//BREAKING//
Loading...

ଯଦି ପ୍ରଶ୍ନ ନ ପଚାରିବ, ତା ହେଲେ ସେ ନାଗରିକ ସମାଜର କୌଣସି ମୂଲ୍ୟ ନାହିଁ।

 ଯଦି ପ୍ରଶ୍ନ ନ ପଚାରିବ, ତା ହେଲେ ସେ ନାଗରିକ ସମାଜର କୌଣସି ମୂଲ୍ୟ ନାହିଁ।



ଜଣେ  କେନ୍ଦ୍ର ମନ୍ତ୍ରୀ କାଲି କହୁଥିଲେ, ଗୋଟେ ରେଳ ଦୁର୍ଘଟଣାକୁ ନେଇ ରାଜନୀତି କରାନଯାଉ!!

ଏହାର ଅର୍ଥ ହେଉଛି, ତିନୋ ଟି ଟ୍ରେନ ଗୋଟେ ଜାଗାରେ ଆସି ପରସ୍ପର ସହିତ କେମିତି ପିଟି ହେଲେ, ସେ ପ୍ରଶ୍ନ ପଚରା ନଯାଉ।

ରେଲଓ୍ବେ ଟ୍ରାଫିକ ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ହାତରେ ଅଛି ନା ଭଗବାନ ଭରସାରେ ଚାଲିଛି, ସେ କଥା ପଚରା ନଯାଉ।

ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ କେବଳ ଏକ ସଂଖ୍ୟା ବୋଲି କହି ଏହାକୁ ଆମେ ଭୁଲିଯିବା ଇ ଆମ ସମୟର ସବୁଠାରୁ ଭୟଙ୍କର ରାଜନୀତି ‌।

ଲୋକଙ୍କ ମୃତ ଦେହ ଆଗରେ ଫଟୋ ଉଠାଉଥିବା ମନ୍ତ୍ରୀଙ୍କର ଅଶ୍ଳୀଳ ଉପସ୍ଥିତି ହଁ ରାଜନୀତି।

ରେଳ ଚଳାଚଳ କ୍ଷେତ୍ରରେ ବାସ୍ତବ ସମସ୍ୟାକୁ ନେଇ ଗତ ୧୦ ବର୍ଷରେ କିଛି ବି କାମ ହୋଇନାହିଁ। ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଯେ କେତେ ଅସହାୟ, ତାର ପ୍ରମାଣ ଗତକାଲି ମିଳି ସାରିଛି। କେବଳ "ବନ୍ଦେ ଭାରତ" ଭଳି ଫେନ୍ସି ଟ୍ରେନର ଉଦଘାଟନ କରିବା ଓ ମନୋମୁଖୀ ଯାତ୍ରୀ ଭଡ଼ା ବଢାଇବା ଏହି ସମୟରେ ରେଳ ବିଭାଗର ସବୁଠୁ ବଡ଼ ଉପଲବ୍ଧି।

ରେଳ ବିଭାଗର ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ କରିବା ଯଦି ରାଜନୀତି, ତାହା ଆଜି ଜରୁରୀ। ସମାଜ ଓ ନାଗରିକ ନିଜ ଜୀବନର ଅସହାୟତାକୁ ଭାଗ୍ୟ କିମ୍ବା ଆକସ୍ମିକ ଦୁର୍ଘଟଣା ଭାବି ଚୁପ୍ ବସିବ ଓ ଏଥିପାଇଁ ଯିଏ ଦାୟୀ ତାକୁ ଯଦି ପ୍ରଶ୍ନ ନ ପଚାରିବ, ତା ହେଲେ ସେ ନାଗରିକ ସମାଜର କୌଣସି ମୂଲ୍ୟ ନାହିଁ।


I am sorry, I don't take this as an accident, I consider this a massacre due to erratic traffic system and irresponsible management of Railway. I straight blame the highest authority: the PM and the RM for this. If you can't question them politically, they will make your life more vulnerable.

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe