//BREAKING//
Loading...

ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ "ଜଷ୍ଟ ଗୁଟେ"ଲୋକାର୍ପଣ--------------------

  ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ "ଜଷ୍ଟ ଗୁଟେ"ଲୋକାର୍ପଣ--------------------


---

ଭବାନୀ ପାଟଣା:-------

(ତର୍ଜମା ନ୍ୟୁଜ )

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ, ମାଣିକ୍ୟ ବିହାର ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ କବି ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ "ଜଷ୍ଟ ଗୁଟେ"ଲୋକାର୍ପିତ ହୋଇଯାଇଛି | ମାନନୀୟ କୁଳପତି କର୍ନେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ମଂଚାସୀନ ହୋଇ "ବାହ୍ୟ ପରିବେଶ ସହ ଅନ୍ତଃପରିବେଶ ମଧ୍ୟ ସୁସ୍ଥ ରହିବା ଆବଶ୍ୟକ'ବୋଲି ମତବ୍ୟକ୍ତ କରିଥିଲେ | ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା, କଳାହାଣ୍ଡି ଲେଖକ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର,ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଶ୍ରୀ ଅକ୍ଷୟ କୁମାର ଦାଶ ସଭାପତି ବୃନ୍ଦାବନ ସଂସ୍କୃତିକ ଅନୁଷ୍ଠାନ ଜେସିଙ୍ଗା , ଶ୍ରୀ ଅବଦୁଲ କଦିର ସଭାପତି କଳାହାଣ୍ଡି କଳାକାର ସଙ୍ଘ, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ,ଅଧ୍ୟାପକ ନାଟ୍ୟକାର ମନୋଜ ରଥ, ଅଧ୍ୟାପକ ଶୁଭେନ୍ଦୁ କୁମାର ମହାପାତ୍ର ଏବଂ ଓଡିଶା ସଂଗୀତ ଏକାଡେମୀର ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ପରିପ୍ରେକ୍ଷୀରେ ହସ ଭୂମିକା ଏକ ଭିଟାମିନ ସଦୃଶ ବୋଲି କହିଥିଲେ | ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ପ୍ରାରମ୍ଭରେ ମା ଡୋକ୍ରୀବୁଢୀଙ୍କଠାରେ ଲୋକ ପରମ୍ପରା ଅନୁସାରେ ପୂଜାର୍ଚନା କରାଯାଇଥିଲା | ସୋହନଲାଲ ଅଗ୍ରୱାଲ, ସୁଦେଷ୍ଣ| ପଣ୍ଡା, ଆନନ୍ଦିନୀ ପାତ୍ର,  ଟିନା ଶାସିନୀ, ସନ୍ତୋଷ ରଥ ଓ କମ୍ଭୁପାଣି ବାଗ ହାସ୍ୟ-ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ | ବିନା ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଗୁଡ୍ଡୀ ତ୍ରିପାଠୀ, ରିଷିତା ଦାଶ, ରିଷି ଦାଶ, ସୌରଭ ମହାପାତ୍ର, ଅମିୟ ସାହୁ ପ୍ରମୁଖ ସହଯୋଗ କରିଥିଲେ | ଆଦିତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ମାଟିହାଣ୍ଡିରେ ପଖାଳ ଭୋଜନ just ଗୁଟେ କାର୍ଯ୍ୟକ୍ରମର ବିଶେଷତା ଥିଲା | ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗରୁ ବହୁ ସାରସ୍ୱତ ପ୍ରେମୀ ଯୋଗ ଦେଇଥିଲେ |


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe