ବନବିଭାଗର ନର୍ସରୀ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, କାଦୁଅ ଫିଙ୍ଗାରେ ବ୍ୟସ୍ତ ବନକର୍ମଚାରି!!!
କଲମପୁର:----
(ତର୍ଜମା ନ୍ୟୁଜ )
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କଲମପୁର ବନପାଳଙ୍କ କାର୍ଯ୍ୟାଳୟ ଜରିଆରେ ହୋଇଥିବା ନର୍ସରୀ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି ବିଭାଗୀୟ କର୍ମକର୍ତ୍ତା ମାନଙ୍କ ଅର୍ଥ ଉପାର୍ଜନର ମାଧ୍ୟମ ପାଲଟିଥିବା ଏହି କାର୍ଯ୍ୟ ପରିବେଶବିତ୍ ମାନଙ୍କୁ ଚିନ୍ତାଗ୍ରସ୍ତ କରିବାରେ ବାଧ୍ୟ କରିଛି l ରକ୍ଷକ ହିଁ ଭକ୍ଷକ ସାଜିଲା ପରି ବିଭାଗୀୟ କର୍ମଚାରୀ ମାନେ ମାଛ ତେଲରେ ମାଛ ଭାଜି ହୃଷ୍ଟପୃଷ୍ଟ ହୋଇ ଚାଳିଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ପରିଦର୍ଶନ ଶୂନ୍ୟତାରୁ ଏଭଳି ଜନହିତକର ଯୋଜନା ବିଫଳଗାମୀ ହେବାରେ ଲାଗିଛି l ଦେପୁର ପଞ୍ଚାୟତ ଅଧିନସ୍ଥ କଦଳିଚୁଆ ଦେବଗିରି ପାହାଡ ପାଦଦେଶରେ ବନବିଭାଗ ଦ୍ଵାରା ନର୍ସରୀ ପ୍ରାୟ ୨୧୦୦୦ ବିହନ ମଞ୍ଜି ପୋତାଯାଇଛି l ଏକବର୍ଷ ତଳେ ଏହି ନର୍ସରୀ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଚାରା ନଷ୍ଟ ହୋଇଗଲା , ଏହାକୁ କରିତ୍କର୍ମା ବାବୁ ମାନେ ଲୁଚାଇବା ପାଇଁ ପୁନର୍ବାର ସେହି ପଲିଥିନ , ସେହି ମାଟିରେ ବିହନ ପୋତି ଗଛ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତେବେ ସେହି ଗଛ ମଧ୍ୟ ମାରିବାକୁ ବସିଲାଣି l କେଉଁ ଯୋଜନା ରୁ କେତେ ଟଙ୍କା ଆସି ବିନିଯୋଗ ହୋଇଛି ତାହା ବିଭାଗୀୟ ଅଧିକାରୀ ମାନେ ସ୍ପଷ୍ଟ କରୁନଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ମଧ୍ୟ ଲଗାଯାଇନାହି l ନିୟମାନୁସାରେ ନର୍ସରୀ ଉପରେ ଗଛକୁ ବଞ୍ଚାଇ ରଖିବା ପାଇଁ ଛାଉଣୀ ଲାଗିବା ଆବଶ୍ୟକ କିନ୍ତୁ କୌଣସି ଠାରେ ଛାଉଣୀ ଲଗାଯାଇ ନାହିଁ l ଗଛକୁ ବଞ୍ଚାଇବାକୁ ଜଳ ସିଞ୍ଚନ, ଔଷଧ , ସାର ଦିଆଯାଉ ନାହିଁ ଫଳରେ ହଜାର ହଜାର ସଂଖ୍ୟାରେ ଗଛ ଚାରା ରୋଗଗ୍ରସ୍ତ ହୋଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଛନ୍ତି l ଏନେଇ ରେଞ୍ଜ ଅଧିକାରୀ ଜୟଦେବ ମାଝୀ, ବନପାଳ ଶ୍ରୀମତୀ ଧଙ୍ଗଡାମାଝିଙ୍କ ସହ ଯୋଗାଯୋଗ ହୋଇପାରୁଥିବା ବେଳେ ଫରେଷ୍ଟ ଗାର୍ଡ ସୁରେନ୍ଦ୍ର ଶବର ଏସବୁ କାର୍ଯ୍ୟ ସମସ୍ତଙ୍କ ଜ୍ଞାତସାରରେ ହେଉଛି ବୋଲି କହିଛନ୍ତି l ଧର୍ମକୁ ଆଖିଠାର ସଦୃଶ୍ୟ ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏଭଳି ଦୁର୍ନୀତିକୁ କାହାକୁ ଉତ୍ତରଦାୟୀ କରାଯିବ ତାହା ହିଁ ତଦନ୍ତ ସାପେକ୍ଷ lତେବେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଫିଟିବ ବୋଲି ଆଲୋଚନା ହେଉଛି ।
Post a Comment