ଜୟପୁର ରଥଯାତ୍ରା ଉପଲକ୍ଷେ ଦ୍ବିତୀୟ ପ୍ରସ୍ତୁତି ବୈଠକ,
ଜୟପୁର:-----------
( ତର୍ଜମା ବ୍ୟୁରୋ ନ୍ୟୁଜ )
ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଉପଲକ୍ଷେ ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ରଥଯାତ୍ରା ପର୍ବ କିପରି ସୁରୁଖୁରୁରେ ପାଳନ ହେବ ଶ୍ରଦ୍ଧାଳୁ କିପରି ଭଗବାନଙ୍କୁ ଶୃଙ୍ଖଳାର ସହ ଦର୍ଶନ କରିବେ ସେ ନେଇ ସମସ୍ତ ବିଭାଗୀୟ ମୁଖ୍ୟ ଅଧିକାରି ମାନଙ୍କୁ ନେଇ ଆଲୋଚନା କରାଯାଇଥିଲା । ଏଥିରେ କେଉଁ କେଉଁ ବିଭାଗର ଅଧିକାରୀ ମାନେ କେଉଁ ଦାୟିତ୍ବରେ ରହିବେ ତାର ପୂର୍ବ ଖସଡ଼ା ପ୍ରସ୍ତୁତି କରାଯାଇଥିଲା,ଚଳିତ ବର୍ଷ ରଥଯାତ୍ରା ରେ ଅଧିକରୁ ଅଧିକ ଲୋକ ସମାଗମ ହେବାର ସମ୍ଭାବନା ରହିଥିବା ହେତୁ ଜୟପୁର ରଥଯାତ୍ରା ଉପଲକ୍ଷେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା I ଏହି ବୈଠକ ରେ ରଥ ଟାଣିବା ଏବଂ ନିର୍ଦ୍ଧିଷ୍ଟ ସ୍ଥାନ ଏବଂ ଠିକ୍ ସମୟରେ ପହଞ୍ଚିବା ବିଷୟରେ ପ୍ରାଧାନ୍ୟ ଗୁରୁତ୍ୱ ଦିଆଯାଇଥିଲା I ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୫ ଗୋଟି ପୋଲିସ୍ ପ୍ଲାଟୁନ୍ ମୁତୟନ ରହିଵା ନିମନ୍ତେ ନିଷ୍ପତି ନିଆଯାଇଛି I ଆଜିର ଏହି ବୈଠକକୁ ତହସିଲଦାର ଶ୍ରୀମତୀ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ ପରିଚାଳନା କରିଥିଵା ବେଳେ ଜୟପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହରିଶ ବି ସି, ବୋରିଗୁମ୍ମା ଆରକ୍ଷୀ ଅଧିକ୍ଷକ ମଧୁଶିକ୍ତା ମିଶ୍ର ଜୟପୁର ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ,ଟାଉନ ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ସଦର ଥାନା ଅଧିକାରୀ ଶ୍ରୀ ଈଶ୍ୱର ତାଣ୍ଡି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯୋଶଦା ଗାଦଵା ପ୍ରମୁଖ ଉପସ୍ଥିତ ଥିଲେ ।



Post a Comment