//BREAKING//
Loading...

ଗ୍ରାହକ ସେବକେନ୍ଦ୍ର କରି ଲକ୍ଷ୍ୟାଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଫେରାର ଆସାମୀ କୋର୍ଟ ଚାଲାଣ !!!



 ଗ୍ରାହକ ସେବକେନ୍ଦ୍ର କରି ଲକ୍ଷ୍ୟାଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଫେରାର  ଆସାମୀ କୋର୍ଟ ଚାଲାଣ !!!

ମୁଖିଗୁଡା:-----

( ତର୍ଜମା ନ୍ୟୁଜ )


  ତର୍ଜମା ନ୍ୟୁଜ ରେ ଖବର ପ୍ରସାରଣ ପରେ ଜୟପାଟଣା ପୋଲିସ୍ ର ତତ୍ପରତା  ରେ ଗତ:- 28/6/23 ଦିନ ଗ୍ରାହକ ସେବକେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି। କଳାହାଣ୍ତି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଫେରାର ଥିବା   ଅଭିଯୁକ୍ତ  ହରିଶଚନ୍ଦ୍ର ରାଉତ ଏଭଳି କାଣ୍ଡ ଘଟାଇ ଥିବା ନେଇ ଜୟପାଟଣା ଥାନାରେ ଧନ୍ମତି ଛତ୍ରିଆ ,କୁମୁଦିନୀ ଦାସ  ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠିର ତଥା ଅନ୍ୟାନ୍ୟ ମହିଳା ମାନେ । ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠୁ ଫିଙ୍ଗର ସ୍କାନର ଜରିଆରେ ପଇସା ଠକିନେଇ ଯାଇଥିବା ଅଭିଯୋଗ କରିଥିଲେ।  ପାଖାପାଖି 28 ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଏହି ପରିବାର ।  । ଅନ୍ୟପକ୍ଷେ ସ୍ବୟଂ ସହାୟକ ଗୋଷ୍ଠୀ ଉଠାଇଥିବା ଋଣ ଟଙ୍କା ଫେରାଇବା ପାଇଁ ଘର ଦାଣ୍ଡକୁ ଆସି କିଛି ଋଣ ଦେଇଥିବା   ସଂସ୍ଥାର ଲୋକ ବସିପଡୁଛନ୍ତି । ଏନେଇ ଜୟପାଟଣା ଥାନା କେସ୍ ନଂ 0142 ରେ ଏକ ମାମଲା ରୁଜୁ କରି ଆଇପିସିର ଧାରା 420, 408, 34 ଏହାକୁ ଆଧାରିତ କରି ଆଜି ଜୟପାଟଣା ପୋଲିସ୍ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା  ଜଣା ପଡ଼ିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe