//BREAKING//
Loading...

ନିଖିଳ ଉତ୍କଳ ଶିକ୍ଷକ ମହାସଂଘ,ଗଂଜାମ ଜିଲ୍ଲା ସମ୍ମିଳନୀ-କର୍ମକର୍ତ୍ତା ନିର୍ବାଚନ !!

 ନିଖିଳ ଉତ୍କଳ ଶିକ୍ଷକ ମହାସଂଘ,ଗଂଜାମ ଜିଲ୍ଲା ସମ୍ମିଳନୀ-କର୍ମକର୍ତ୍ତା ନିର୍ବାଚନ !!


 ବ୍ରହ୍ମପୁର:-----

(ତର୍ଜମା ବ୍ୟୁରୋ ନ୍ୟୁଜ )


  ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଗଂଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟର ପରିସରରେ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀକୁ ବର୍ଷିୟାନ ଶିକ୍ଷକ ନେତା ତଥା ଓଷ୍ଟାର ପୂର୍ବତନ ସାଧାରଣ ସଂପାଦକ ବିବେକାନନ୍ଦ ଦାଶ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିଲେ ।ବର୍ତ୍ତମାନ ପରିସ୍ଥିତିରେ ସବୁ ବର୍ଗର ଶିକ୍ଷକ ସମାଜ ଏକତ୍ରିତ ହୋଇ ଶିକ୍ଷକ ମହାସଂଘର ପୂର୍ବ ଐତିହ୍ୟକୁ ପୁନର୍ଜୀବିତ କରି ସମୂହ ଆନ୍ଦୋଳନ କରି ଦାବୀ ହାସଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।ଏହି ସମ୍ମିଳନୀରେ ମହାସଂଘର ରାଜ୍ୟ ସଭାପତି ଧନଞ୍ଜୟ ରାଉତରାୟ, ସାଧାରଣ ସଂପାଦକ ଦୁଷ୍ମନ୍ତ କୁମାର ନାୟକ, ଉମାକାନ୍ତ ପାତ୍ର, ଅକ୍ଷୟ ଦାସ,ଡଃ ଅମିୟ କୁମାର ମହାନ୍ତି,ସୁରେଶ ଚନ୍ଦ୍ର ବିଶ୍ବାଳ ପ୍ରମୁଖ ଉଦବୋଧନ ଦେଇ ଶିକ୍ଷକ ମହାସଂଘକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଜିଲ୍ଲା ସ୍ତରରେ ଜୟନ୍ତ ଷଡଙ୍ଗୀ, ରାଜେନ୍ଦ୍ର କୁମାର ପଣ୍ଡା, ଶ୍ଯାମସୁନ୍ଦର ଖାଡଙ୍ଗା, ଜଗନ୍ନାଥ ଜେନା, ବିଜୟ କୁମାର ମହାରଣା,ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ପ୍ରଫୁଲ୍ଲ ଚନ୍ଦ୍ର ଦାଶ,ଅଶୋକ କୁମାର ଦଳାଇ,ଦେବଦତ୍ତ ଚୌଧୁରୀ,ପିତବାସ ମହାପାତ୍ର, ଦେବହରି ମହାନ୍ତି ପ୍ରମୁଖ ଗଂଜାମ ଜିଲ୍ଲା ଶିକ୍ଷକ ମହାସଂଘକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ଯୋଗଦେଇ ଶିକ୍ଷକ ମହାସଂଘର ସମସ୍ତ ଦାବିକୁ ସମର୍ଥନ କରି ବକ୍ତବ୍ଯ ରଖିଥିଲେ ।

      ଦ୍ବିତୀୟାର୍ଦ୍ଧ ବୈଠକରେ ଗଂଜାମ ଜିଲ୍ଲା ଶାଖା ଗଠନ କରାଯାଇ ଥିଲା ।ସଭାପତି ଭାବେ ଅଧ୍ୟାପକ ସଂଜୟ କୁମାର ଷଡ଼ଙ୍ଗୀ, କାର୍ଯ୍ଯକାରୀ ସଭାପତି-ଲିଙ୍ଗରାଜ ସ୍ବାଇଁ, ଉପ ସଭାପତି ଭାବେ ୟୋଗିତା ପାଣିଗ୍ରାହୀ, 

ସଂପାଦକ-ଅଶୋକ କୁମାର ଦଳାଇ, ଯୁଗ୍ମ ସଂପାଦକ-ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, କୈଳାସ ବେହେରା ଓ ସୁଚିତ୍ରା ଦାଶ,କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ଦାଶ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।ଉପଦେଷ୍ଟା ମଣ୍ଡଳୀରେ କାମରାଜୁ ମହାରଣା, ଦେବହରି ମହାନ୍ତି, ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ସାହୁ, ଶ୍ଯାମସୁନ୍ଦର ଖାଡଙ୍ଗା ପ୍ରମୁଖଙ୍କୁ ଚୟନ କରାଯାଇଥିଲା ।କାର୍ଯକାରୀ କମିଟି ସଭ୍ଯ ରୂପେ  ପନ୍ଦର ଜଣଙ୍କୁ ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe