//BREAKING//
Loading...

ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜ ସଚେତନତା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ।

 ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜ ସଚେତନତା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ  ଆୟୋଜିତ । 



କୋରାପୁଟ:-----

(ତର୍ଜମା ନ୍ୟୁଜ )


କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁନ୍ଦ୍ରା ବ୍ଲକ ଅଞ୍ଚଳ ରେ 

 ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜ ସଚେତନତା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ  ଆୟୋଜିତ ହୋଇ ଯାଇଛି । 

ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲାର 14 ଟି ବ୍ଲକର ପ୍ରାୟ 700 ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ  l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜ ର ସଭାପତି ପ୍ରକାଶ ଚନ୍ଦ୍ର ମଲ୍ଲିକ, ସମ୍ପାଦକ -ନାରାୟଣ ମଲ୍ଲିକ, ଉପଦେଷ୍ଟା - ହରିହର ମଲ୍ଲିକ, ଭଗବାନ ମଲ୍ଲିକ, ନାରାୟଣପାଟଣା ବ୍ଲକର ସମାଜ ସଭାପତି ଦୟାନିଧି ପ୍ରଧାନ, ପ୍ରେମାନନ୍ଦ ନାୟକ, କିଶୋର ବେହେରା, ମୋକର ଧ୍ୱଜା ମଲ୍ଲିକ, ତରୁଣ କୁମାର ଜେନା, ଦୈତାରୀ ମଲ୍ଲିକ ଓ କାର୍ତିକ ରାଉତ ପ୍ରମୁଖ ମଞ୍ଚାସିନ ହୋଇଥିଲେ l

କାର୍ଯ୍ୟକ୍ରମ ଆରମ୍ଭରେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ଦ୍ବୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ମଙ୍ଗଳିକ ନୃତ୍ୟ କୁନି କୁନି ପିଲାଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା l ଖଣ୍ଡାୟତ, କ୍ଷତ୍ରିୟ ଓ ପାଇକ ସମାଜ ର ବିଶିଷ୍ଟ ବ୍ୟକ୍ତିତ୍ୱ ସ୍ବର୍ଗୀୟ ତ୍ରିପତି ଗୁରୁ  ନିଜର ପରିବାର ଠାରୁ ଅଧିକା ସମାଜ ପ୍ରତି ଉଚ୍ଛର୍ଗୀକୃତ ରହିଥିଲେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l  

ବୈଠକ ଆରମ୍ଭ ହେବା ପରେ ସମାଜ ରେ ରହିଥିବା ମୌଳିକ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲଚନା କରାଯାଇଥିଲା, ଏଥି ସହ କୁନ୍ଦ୍ରା ବ୍ଲକ ଅଞ୍ଚଳରେ ରହୁଥିବା ନିହାତି ଗରିବ ଅସହାୟ ଶ୍ରେଣୀର ପରିବାର ଙ୍କ ପାଇଁ ସମାଜର କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ l ଉପସ୍ଥିତ କୋଟପାଡ଼ ବିଧାୟିକା କୁ ପାଇକ ସମାଜ ପାଇଁ ଏକ ସମାଜ ସଭାଗୃହ ନିର୍ମାଣ ପାଇଁ ସମାଜ ତରଫରୁ ଅନୁରୋଧ କରିଥିଲେ ଯାହା ବିଧାୟିକା ନିଜର ଉଦବୋଧନ ବେଳେ ଅତିଶୀଘ୍ର ଅନୁରୋଧ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ବିଧାୟିକା ଙ୍କ ଦ୍ୱାରା ପାଇକ ସମାଜର ବିଶିଷ୍ଟ ଓ ବରିଷ୍ଠ ବୁଦ୍ଧିଜୀବୀ ତଥା ସମାଜ ପାଇଁ ଉଚ୍ଛର୍ଗୀକୃତ ବ୍ୟକ୍ତି ବିଶେଷ 18 ଜଣଙ୍କୁ ମାନପତ୍ର ଓ ପୁରସ୍କାର ସହ ସଂମ୍ମାନିତ କରିଥିଲେ l

କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ମନରଞ୍ଜନ କରାଯାଇଥିଲା l             କୋରାପୁଟ ଜିଲ୍ଲାରୁ ଶଙ୍କର କୁମାର ମହାନ୍ତି ଙ୍କ ରିପୋର୍ଟ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe