//BREAKING//
Loading...

ଜୟପୁର ଠାରେ ରଜ ମଉଜ ଉତ୍ସବ ପାଳିତ

 ରଜ ମଉଜ ଉତ୍ସବ ପାଳିତ 



*********************

ଜୟପୁର:------(ତର୍ଜମା ବ୍ୟୁରୋ ନ୍ୟୁଜ )

ସ୍ଥାନୀୟ ରାଜନଗର ସ୍ଥିତ ଜ୍ୟୋତି କଲ୍ୟାଣ ମଣ୍ଡପ ପରିସରରେ ବସୁମତୀ ସାହିତ୍ୟ ସଂସଦ, ଜୟପୁର ତରଫରୁ ରଜ ମଉଜ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ଡ.ସୁରେଶ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଶ୍ରୀଯୁକ୍ତ ମହେଶ୍ଵର ନାୟକ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ବ୍ରାହ୍ମଣୀ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ ନିର୍ମଳ ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ  ଜୟପୁର ଶ୍ରୀଯୁକ୍ତ ବେଦବର ପ୍ରଧାନ ଯୋଗଦାନ କରି ରଜ ପର୍ବ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ସମ୍ପାଦକ ଚନ୍ଦ୍ରମଣି ବାରିକ ସମ୍ପାଦକୀୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହ ସମ୍ପାଦକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି (ଭାଗୀ) ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯଜ୍ଞେଶ୍ଵର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଝୋଟି ପ୍ରତିଯୋଗିତା ଓ ପିଠାପଣା ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ସନ୍ଧ୍ୟାରେ ଜଯପୁର କଳା କେନ୍ଦ୍ର ,ମୀରା ଡ୍ୟାନ୍ସ ଗ୍ରୁପ୍ ଓ ପ୍ରେରଣା  ଡ୍ୟାନ୍ସ  ଗ୍ରୁପ୍ ତରଫରୁ ନୃତ୍ୟ କଳା ପ୍ରଦର୍ଶନ କରା ଯାଇଥିଲା। ଏହାର ନେତୃତ୍ୱ ନେଇଥିଲେ ଗୁରୁ କାହ୍ନୁ ଚରଣ ପ୍ରଧାନ , ସୁସ୍ମିତା ରଥ ଗୁରୁ ପଞ୍ଚାନନ ମିଶ୍ର। ସେହିପରି ଉଦଯାପନୀ ଦିବସରେ ସାହିତ୍ୟିକ ଶ୍ରୀନାଥ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ ଦାଶ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ମହାଦେବ ଶତପଥି ଯୋଗଦେଇ ରଜ ପର୍ବର ପାଳନ ବିଧି  ଓ ସାମାଜିକ ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରମଣି ବାରିକ  କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ବସୁମତୀ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ବହୁବିଧ କ୍ଷେତରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବେଚ୍ଛସେବୀ ଅନୁଷ୍ଠାନ ସାହାଯ୍ୟ,ସାମାଜିକ ସଂଗଠନ ସିୱା, ଫେସ୍ ବୁକ୍ ଗ୍ରୁପ୍ ଅବିଭକ୍ତ କୋରାପୁଟ ସମାଚାର, ସାରସ୍ଵତ ସାଧକ ଡ. ଅଶୋକ କୁମାର ମହାନ୍ତିଙ୍କୁ ବସୁମତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ତଥା ସାହିତ୍ୟିକ ବିଜୟ ଦାଶଙ୍କୁ ସାରସ୍ଵତ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଅପରାହ୍ନରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ସନ୍ଧ୍ୟାରେ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜୟପୁର କଳା କେନ୍ଦ୍ର ଓ ମୀରା ଡ୍ୟାନ୍ସ ଗ୍ରୁପ୍ ର କଳାକାରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ସହ ସମ୍ପାଦକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି (ଭାଗୀ)   କାର୍ଯ୍ୟକ୍ରମ ସଂଯୋଜନା ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ  ଯଜ୍ଞେଶ୍ଵର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋିଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡ. ସୁରେଶ ଦାଶ, ଜାନକୀ ପାଣଗ୍ରାହୀ, ଭାବଚନ୍ଦ୍ରିକା ଦେବୀ, ସରସ୍ୱତୀ ସାହୁ,ଘାସିରାମ ମହାପାତ୍ର,ମୁଦିରଥ ହୋତା, କୃଷ୍ଣ ଚନ୍ଦ୍ର ହୋତା,କନକ ବାରିକ,ଅସିତ୍ ରଞ୍ଜନ ବାରିକ, ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe