"ସୃତି ରେ ମୋ ରାଗ"
କେତେ ଭୁଲ କେତେ ଠିକ୍.....!!!
ଅନେକ ବର୍ଷ ତଳର ଘଟଣା। ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ, ଓଡ଼ିଶାର ସ୍ୱନାମଧନ୍ୟ ସହିତିକ୍ୟ, ଲେଖକ, ସଂଗଠକ, ବରିଷ୍ଠ ସାମ୍ବାଦିକ, ରାଜନେତା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ଙ୍କ ସାନିଧ୍ୟ ରେ ଦୀର୍ଘ 13 ବର୍ଷ କାଳ ତାଙ୍କ ଦ୍ଵାରା ସମ୍ପାଦିତ "ଅର୍ଜ୍ଜି" ସାପ୍ତାହିକ ରେ ପ୍ରତିନିଧି ଭାବରେ କାମ କରି ଅନେକ କିଛି ଶିଖିବା ର ସୁଯୋଗ ପାଇଛି । ଆଜିବି ଯଦି କିଛି ଜାଣିବାକୁ, ଶିଖିବାକୁ ଆବଶ୍ୟକ ହୁଏ ତେବେ ନିସଙ୍କୋଚ ରେ ଆଜ୍ଞା ଙ୍କ ପାଖକୁ ଯାଇ ପରାମର୍ଶ ନେଇ ଥାଏ । ସମୟ କ୍ରମେ ଅର୍ଜ୍ଜୀ ର ପ୍ରାୟ ସମସ୍ତ କାମ ରେ ପ୍ରାୟତ ଦାୟୀତ୍ବ ନିଷ୍ଠାପରତା ସହ ନିର୍ବାହ କରିବା ର ସୁଯୋଗ ମିଳିଥିଲା । ସେ ସମୟ ର ଏକ ଘଟଣା ଆଜିବି ମନ, ମସ୍ତିଷ୍କ ଭିତରେ ଆନ୍ଦୋଳିତ କରୁଛି । ସେ ସମୟରେ ଜଣେ ନିଷ୍ଠାପର ଓ ଦାୟୀତ୍ବବାନ ଜିଲ୍ଲାପାଳ ଥାନ୍ତି ଶ୍ରୀ ପ୍ରମୋଦ ପଟ୍ଟନାୟକ। କଳାହାଣ୍ଡି ର ଜୈନିକ ସାମ୍ବାଦିକ କିଛି ପୁରୁଣା ଫାଇଲ ଫୋଟୋ ଦେଇ ମିଥ୍ୟା ଖବର ପ୍ରକାଶ କଲେ । ଜିଲ୍ଲାପାଳ ତାହାଦେଖି ତୁରନ୍ତ ପ୍ରେସମିଟ ଡାକି ସେ ନ୍ୟୁଜ କୁ ଖଣ୍ଡନ କରିବା ସହ ସାମ୍ବାଦିକ ଓ ସଂପୃକ୍ତ ଖବର କାଗଜ କୁ ଜଣାଇଲେ । ତେବେ ସାମ୍ବାଦିକ କିମ୍ବା ସେହି ଖବର କାଗଜ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ହେବାରୁ ସ୍ଥାନୀୟ ଟାଉନ ଥାନାରେ ଜିଲ୍ଲାପାଳ ଭାବରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଙ୍କ ଅଭିଯୋଗ ସତ୍ତ୍ୱେ ପୋଲିସ କିଛି ପଦକ୍ଷେପ ଗ୍ରହଣ କଲେ ନାହିଁ । ତେବେ କିଛି ଦିନ ପରେ ସଂପୃକ୍ତ ସାମ୍ବାଦିକ ଙ୍କୁ ପୋଲିସ କୌଣସି ଚାପ ରେ ହଉ ତୁରନ୍ତ ଗିରଫ କରି ଜେଲ ହାଜତକୁ ପଠାଇ ଦେଲେ । ସେତେବେଳେ ଜେଲର ଥାନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଗୋଲକ ବିହାରୀ ମହାନ୍ତି। ଅତୀତରେ ସେଇ ସାମ୍ବାଦିକ ଜଣକ ଜେଲର କୁ ମଧ୍ୟ ହଇରାଣ କରିଥାଏ। ସୁଯୋଗ ତ ସମସ୍ତଙ୍କ ପାଇଁ ଆସେ ଜେଲର ବି କୁଆଡେ ଛାଡ଼ିବ । ସାମ୍ବାଦିକ କୁ ଜେଲର ଏମିତି କରିଲେ ଯେ, ଜମାନତ ନ ମିଳିବା ଯାଏଁ କାହା ସହ ଭେଟିବାକୁ ଦେଲେ ନାହିଁ କି ସେ ଆଇଁଶିଆ ସାମ୍ବାଦିକ କୁ ବାହାର ଖାଦ୍ୟ ମଧ୍ୟ ଦେଲେ ନାହିଁ । 5/6 ଦିନ ପରେ ଜାମିନ ରେ ଆସିଲେ । ଆଶ୍ଚର୍ୟ୍ଯ ର ବିଷୟ ଏହି କେଶ ରେ ଜିଲ୍ଲାର ପ୍ରାୟ ସମସ୍ତ ବରିଷ୍ଠ ସାମ୍ବାଦିକ ସରକାରୀ ସାକ୍ଷୀ ଭାବରେ ଥିଲେ କିନ୍ତୁ ସମସ୍ତେ ଚାଲାକି କରି ସାକ୍ଷ୍ୟ ଦେଲେ ନାହିଁ କେବଳ ମୁଁ ସାମ୍ବାଦିକ ସମ୍ମିଳନୀ ସମ୍ପର୍କରେ ଯାହା ଜାଣିଥିଲି କହିଥିଲି । ତା ବାପା ଜଣେ କୁଆଡେ ଯୌନ ଓ ମହିଳା ରୋଗ ର ବିଶେଷଜ୍ଞ ହୋମିଓପ୍ୟାଥି ଡାକ୍ତର ଓ କମ୍ରେଡ ଓ ପକ୍କା କମ୍ୟୁନିଷ୍ଟ । ବାତ୍ୟା ସମୟ ରେ କୋଉ ଏକ ସମୁଦ୍ର କୁଳିଆ ଜିଲ୍ଲାରୁ ଆସି ଭବାନୀ ପାଟଣା ସହର ର ସରକାରୀ ଜଳଚର ଜମି ଆବୋରି ଡାକ୍ତର, ନେତା ଓ ସର୍ବ ହରା ଙ୍କ କଲ୍ୟାଣ କର୍ତ୍ତା। ଭବାନୀ ପାଟଣା ନୂତନ ରାଜଧାନୀ ହେବା ପରେ ବଜାର ପଡା ଓ ଗାନ୍ଧୀ ଛକ ଆମ ସାତ ପୁରୁଷ ଙ୍କ ଘର ଅଗଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ହଟାତ କୌଣସି ଏକ ଅଶୁଭ ମୁହୂର୍ତ୍ତ ରେ କମ୍ରେଡ ଙ୍କ ସହ ଦେଖା ହୁଏ ପୁରୁଣା ପୋଷ୍ଟ ଅଫିସ ସମ୍ମୁଖ ରେ । ବୟୋଜ୍ୟେଷ୍ଠ ଓ ବାପାଙ୍କ ଚିହ୍ନା ପରିଚୟ ଯୋଗୁଁ ନମସ୍କାର ଟେ କଲି । ନମସ୍କାର ର ପ୍ରତି ଉତ୍ତର ଦେବା ପରିବର୍ତେ ହଟାତ୍ ରାଗି ଯାଇ ତତେ ଦେଖିନେବି, ମୋ ପୁଅ କୁ ଜେଲ ପଠେଇଲୁ ବୋଲି ଧମକ ଦେଲେ । ମୁଁ ପ୍ରଥମେ ହସିଲି ମୋ ହସ ରେ ଆହୁରି ଅଧିକ ରାଗି ଗଲେ । ମୁଁ କହିଲି ମୋ ଉପରେ କାହିଁକି ରାଗୁଛନ୍ତି , ଆପଣ ଜିଲ୍ଲାପାଳ କୁ ଏବଂ ପୋଲିସ କୁ କୁହନ୍ତୁ । ମୋ ଉପରେ ରାଗିବା ଠିକ୍ ନୁହେଁ ଆପଣ ବୟୋଜ୍ୟେଷ୍ଠ ରାସ୍ତା ଉପରେ ଏମିତି ବ୍ୟବହାର କରିବା ଠିକ୍ ନୁହେଁ । ତଥାପି ସେ ବୁଝିଲେ ନାହିଁ କମ୍ରେଡ୍ ପଣିଆ ଦେଖେଇ ହେଲେ । କାହିଁକି କେଜାଣି ହଟାତ୍ ମୋ ରାଗ ପଞ୍ଚମ କୁ ଚଢି ଗଲା । ବାମ ହାତରେ ତାଙ୍କ ତଣ୍ଟି କୁ ଚିପି ଧରି ପାଟି ରୁ ବାହାରି ଗଲା କାହାକୁ ଦେଖିବୁ ଦେଖ , ଥାନା ଭିତରେ ନେଇ ଜୋର୍ ପିଟିବି, ବାହାରୁ ଉଡିଆସି ଚୋର ଠକ୍ ମତେ ଦେଖିବୁ ଗାନ୍ଧୀ ଛକ ରେ । ଜୋର୍ ପାଟିତୁଣ୍ଡ ହେବାରୁ ଲୋକ ଗହଳି ହେବା ସହ ମୋ ବଡ ବାପା ସ୍ବର୍ଗତ ଅମିର ଅଲ୍ଲୀ ଖାଁ ଓ ସ୍ବର୍ଗତ ନୀଳାମ୍ବର ପ୍ରଧାନ ଆଜ୍ଞା ଆମ ଆଦରଣୀୟ ଛୋଟ ଭାଇ ବିଷ୍ଣୁ ପ୍ରଧାନ, ଉପ ନଗରପାଳ ଙ୍କ ବାପା ଆସି ଛଡେଇ ମତେ ନେଇ ଗଲେ । ଜାଣିନି ମୁଁ ଠିକ୍ କଲି ନା ନାହିଁ ତେବେ ବୟୋଜ୍ୟେଷ୍ଠ ଙ୍କୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ କିନ୍ତୁ ବୟୋଜ୍ୟେଷ୍ଠ ଯଦି ଅନ୍ୟାୟ ରେ ନିଜ ଉପରେ ଦାଉ ସାଧିବାକୁ ଚେଷ୍ଟା କରେ ତେବେ ତାକୁ ବି ପାନେ ଦେବା ଉଚିତ୍ । ଏଇମିତି ବାହାରୁ ଆସି ଆମ ପରି ଲୋକଙ୍କୁ ଡରେଇବା ପାଇଁ ଚେଷ୍ଟା କଲେ ପ୍ରତିବାଦ କରନ୍ତୁ । ଏ ମାଟି ର ସ୍ୱର୍ଣୀମ ଇତିହାସ କୁ ଜାଣନ୍ତୁ । ଥରେ ଚୁପ୍ ରହିଗଲେ ଏହାର ସୁଯୋଗ ନେଇ ବାହାରୁ ଆସି ନିଜ ଜୀବନ ଜୀବିକା ପାଇଁ ବେକାର ଯୁବକ, ଯୁବତୀଙ୍କୁ ଠକିବା, ଜାଲ ସରକାରୀ ନିଯୁକ୍ତିପତ୍ର ଦେବା ଭଳି ଲୋଭ ଦେଖାଇ ଲୁଟିବା ହଉ କି ହମ୍ ସବ ଜାନତା ଭାରି ଜ୍ଞାନୀ ଦେଖେଇ ହେବା ଲୋକେ ପାଦ ରେ ଦଳି ମକଚି କଳାହାଣ୍ଡିଆ କୁ ତଳକୁ ଚାପି ଦେବେ । ସାହସୀ ହୁଅ ଅନ୍ୟାୟ ଓ ଅତ୍ୟାଚାର ବିରୋଧ ରେ ଯେ କେହିବି ହଉ ପ୍ରତିବାଦ କର ନଚେତ୍ ନିଜ ଅସ୍ତିତ୍ବ ଲୋପ ପାଇ ଯିବ ।
ଶ୍ରୀଯୁକ୍ତ ରାସ ବିହାରୀ ବେହେରା ଆଜ୍ଞାଙ୍କ ପାଖରୁ ତଥ୍ୟ ଭିତ୍ତିକ ଓ ଅନୁସନ୍ଧାନ ମୂଳକ ଖବର ସଂଗ୍ରହ ଉପରେ ବେଶୀ ରୁଚି ଥିବା ଯୋଗୁଁ ଏହି ଘଟଣା ପରେ ସଂପୃକ୍ତ ସାମ୍ବାଦିକ ଙ୍କ ସମସ୍ତ କଳା କାରନାମା ର ତଥ୍ୟ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଅନେକ ସ୍ଥାନରେ ବୁଲି ବୁଲି ସଂଗ୍ରହ କରି ଆଜିବି ସାଇତି ରଖିଛି । ଯେଉଁ ମାନେ ତଥ୍ୟ ସମ୍ମିଳିତ ଅପରେସନ 420 ଫାଇଲ କୁ ନେଇ ଗବେଷଣା କିମ୍ବା PHD କରିବା କୁ ଚାହାନ୍ତି ତେବେ ମୁଁ ଆନନ୍ଦ ର ସହ ଦେଇଦେବି । ଫଳରେ ଆମ କଳାହାଣ୍ଡି ର ଭବିଷ୍ୟତ ବଂଶଧର ଏହିପରି ଚାର୍ଲ୍ସ ଶୋଭରାଜ ଙ୍କ ବଂଶଧର ମାନଙ୍କ ସମ୍ପର୍କ ରେ ଜାଣି ପାରିବେ ।
ମହମ୍ମଦ ଅଲ୍ଲୀ ଖାଁ
ବରିଷ୍ଠ ସାମ୍ବାଦିକ, କଳାହାଣ୍ଡି ।



Post a Comment