//BREAKING//
Loading...

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

 ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଭବାନୀପାଟଣା:---

( ତର୍ଜମା ନ୍ୟୁଜ )



 କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ  ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଜିଲ୍ଲା ର ବିଭିନ୍ନ ବ୍ଲକ , ଏନ୍ ଏ ସି ଅଂଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ ଓ ଶିଶୁ ତଥା କିଶୋର ମାନଙ୍କୁ ବିଭିନ୍ନ କର୍ମସଂସ୍ଥାନ ରେ ନିୟୋଜନ ନିଷେଧ ଉପରେ ସଚେତନତା ସୃଷ୍ଟି କରିବ ।ଶିଶୁ ଓ କିଶୋର ( ନିରାକରଣ ଓ ନିୟନ୍ତ୍ରଣ) ୧୯୮୬ ନିୟମ ଅନୁଯାୟୀ ୧୪ ବର୍ଷ  ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ବିଭିନ୍ନ ବୃତ୍ତି ରେ ନିଯୁକ୍ତି ଦେବା ନିଷେଧ ଏବଂ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋର ମାନଙ୍କୁ ବିପଦ ସଙ୍କୁଳ କର୍ମ ସଂସ୍ଥାନ ଓ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ।ଏଭଳି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ୫୦,୦୦୦ ଟଙ୍କା ଆର୍ଥିକ ଜୋରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ। ଦେଖାଯାଉଛି ବିଭିନ୍ନ ହୋଟେଲ , ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଅସାଧୁ ବ୍ୟବସାୟୀ କମ ପାରିଶ୍ରମିକ ଦେଇ ଶିଶୁ ଶ୍ରମିକ ନିୟୋଜନ କରୁଛନ୍ତି ଏହି ବିଷୟରେ ଜନ ସାଧାରଣ ସଚେତନ ହୋଇ ଶ୍ରମ କାର୍ଯ୍ୟାଳୟ ରେ ଅଭିଯୋଗ କରିପାରିଲେ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ର ସଂକଳ୍ପ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି । ସଚେତନତା ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଜିତମ୍ ମାଝୀ, ଟ୍ରେଡ ୟୁନିଅନ୍ ସଭାପତି ଶ୍ରୀ ଶିଶିର ପଟ୍ଟନାୟକ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ର କର୍ମଚାରୀ ଶ୍ରୀ ଅଂଶୁମାନ ବାବୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe