//BREAKING//
Loading...

----- ମାଁ -----

 ----- ମାଁ -----




ବାପା ନିଜର ସାତ ବର୍ଷ ର ପୁଅ କୁ ପ୍ରଶ୍ନ କଲା ତୋ ଜନ୍ମ ଦାତ୍ରୀ ମାଁ ଭଲ ଥିଲେ ନା ତୋ ନୁଆ ମାଁ ଭଲ  ? ପୁଅ ଉତ୍ତର ଦେଲା ମୋ ନିଜ ମାଆ ମିଛ ବହୁତ୍ କହୁଥିଲେ । ବାପା ଆଶ୍ଚର୍ଯ୍ୟ ହୋଇ ପୁଣି ସମାନ ପ୍ରଶ୍ନ କଲେ ସେହି ଗୋଟିଏ ଉତ୍ତର ଦେଲା ପୁଅ । ବାପା ପୁଅ କୁ କହିଲେ ଏପରି କାହିଁକି କହୁଛୁ ସେ ପରା ତୋ ଜନ୍ମ ଦାତ୍ରି ମାଆ, ଆଉ ସ୍ୱର୍ଗବାସି ମାଁ ଙ୍କ ପାଇଁ ଏଇମିତି କିପରି କହୁଛୁ । ସାତ ବର୍ଷ ର ପୁଅ କହିଲା ମୁଁ ଅବାଧ୍ୟ ହୋଇ ଦିନଯାକ ସାଙ୍ଗ ମାନଙ୍କ ସହିତ ଖେଳିବା, ମସ୍ତି କରିବା ଓ କିଛି ନ କହି ଘରୁ ବାହାରେ ସାଙ୍ଗ ମାନଙ୍କ ସହିତ ଖେଳୁ ଥିଲି ମାଆ କହିଥିଲା ଡୁ ଭାରି ଦୁଷ୍ଟ ହଉଛୁ ଆଜି ତତେ ଜମା ଖାଇବାକୁ ଦେବି ନାହିଁ । କିନ୍ତୁ ଖାଇବା ସମୟ ହେଲେ ମତେ ଖୋଜି କାନ ଧରି ଘରକୁ ଟାଣି ଆଣି ନିଜ କୋଳ ରେ ବସେଇ ନିଜ ହାତରେ ଖୁଆଇ ଦେଉ ଥିଲା । କିନ୍ତୁ ନୁଆ ମାଁ ତିନିଦିନ ତଳେ ପୂର୍ବ ପରି ମୁଁ ଘରୁ ବାହାରେ ଖେଳୁ ଥିବା ଓ ଅମାନ୍ୟ ହେବା ଯୋଗୁଁ ମତେ ଘରକୁ ଆସିଲେ ଜମା ଖାଇବାକୁ ଦେବି ନାହିଁ କହିଲେ । ଆଜକୁ ତିନି ଦିନ ହେଲା ନୁଆ ମାଁ ମତେ ଖାଇବାକୁ କିମ୍ବା ପାଣି ଟିକେ ବି ଦେଉ ନାହାନ୍ତି। ଭୋକ ରେ ଛଟପଟ ହୋଇ ଯେତେ ନେହୁରା ହେଲେ ବି ମୋ କଥା ଶୁଣୁ ନାହାନ୍ତି । ତେଣୁ ମୋ ମାଆ ସବୁବେଳେ ମିଛ କହୁଥିଲେ । ପିଲା ର ଏପରି ଯୁକ୍ତି ସଙ୍ଗତ ସରଳ କଥା ଶୁଣି ବାପା ନିଜ ପୁଅ କୁ କୁଣ୍ଢେଇ ଧରି ବହୁତ୍ କାନ୍ଦିଲେ ଓ ନିଜ ପୁଅର ଯତ୍ନ ଓ ତାର ଖାଇବା ସହ ସମସ୍ତ କଥା ନିଜେ ମାଆ ପରି ପୁଅର ଯତ୍ନ ନେଲେ ।

ଅତ୍ୟନ୍ତ  ଛୋଟିଆ ପ୍ରଶ୍ନ କିନ୍ତୁ ପ୍ରତ୍ୟେକ ଙ୍କ ପାଇଁ ନିଶ୍ଚୟ କିଛି ନା କିଛି ବାର୍ତା ଦେବ । ହୃଦୟ କୁ ନିଶ୍ଚୟ ଭାବୁକ କରିଦେବ ସେଇ ଛୋଟ ପୁଅର ଉତ୍ତର । ସେଇଥି ପାଇଁ ତ ସଂସାର ଭିତରେ ମାଁ ର ବିକଳ୍ପ ନାହିଁ କିମ୍ବା ମାଆ ପରି କେହି ନାହିଁ।

    ଶୁଭ ରାତ୍ରୀ!!!!!


ମହମ୍ମଦ ଅଲ୍ଲୀ ଖାଁ 

  ସାମ୍ବାଦିକ, 

ଭବାନୀ ପାଟନା,

କଳାହାଣ୍ଡି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe