*ମାଁ ମାଁଉଲି କ୍ରିକେଟ ଟିମ୍ ତାଲପଦର୍ ଦଳ ଚାମ୍ପିଅନ !!!*
ଦାସି ଗାଁ:-------
(ତର୍ଜମା ନ୍ୟୁଜ)
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ ଦାସିଗା ଗ୍ରାମ ପଞ୍ଚାୟତ ପଦ୍ମପୁର୍ ଠାରେ ଆଜି ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଟିକଚାନ୍ଦ ଵାଗ୍ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡବଲ୍ କିଶୋର୍ ନିଆଲ୍ , ହର ନାଏକ , ଟିକଚନ୍ ନାଏକ ,ଜତିନ୍ଦ୍ର ଦୂର୍ଗା,ପୂର୍ବତନ ସମିତି ସଭ୍ୟ କପୁର୍ ବିହାର ପ୍ରମୁଖ ମଞ୍ଚାସିନ ହୋଇଥିଲେ । ପ୍ରସାନ୍ତ ବାଗ୍ ମେଚ୍ ର ଧାରା ବିବରଣୀ ପ୍ରଦାନ କରିଥିଲେ । ଗୁର୍ଜିଗୁଡା ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୧୩୬ ରନ୍ ସଂଗ୍ରହ କରିଥିବା ବେଳେ ତାଲପଦର ଦଳ ୧୧ ଓଭର ୪ ବଳ ରେ ୧୩୭ ରନ୍ କରି ଚାରି ଉଇକେଟ୍ ରେ ବିଜୟୀ ହୋଇଥିଲେ । ଉକ୍ତ ଖେଳକୁ ପରିଚାଳନା କରୁଥିଲେ ଜିତୁ ଵାଗ ଓ ଜିତୁ ନାଏକ । ମେନ୍ ଅପ୍ ଦ ମେଚ ପାଇଥିଲେ ପ୍ରେମ୍ ନିଆଲ । ଏହି ଫାଇନାଲ ଖେଳଟିକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।



Post a Comment