//BREAKING//
Loading...

ବିଶ୍ଵ ପରିବେଶଦିବସ ପାଳିତ !!!

 ବିଶ୍ଵ ପରିବେଶଦିବସ ପାଳିତ !!!


ଭବାନୀ ପାଟଣା:---

(ତର୍ଜମା ନ୍ୟୁଜ )  

    ଭବାନୀପାଟଣା ପୌରପାଳିକା ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି I  ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଭବାନୀପାଟଣା ପୌରପାଳିକା କାର୍ଯାଳୟ ଠାରୁ ଆରମ୍ଭ ହୋଇ ଭବାନୀ ସିନେମା ହଲ ପର୍ଯ୍ୟନ୍ତ କରାଯାଇଥିଲା I  ଉକ୍ତ ଶୋଭାଯାତ୍ରାରେ ନଗରପାଳ      ଶ୍ରୀମତୀ ସଂଯୁକ୍ତା ବେହେରା , ଉପ-ନଗରପାଳ ଶ୍ରୀବିଷ୍ଣ   ପ୍ରଧାନ,  ନିର୍ବାହୀ ଅଧିକାରୀ ଶ୍ରୀ ଚିନ୍ମୟ କୁମାର ନାୟକ ,  ୱାର୍ଡ ନଂ.୮  କାଉନସିଲର ଶ୍ରୀମତୀ ଜୟଶ୍ରୀ ଅଗ୍ରୱାଲ , ୱାର୍ଡ ନଂ.୧୩ କାଉନସିଲର ଶ୍ରୀମତୀ ହାରାମଣି ଗଣ୍ଡ ,ୱାର୍ଡ ନଂ.୧୭ କାଉନସିଲର ଶ୍ରୀ କ୍ଷୀରସିନ୍ଧୁ ନାଏକ ,ୱାର୍ଡ ନଂ.୧୮ କାଉନସିଲର ଶ୍ରୀ ସଚିନ ନାଏକ ,  କର୍ମଚାରୀ , ସ୍ୱଚ୍ଛସାଥି , ସ୍ୱଚ୍ଛ ସୁପରଭାଇଜର , ସ୍ୱୟଂ ସହାୟିକା ଗୋଷ୍ଠୀ , ସଫେଇ କର୍ମଚାରୀ ଇତ୍ୟାଦି ଯୋଗ ଦେଇଥିଲେ I  ଭବାନୀ ସିନେମା ହଲ ଠାରେ ଏକ RRR  Stall  ( Recycle Reduce  Reuse Stall ) ନଗରପାଳ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା I  ଉକ୍ତ Stall ରେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନିଜ ପାଖରେ ଥିଲେ ଦାନ କରି ଅଭାବୀମାନଙ୍କ  ଚାହିଦା ପୁରାଣ କରିବା ପାଇଁ ନଗରପାଳ ଆହ୍ୱାନ ଦେଇଥିଲେ, ଏତଦ ବ୍ୟତୀତ ଏକ  " ମୋ ଖତ" ଜୈବିକ ସାର ବିକ୍ରୟ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଥିଲା I ଟାଉନ ହଲ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଠି  ସଫେଇ କର୍ମଚାରୀ ମାନଙ୍କୁ ଗାରିମା ଯୋଜନା  ମାଧ୍ୟମରେ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା I  ଏହି ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ସମ୍ବନ୍ଧରେ ଏବଂ ଗାରିମା ଯୋଜନା ଗୁଡିକ ସମ୍ବନ୍ଧରେ ମଞ୍ଚାସୀନ  ଅତିଥିଗଣ  ଆଲୋକପାତ କରିଥିଲେ I  ଶ୍ରୀ ତପନ କୁମାର ନାୟକ , ପରିମଳ ବିଶେଷଜ୍ଞ ଏବଂ ଶ୍ରୀ ସୌମ୍ୟରଞ୍ଜନ ନାୟକ , CMMU କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe