ଜୟପୁର ସହର ରେ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ !!
ଜୟପୁର:---
(ତର୍ଜମା ବ୍ୟୁରୋ ନ୍ୟୁଜ )
କୋରାପୁଟ ଜିଲ୍ଲା ଜୟପୁର ସହରର ଲକ୍ଷ୍ମୀପଣ୍ଡା ଛକଠାରୁ ଜଗତଜନନୀ ମନ୍ଦିର ପର୍ଯ୍ୟନ୍ତ ଆଜି ଜବରଦଖଲ ଉଛେଦ କରାଯାଇଛି।୨୬ ନମ୍ବର ଜାତୀୟ ରାଜପଥ ଏବଂ ଜୟପୁର ସହର ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵ ନାଳ ଉପରେ ଜବରଦଖଲ କରି ରହିଥିବା ଦୋକାନ ବଜାରକୁ ଉଛେଦ କରାଯାଇଛି।ଜୟପୁର ମୁନ୍ସୀପାଲଟି ନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜିର ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଥିଲା।ଜୟପୁର ପୋୖର ଅଧିକାରୀ ନିଜେ ଉପସ୍ଥିତ ରହିବା ସହ ସମସ୍ତ ପୋୖର କର୍ମଚାରୀ ମାନେ ମଧ୍ୟ ନିୟୋଜିତ ଥିଲେ।ଦୀର୍ଘଦିନ ଧରି ଜବରଦଖଲ କରି ରହିଆସୁଥିବା ବସ୍ତି ବାସିନ୍ଦାଙ୍କୁ ୧୫ ଦିନ ପୂର୍ବରୁ ପୌରପରିଷଦ ତରଫରୁ ସୂଚନା ଜାରି କରାଯାଇଥିଲା ଓ ପ୍ରଚାର ଗାଡି ମାଧ୍ୟମରେ ବାରମ୍ବାର ସୂଚନା ଦିଆଯାଇଥିଲା।ଆଜିର ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ବରେ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଥିଲା।ମୁନ୍ସୀପାଲଟି ଅଧିକାରୀ ବିରୋଧ କରୁଥିବା ଲୋକଙ୍କୁ ବୁଝାସୁଝା କରିବା ପରେ ଉଚ୍ଛେଦ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହୋଇଥିଲା।ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଦୁଇଗୋଟି ଜେସିବି ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ
Post a Comment