The man-made conspiracy
has claimed hundreds of lives at the cost of death. Hundreds of families were torn apart by this terrible train accident in the world. The government came and took photos and expressed condolences and announced compensation for the loss. He announced that the investigation is going on. So, the real conspiracies behind such a big accident will be punished? In the past, many investigations have been conducted at various times, and in all of them, the reports come out as favorable to the government. People are forgotten, but the family of the victims of the accident will remember this incident for generations and will cry remembering their relatives without anyone to see or wipe their tears. Then the victims can get justice if the society comes in front of the violence of the merchants of death. Today, the whole world is mourning this heartbreaking incident. The heartless persons just couldn't let go of their pride. He forgets his responsibility and tries to make the common people angry.
For such a heartless arrangement, I will say this much "Ye satta ke kutte kisiki ni hote.
Mohammad Alli Khan, senior journalist, Kalahandi,
ମନୁଷ୍ୟ କୃତ ଷଡ଼ଯନ୍ତ୍ର ମୃତ୍ୟୁ ର ସୌଦାଗର ନେଇଗଲେ ନିମିସକେ ଶହ ଶହ ଜୀବନ। ବିଶ୍ଵର ଏହି ଭୟାବହ ରେଳ ଦୁର୍ଘଟଣା ଛିନ୍ନ ଛତ୍ର କରିଦେଲା ଶହ ଶହ ପରିବାର । ସରକାର ଆସିଲେ ଫୋଟୋ ଉଠେଇ ସମବେଦନା ଜଣାଇବା ସହ କ୍ଷତି ପୂରଣ ଘୋଷଣା କରିଦେଲେ। ତଦନ୍ତ ଚାଲିଛି ବୋଲି ଘୋଷଣା କଲେ। ତେବେ ଏତେ ବଡ ଦୁର୍ଘଟଣା ପଛରେ ପ୍ରକୃତ ଷଡ଼ଯନ୍ତ୍ର ର ମୁଖ୍ୟ ମୃତ୍ୟୁ ର ସୌଦାଗର ମାନେ ଦଣ୍ଡ ପାଇବେ ତ? ଅତୀତ ରେ ବିଭିନ୍ନ ସମୟରେ ଅନେକ ତଦନ୍ତ ପ୍ରକ୍ରିୟା ହେଇଛି ଓ ସବୁଥିରେ ସରକାର ଙ୍କୁ ସୁହାଇଲା ଭଳି ରିପୋର୍ଟ ଆସିଥାଏ । ଲୋକେ ଭୁଲି ଯାଇଥାନ୍ତି କିନ୍ତୁ ଦୁର୍ଘଟଣା ର ଶିକାର ପରିବାର କିନ୍ତୁ ଏହି ଘଟଣାକୁ କେତେ ପିଢ଼ି ଯାଏଁ ମନେ ରଖିବେ ଓ ନିଜ ଆତ୍ମୀୟ ଙ୍କୁ ମନେ ପକାଇ କାନ୍ଦୁ ଥିବେ ତାଙ୍କ ଲୁହ ଦେଖିବା କିମ୍ବା ପୋଛିବାକୁ କେହି ବି ନ ଥିବେ । ତେବେ ମୃତ୍ୟୁ ର ସୌଦାଗର ମାନଙ୍କ ହିଂସ୍ରତା ର ଅସଲ ସ୍ୱରୂପ ସମାଜ ସାମ୍ନା ରେ ଆସିଲେ ଯାଇ ପୀଡ଼ିତ ବର୍ଗ ନ୍ୟାୟ ପାଇ ପାରିବେ । ଆଜି ସମଗ୍ର ବିଶ୍ୱରେ ଏହି ହୃଦୟ ବିଦାରକ ଘଟଣା ପାଇଁ ଦୁଃଖ ପ୍ରକାଶ ପାଇଛି । ହୃଦୟ ହିନ ମାନେ କେବଳ ନିଜ ଅହଙ୍କାର କୁ ଛାଡି ପାରି ନାହାଁନ୍ତି। ନିଜ ଦାୟୀତ୍ବ କୁ ଭୁଲି ଯାଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଚେଷ୍ଟିତ ।
ଏପରି ହୃଦୟ ହିନ ବ୍ୟବସ୍ଥା ପାଇଁ ଏତିକି କହିବି "ୟେ ସତ୍ତା କେ କୁତ୍ତେ କିସିକେ ନହିଁ ହୋତେ।
ମହମ୍ମଦ ଅଲ୍ଲୀ ଖାଁ,
ସାମ୍ବାଦିକ,
ଭବାନୀ ପାଟଣା, କଳାହାଣ୍ଡି ।



Post a Comment