ଜୟପୁର ଠାରେ ନିର୍ମାଣ ହେବ ଶ୍ରୀ ରାମ ମନ୍ଦିର !!!
ଜୟପୁର:-----
(ତର୍ଜମା ବ୍ୟୁରୋ ନ୍ୟୁଜ )
କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ଗତ ତା 05/05/23 ରିଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଗୀତା ଭବନ ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆବାହକ ହିମାଂଶୁ ମହାପାତ୍ରଙ୍କ ଦ୍ଵାରା ଏହି ବୈଠକ ର ପରିଚାଳନା ଓ ଆଗାମୀ ଦିନରେ ନାକ୍ଟି ଡଙ୍ଗର ପାହାଡ ଉପରେ ଏକ ଭବ୍ୟ ରାମ ମନ୍ଦିର ଓ 108 ଫୁଟ ଉଚ୍ଚତା ର ଏକ ହନୁମାନଙ୍କ ବିଗ୍ରହ ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଛି। ଏହି ପରିକଳ୍ପନା କୁ ବାସ୍ତବ ରୂପ ଦେବାପାଇଁ ସାମୁହିକ ମତାମତ ନିଆ ଯାଇଥିଲା। ଶଙ୍କରାଚାର୍ଯ୍ୟଙ୍କ ପୀଠ ରୁ ନିର୍ଦ୍ଦେଶ କ୍ରମେ ମାତୃ ପ୍ରସାଦ ଭାଇଙ୍କ ସହିତ ବି ଯୋଗାଯୋଗ କରାଯାଇ ଏହି ସ୍ୱରୂପ ର ନିର୍ଦ୍ଦେଶ ନିଆଯାଇଥିଲା। ଆଗାମୀ ଦିନରେ ଏହି ମନ୍ଦିର ନିର୍ମାଣ ନିମନ୍ତେ ପୁଣି କେମିତି ରୂପରେଖ ତିଆରି କରାଯିବ ଓ ଏହା ନିମନ୍ତେ କମିଟି ନିର୍ମାଣ କରାଯିବ ତତ୍ ସହିତ ଗ୍ରୀନ୍ ଟ୍ରିବ୍ୟୁନାଲ ପ୍ରଶାସନିକ ଅନୁମୋଦନ ଓ ଜନ ସଂପର୍କ କରାଯିବ ତାହାର ରୁପରେଖା ତିଆରି କରାଯାଇଛି। ଆଗାମୀ ଦିନରେ ଏକ ବିରାଟ ରାମ ଭକ୍ତ ବନ୍ଧୁ ସମାଗମ କରାଯିବ ଓ ସେଇଠାରେ ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ଓ ଜନ ସହଯୋଗ ରେ ମନ୍ଦିର ଓ ବିଗ୍ରହ ନିର୍ମାଣ ର କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଆଜିର ଏହି ବୈଠକ ରେ ଅସ୍ଥାୟୀ ଭାବେ ରାମ ଚନ୍ଦ୍ର ନିଶାଙ୍କ ଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ପରିଚାଳନା କମିଟିର ସଦସ୍ୟ ଲିଙ୍ଗରାଜ ନିଶାଙ୍କ, ଧୀରନ୍ ମୋହନ ପଟ୍ଟନାୟକ, ସିମାଞ୍ଚଳ ମିଶ୍ର,ସୁବେନ୍ଦୁ ଶେଖର ବ୍ରହ୍ମା, ଅମର ଆହୁଜା,ବୁଲୁ ଶର୍ମା,ନିଶାନ ପଟ୍ଟନାୟକ,କାଳୀ ଚରଣ ଦେବଶର୍ମା, ସୁଜିତ ପାଣି,ଟିଙ୍କୁ,ରାଜେନ୍ଦ୍ର କୁମାର ସାହୁ, ସତୀଶ ନନ୍ଦ, ଆର୍ କିରଣ କୁମାର,କେ ସନ୍ତୋଷ କୁମାର, ବରୁଣ ଜୈନ୍, ବାଦଲ ସାନ୍ତ୍ରା ପାତ୍ର,ବିଜୟ କୁମାର ସିଂଘଦେବ, ମୁନା ପାଡି,ସାନୋ ଗନ୍ତାୟତ, ବୈଦନାଥ ମିଶ୍ର, କୋମଳ କାନ୍ତ ରାଥ,ସୁରେଶ ହୋତା,ସମେତ ଜୟପୁର ର ଅନେକ ରାମ ଭକ୍ତ ଓ ସମସ୍ତ ମନ୍ଦିରର ପୂଜକ ମାନେ ମଧ୍ୟ ଉପସ୍ଥିତ ଥିଲେ I
Post a Comment