//BREAKING//
Loading...

କ୍ରିକେଟ ଖେଳ ବିଭ୍ରାଟ- ସାମ୍ବାଦିକଙ୍କୁ ଆକ୍ରମଣ, ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ମାମଲା*

କ୍ରିକେଟ ଖେଳ ବିଭ୍ରାଟ- ସାମ୍ବାଦିକଙ୍କୁ ଆକ୍ରମଣ, ଯୁବକଙ୍କ ଉନ୍ମତ୍ତ କାଣ୍ଡ ଥାନାରେ ମାମଲା*



କଲମପୁର:------

( ତର୍ଜମା ନ୍ୟୁଜ )

 

 କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପଦରପଡା ଠାରେ ଯୁବକ ମାନଙ୍କ ଦ୍ଵାରା କ୍ରିକେଟ ଖେଳ ଅନୁଷ୍ଠିତ ହେଉଥିଲା , ଶାନ୍ତି ଶ୍ରୁଖଳା ସହ ଅନୁଷ୍ଠିତ ହେଉଥିବା କ୍ରିକେଟ ଖେଳରେ ହଠାତ୍ ଆରମ୍ଭ ହୋଇଥିଲା ଗଣ୍ଡଗୋଳ, ଫଳରେ ଖେଳପଡିଆ ରୁ ମାମଲା ପହଞ୍ଚିଥିଲା ପୋଲିସ ପାଖରେ ପ୍ରାପ୍ତ ସୁଚନା ଅନୁସାରେ ବାଲିଛଡା ଓ ତାଳପଦର ମଧ୍ୟରେ କ୍ରିକେଟ ଖେଳ ଚାଲୁରହିଥିବା ବେଳେ ଖେଲପରିଚାଳକ ଙ୍କ ନିଷ୍ପତ୍ତିରେ ଅସନ୍ତୋଷ ହୋଇଥିଲେ ଦର୍ଶକ ମହଳରେ ଏଥି  ମଧ୍ୟରେ ପଦରପଡ଼ା ଗ୍ରାମର ସନ୍ତୋଷ ବିହାର ନାମକ ଜୈନିକ ବ୍ୟକ୍ତି ଖେଳପଡିଆ ଭିତରକୁ ଧସେଇ ପଶିଆସି ରଚିଥିଲା ଉନ୍ମୋକ୍ତ କାଣ୍ଡ ଖେଳାଳି ମାନଙ୍କୁ ମାଡଧର କରିବା ସହିତ ଖବର ସଂଗ୍ରହ କରୁଥିବା ତୁଳସୀକ୍ଷେତ୍ର ପ୍ରତିନିଧି ଟିକଚନ୍ ବାଗଙ୍କୁ ମଧ୍ୟ ସେଥିରୁ ନିସ୍ତାର ମିଳିଲା ନାହିଁ , ସାମ୍ବାଦିକ ଶ୍ରୀ ବାଗଙ୍କୁ ଫଟୋ ଉତ୍ତୋଳନ କରୁଥିବା ବେଳେ ଉତ୍ୟକ୍ତ ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଅସଭ୍ୟ ଭାଷାରେ ଗାଳଗୁଲଜ କରିବା ସହିତ ତାଙ୍କ ମୋବାଇଲ ଓ ମନି ପର୍ସ କୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ ସେଠାରୁ ଶ୍ରୀ ବାଗ ବଞ୍ଚିବାକୁ ଉଦ୍ୟମ କରୁଥିବା ବେଳେ ସେ ତାଙ୍କ ତଣ୍ଟି କୁ ଜାବୁଡ଼ି ଧରି ଜୀବନରୁ ମାରି ଦେବାକୁ ଚେଷ୍ଟା କରୁଥିବା ବେଳେ ଆୟୋଜକ କର୍ତ୍ତାମାନେ ମରଣ ମୁହଁରୁ ଶ୍ରୀ ବାଗଙ୍କୁ ଉଦ୍ଧାର କରିଥିଲେ । ଏନେଇ କଲମପୁର ଥାନାରେ ଖେଳାଳି ବୃନ୍ଦ ଓ ପୀଡ଼ିତ ସାମ୍ବାଦିକ ଶ୍ରୀ ବାଗ ପୃଥକ ଭାବେ ଭାରପ୍ରାପ୍ତ ଥାନା ଅଧିକାରୀ ଯୁଗଳ ଶବରଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି l ଏନେଇ ଥାନା ଅଧିକାରୀ ଶ୍ରୀ ଶବର ଘଟଣାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅନ୍ୟ ପକ୍ଷେ ସାମ୍ବାଦିକ ଶ୍ରୀ ବାଗଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ନ୍ୟାୟ ନମିଳିଲେ ସାମ୍ବାଦିକ ସମୂହ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି l

କଳାହାଣ୍ଡି ସାମ୍ବାଦିକ ୟୁନିୟନ୍ ସଭାପତି ମହମ୍ମଦ ଅଲ୍ଲୀ ଖାଁ, ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜଗ ମୋହନ ପଟ୍ଟନାୟକ ଏହି ଘଟଣା ର ତୀବ୍ର ନିନ୍ଦା କରିବା ସହ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ରେ ଦୋଷୀ ଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe