. ଦିନବନ୍ଧୁ ଶ୍ରୀ ନିର୍ଭିକ ସାମନ୍ତରାଏ, ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ କେଶ ଗୁଡିକର ସମାଧାନ କରିବାରେ ସହଯୋଗ କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମୁଦାୟ ମୋଟ ୭୯ କ୍ରିମିନାଲ କମ୍ପାଉଣ୍ଡବେଲ୍ ମଧ୍ୟରୁ ୦୫ ଟି ଫେସଲା ହୋଇଥିଲା, ଏନ.ଆଇ.ଆ ୭୩ ଟି ମଧ୍ୟରୁ ୨୫ ଟି ଫେସଲା ହୋଇ ୧୦୪୬୮୪୮୩ ଟଙ୍କା ଧାର୍ଯ୍ୟ ହୋଇଥିଲା, ବ୍ୟାଙ୍କ ମାମଲା ୯୮ ଟି ମଧ୍ୟରୁ ୦୯ ଫେସଲା ହୋଇ ୬୬୨୭୫୯ ଟଙ୍କା ଧାର୍ଯ୍ୟ ହୋଇଥିଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ ୧୮୪ ଟି ମଧ୍ୟରୁ ୨୩ ଟି ଫେସଲା ହୋଇ ୧୨୧୩୦୦୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା, ଶ୍ରମବିବାଦ, ପାରିବାରିକ ବୈବାହିକ ମାମଲା ୧୯ ମଧ୍ୟରୁ ୧୩ ଟି ଫେସିଲା ହୋଇ ୧୫୩୪୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା, ସେହିପରି ଅନ୍ୟାନ୍ୟ ସିଭିଲ୍ କେଶ୍ ୩୮ଟି ମଧ୍ୟରୁ୧୮ଟି ଫେସଲା କରାଯାଇ ୫୦୦୦୦୦ ଟଙ୍କା ଧାର୍ଯ୍ୟକରାଯାଇଥିଲା। ଗ୍ରାହକ ବିବାଦ ୧୦ ମଧ୍ୟରୁ ୦୧ ଫେସଲା କରାଯାଇଥିଲା, ଅନ୍ୟାନ୍ୟ କ୍ରିମିନାଲ ବିବାଦ ମଧ୍ୟରେ ୧୮୧ ମଧ୍ୟରୁ ୬୧ଟି ଫେସଲା କରାଯାଇଥିଲା । ସେହିପରି ଜିଲ୍ଲାର ବିଭିନ୍ନ ତହସିଲ ଓ ରାଜସ୍ବ ବିଭାଗ ଦ୍ବାରା ୨୬୪୧ ମାମଲା ମଧ୍ୟରୁ ୨୫୬୮ ଫୈସଲା କରାଯାଇ ୨୯୭୪୪୮ ଟଙ୍କା ଆଦାୟ ହୋଇଥିଲା, 1. ଏବଂ ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀ ଦାୟର ହୋଇନଥିବା) କେଶ୍ ମଧ୍ୟରେ ବ୍ୟାଙ୍କ ବିବାଦ ଓ ଅନ୍ୟ ମକଦ୍ଦମା ବିବାଦ ୧୭୭୫ ମାମଲା ମଧ୍ୟରୁ ୨୩୪ ଟି ସମାଧାନ କରାଯାଇ ୭୭୨୨୫୮୧ – ଟଙ୍କା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।


 ଜୟପୁର ରୁ 

ବିଷ୍ଣୁପ୍ରିୟା ସାହୁ ଙ୍କ ରିପୋର୍ଟ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe