କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ନେତୃତ୍ବ
ଶୂନ୍ୟତା -- ମୁଖ୍ୟ ସମ୍ପାଦକ ମହମ୍ମଦ ଅଲ୍ଲୀ ଖାଁ ଙ୍କ ଏକ ସ୍ବତନ୍ତ୍ର ସମୀକ୍ଷା!!!
ବିଗତ ଛଅ ଦଶନ୍ଧି ଧରି କଳାହାଣ୍ଡି କେବେ ଅନୁନ୍ନତ , ଅବହେଳିତ ଏବଂ ଭୋକର ଭୂଗୋଳ ତ୍ କେବେ କୁପୋଷଣ, ମରୁଡିଗ୍ରସ୍ତ ଜିଲ୍ଲା ଭାବରେ ପରିଚିତ ଥିଲା। କିନ୍ତୁ ସମୟ ଚକ୍ର ଓ ରାଜନୈତିକ ଉତଥାନ - ପତନ ଭିତରେ ଆଜି ଅନେକ ପରିବର୍ତ୍ତନ ଘଟିଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ, ଗମାନା ଗମନ ର ସୁବିଧା ଓ କିଛି ମାତ୍ରା ରେ ଉଚ୍ଚ ଶିକ୍ଷା କ୍ଷେତ୍ର ରେ କଳାହାଣ୍ଡି ଜିଲ୍ଲା ସ୍ବାବଲମ୍ବୀ ହୋଇ ପାରିଛି । ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପୂର୍ବରୁ ଜିଲ୍ଲାରେ ମାତ୍ର 38/40 ଧାନ ମିଲ ଥିବା ବେଳେ ଆଜି କିନ୍ତୁ 200 ପାଖାପାଖି ଛୋଟ ବଡ ଧାନ କଳ ରହିଛି ତଥାପି ଚାଷୀ ମୁଣ୍ଡର ଝାଳ ତୁଣ୍ଡ ରେ ମାରି ଅମଳ କରିଥିବା ଧାନ ର ଉଚିତ ମୂଲ୍ୟ ପାଇ ପାରୁ ନାହିଁ। ଲୁଟେରା ମାନଙ୍କ ଦ୍ଵାରା ଆଜି ଚାଷୀ ସର୍ବହରା ହୋଇ ପଡ଼ିଛି । ଅତୀତରେ ଅନେକ ସମୟ ରେ ଜିଲ୍ଲାରେ ରାଜନୈତିକ ପାଣିପାଗରେ ଉଷ୍ମତା ଆସୁଥିଲା । ବିଭିନ୍ନ ରାଜନୈତିକ ଦଳ, ନେତା, କଳାହାଣ୍ଡି ର ଛୋଟ ରୁ ଛୋଟ ସମସ୍ୟା ର ସରକାର ଙ୍କ ନିକଟରେ ଦାବି କରିବା ପାଇଁ ବିଭିନ୍ନ ଆନ୍ଦୋଳନ କରିବା ସହ ସାଧାରଣ ଲୋକ ଙ୍କ ଛୋଟ ବଡ ସମସ୍ୟା ପାଇଁ ପ୍ରୟାସ କରୁଥିଲେ। ଆଜି କିନ୍ତୁ ସ୍ଥିତି ବଦଳିଛି। ସାଧାରଣ ଲୋକ ଙ୍କ ଛୋଟ ବଡ ସମସ୍ୟା ହଉ କି ଜିଲ୍ଲାର ଯେ କୌଣସି ସମସ୍ୟା ର ନିରାକରଣ ନିମନ୍ତେ ନେତା କିମ୍ବା ନେତୃତ୍ୱ ଶୁନ୍ୟ ହୋଇ ପଡ଼ିଛି କଳାହାଣ୍ଡି। 2019 ସାଧାରଣ ନିର୍ବାଚନ ପରେ ଜିଲ୍ଲା ରେ ଚାରୋଟି ଟି ବିଧାୟକ ଆସନ ରାଜ୍ୟ ଶାସକ ଦଳ ବିଜୁ ଜନତା ଦଳ ଅକ୍ତିଆର କରିଥିବା ବେଳେ ଭାରତୀୟ ଜନତା ପାର୍ଟି ସଦର ବିଧାୟକ ଆସନ ସହ ସାଂସଦ ଆସନ ମଧ୍ୟ ଅକ୍ତିଆର କରିଥିଲେ। ତେବେ ସଦର ବିଧାୟକ ପୂର୍ବମନ୍ତ୍ରୀ ପ୍ରଦୀପ୍ତ ନାଏକ କୋରୋନା ରେ ଆକ୍ରାନ୍ତ ହୋଇ ବିଗତ ତିନି ବର୍ଷ ଧରି ଲୋକଙ୍କ ପାଖରୁ ଦୂରେଇ ଯାଇ ଥିବା ବେଳେ ସାଂସଦଙ୍କ ଜିଲ୍ଲା ପ୍ରତି କେତେ ଦରଦ ରହିଛି ସର୍ବ ବିଦିତ ଅଟେ। ତେବେ ଆଜି ବି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଶାସନ ବିଜେପି ଓ ରାଜ୍ୟ ରେ ବିଜେଡି ଦଳର ଶାସନ କିନ୍ତୁ ଉଭୟ ଦଳର ନିର୍ବାଚିତ ପ୍ରତିନିଧି ମାନଙ୍କ ସାଧାରଣ ଲୋକ ଙ୍କ ସମସ୍ୟା ନିବାରଣ ପାଇଁ ସାମାନ୍ୟ ତମ ଦରଦ ଟିକେ ବି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସାଂସଦ ଙ୍କ ଲୋକଙ୍କ ପ୍ରତି କିମ୍ବା ଭୋଟର ମାନଙ୍କ ପ୍ରତି ରୁକ୍ଷ ବ୍ୟବହାର ସହ ଅହଙ୍କାର ଓ ଗର୍ବ ଯୋଗୁଁ ତାଙ୍କ ପ୍ରତି ସାଧାରଣ ଲୋକ ଙ୍କ ଆସ୍ଥା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଏଥିସହ ବିଜେପି ରେ ଗୋଷ୍ଠୀ କନ୍ଦଳ ଓ ନେତା ମାନଙ୍କ ମଧ୍ୟରେ କେବଳ ମୋଦୀ ବନ୍ଦନା କାର୍ଯ୍ୟକ୍ରମ ଛଡା ସାଧାରଣ ଜିଲ୍ଲା ବାସି ଙ୍କ ସମସ୍ୟା ନିବାରଣ ପାଇଁ ସମୟ ନାହିଁ ଏଥି ସହ ଏହି ସୁଯୋଗ କୁ ହାତ ଛଡା ନ କରି କଳେ ବଳେ କୌଶଳେ ନିଜ ସ୍ବାର୍ଥ ସାଧନ ପାଇଁ ଓ ଆର୍ଥିକ ସ୍ଵଚ୍ଛଳ ପାଇଁ ପ୍ରତିଯୋଗିତା ରେ ବ୍ୟସ୍ତ। ସେହି ପରି ଜିଲ୍ଲାରେ ଚାରି ଜଣ ବିଜେଡ଼ି ବିଧାୟକ ଥିଲେ ମଧ୍ୟ ସାଧାରଣ ଲୋକ ଙ୍କ ସମସ୍ୟା ହଉ କି ଜିଲ୍ଲାର ସମସ୍ୟା ନିବାରଣ ହଉ ତାହା ପ୍ରତି ସାମାନ୍ୟ ଉଦ୍ୟମ କରୁନାହାନ୍ତି । ସାଧାରଣ ଲୋକ ଙ୍କ ଅଭିଯୋଗ, ଦୁଃଖ କିମ୍ବା ଲୋକଙ୍କୁ ସାମାନ୍ୟ ଆଶ୍ଵାସନା ଦେବା ପାଇଁ ସମୟ ନାହିଁ। ବିଜେଡି ଦଳ ରେ ଗୋଷ୍ଠୀ କନ୍ଦଳ ନ ଥିଲେ ମଧ୍ୟ ବିଭିନ୍ନ ଉପାୟ ରେ ନିଜ ପାତିଆରା ବୃଦ୍ଧି ପାଇଁ ନିଜ ସମର୍ଥକ ଙ୍କୁ ଠିକା ପ୍ରଦାନ, ବିଭିନ୍ନ ବ୍ୟବସାୟ ରେ ପରୋକ୍ଷ ଭାବେ ସଂପୃକ୍ତି , ରାଜ୍ୟ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଗୁଣଗାନ ସହ ସୁପର ପାୱାର ର ଅଧିକାରୀ ପାଣ୍ଡିଆନ ବନ୍ଦନା ଛଡା ଜିଲ୍ଲା କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ସମସ୍ୟା ହଉ ସେଥି ପ୍ରତି ଦରଦ ଦେଖାଇ ନାହାନ୍ତି । ନିକଟରେ ପାଣ୍ଡିଆନ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ ବିଜେଡି ନେତାଙ୍କ ବିକଳ ଚିତ୍ର ସାଧାରଣ ଲୋକ ଦେଖି ହତାଶ ହୋଇ ପଡିଛନ୍ତି। ଅନ୍ୟ ପକ୍ଷେ ଜିଲ୍ଲାରେ କଂଗ୍ରେସ ଦଳ ସମ୍ପ୍ରତି ଗୋଷ୍ଠୀ ବିବାଦ ରୁ ଉର୍ଦ୍ଧ୍ବ ରେ ରହି ପରାଲିଶିସ ରୋଗ ର ଶିକାର ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା କଂଗ୍ରେସ ଆଜି ପିସିସି କିମ୍ବା ଏଆଇସିସି ର ନିୟନ୍ତ୍ରଣ ରେ ଥିବା ଭଳି ଅବସ୍ଥା ରେ ନାହିଁ । କଂଗ୍ରେସ ନେତା ଓ କର୍ମୀ ଆଜି ଚାବି ଦିଆ ଖେଳଣା କଣ୍ଢେଇ ପରି ରହି ଯାଇଛି । ଜୟ ପରାଜୟ କୁ ଭ୍ରୁକ୍ଷେପ ନ କରି କଳାହାଣ୍ଡି ଜିଲ୍ଲାର ସର୍ବ ମାନ୍ୟ ଲୋକଙ୍କ ନେତା ବା ସାଧାରଣ ଲୋକଙ୍କ ଆଶା ଓ ବିଶ୍ୱାସ ର ପ୍ରତୀକ ଭକ୍ତ ଦାସ ନିଜ ଉପରେ ଆସ୍ଥା ହରେଇ ଥିବା ଯୋଗୁଁ ସାଧାରଣ ଲୋକ ଓ ଦଳୀୟ ନେତା ଙ୍କ ଠାରୁ ବହୁତ୍ ଦୂର କୁ ଚାଲି ଯାଇଥିବା ପରି ମନେ ହୁଏ। ଭକ୍ତ ଦାସ ଙ୍କ ଜିଲ୍ଲାରେ ଅନୁପସ୍ଥିତି ସମୟରେ କଂଗ୍ରେସ ଦଳ ସମ୍ପୂର୍ଣ କୋମା ଅବସ୍ଥା କୁ ଚାଲି ଯାଉଛି। ନିଜ ସ୍ବାର୍ଥ ସାଧନ ପାଇଁ କେବଳ କିଛି ଭକ୍ତ ବନ୍ଦନା କାରୀ ନିଜ ନେତା ଙ୍କ ନିକଟରେ ଜିଲ୍ଲାର ସମସ୍ୟା ହଉ କି ସାଧାରଣ ଲୋକଙ୍କ ସମସ୍ୟା ଶୁଣିବାକୁ ସୁଯୋଗ ନ ଦେଇ ଘେରି ରହିଥିବା ଫଳରେ କଂଗ୍ରେସ ର ସ୍ଥିତି କୋମା ଅବସ୍ଥା କୁ ଚାଲି ଯାଇଛି। ଭକ୍ତ ଦାସ ଙ୍କ ଅନୁପସ୍ଥିତି ରେ ଜିଲ୍ଲା ବାସି ଙ୍କ ସମସ୍ୟା ହଉ କି ଜିଲ୍ଲାର ମୁଖ୍ୟ ସମସ୍ୟା ହଉ ତାର ସମାଧାନ ପାଇଁ ଆଉ କୌଣସି ଜିଲ୍ଲା ସ୍ତରୀୟ କଂଗ୍ରେସ ନେତା ସକ୍ଷମ ନୁହନ୍ତି। ଏ ସବୁ ଭିତରେ ଗ୍ରାମ ରୁ ସହର ଯାଏଁ ଥିବା ଅବହେଳିତ, ନିଷ୍ପେସିତ , ଉପେକ୍ଷିତ ସାଧାରଣ ଲୋକ ର ଅବସ୍ଥା କିପରି ଥିବ ତାହା ବିଚାର ଯୋଗ୍ୟ। ଏବେ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ନୂଆଁ ନୂଆଁ ଯୋଜନା ପ୍ରସ୍ତୁତ କରି ଏପରି କରି ଦେଇଛନ୍ତି ଯେ, ୱାର୍ଡ ମେମ୍ବର ରୁ ଆରମ୍ଭ କରି ତ୍ରି ସ୍ତରୀୟ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ଯୋଜନା ର ସଫଳ ରୂପାୟନ ପରିବର୍ତେ ସୁଯୋଗ ହାତ ଛଡା ନ କରି କେବଳ ନିଜ ସ୍ବାର୍ଥ ସାଧନ ରେ ବ୍ୟସ୍ତ । ତେବେ କଳାହାଣ୍ଡି ଜିଲ୍ଲାରେ ନେତୃତ୍ବ ବିହୀନ ରାଜନୈତିକ ପାଣିପାଗ ଦେଖି ଜିଲ୍ଲା ପ୍ରଶାସନ ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟା ନିବାରଣ ପାଇଁ ସାମାନ୍ୟ ତମ ଦରଦ ଦେଖାଉ ନ ଥିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଶାସନ ଉପରେ ନିୟନ୍ତ୍ରଣ ନ ଥିବା ଯୋଗୁଁ ସାଧାରଣ ଲୋକ ଆଜି ଏ କୁଳର ହେଲୁ ନା ସେ କୁଳର ହେଲୁ ଅବସ୍ଥା ରେ ପହଞ୍ଚି ଯାଇଛନ୍ତି। ଆଜି ସାଧାରଣ ଭୋଟର ଓ ଲୋକଙ୍କ ମଧ୍ୟରେ ନା କୌଣସି ନେତା ଙ୍କ ଉପରେ ଆଶା ଓ ବିଶ୍ୱାସ ରହିଛି ନା ପ୍ରଶାସନିକ ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା କିମ୍ବା କ୍ଷମତା ଉପରେ ବିଶ୍ୱାସ ରହିଛି । ଆଜିବି ଜିଲ୍ଲାରେ ଦଳମତ ନିର୍ବିଶେଷରେ ଦୃଢ଼ ନେତୃତ୍ଵ ର ଆବଶ୍ୟକ ରହିଛି । ଯିଏ ସାଧାରଣ ଲୋକଙ୍କ ହୃଦୟର କୋହ କୁ ବୁଝି ପାରୁ ଥିବ ଓ ତାଙ୍କ ଲୁହ ପୋଛିବାକୁ ସଦା ସର୍ବଦା ତତ୍ପର ଥିବ । କିନ୍ତୁ ବିଡମ୍ବନା ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ କ୍ଷମତା ସ୍ଵାଦ ଚାଖି ନିଜେ ସ୍ବାବଲମ୍ବୀ, ପ୍ରତିଷ୍ଠିତ ହେବା ପରେ ଆଜି ସେହି ଭୋଟର କିମ୍ବା ସାଧାରଣ ଲୋକ ଙ୍କ ପାଖରୁ ଦୂରେଇ ଯିବା ଓ ଲୋକଙ୍କ ବିଶ୍ୱାସ ହରେଇ ଥିବା ନେତା ଙ୍କ କଳାହାଣ୍ଡି ଜିଲ୍ଲାରେ ଅଭାବ ନାହିଁ । ନିଜ ଲୋକଙ୍କ ସହ କିମ୍ବା ଭୋଟର ମାନଙ୍କ ନିକଟରେ ଛଳନା କରି ପ୍ରତିଶୃତି ଦେଇ ଭୋଟ ହାତେଇବା ଓ କ୍ଷମତା କୁ ଉପଭୋଗ କରି ଲୋକଙ୍କ ଠାରୁ ଦୂରେଇ ଯାଇ ଲୋକଙ୍କ ସହ ରାଜନୈତିକ ବିଶ୍ୱାସଘାତ ବାରମ୍ବାର କରୁଥିବା ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ନେତୃତ୍ବ ରେ ଶୂନ୍ୟତା ଦେଖା ଦେଇଛି । ତେବେ ନିର୍ବାଚନ ସମୟରେ ଭୋଟର ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ, ଆଶା ଓ ସୁନେଲି ସ୍ବପ୍ନ ଦେଖେଇ ନିର୍ବାଚିତ ହେବା ପରେ ନିଜେ ସ୍ବାବଲମ୍ବୀ ହେବା ପରିବର୍ତେ ଜୟ ପରାଜୟ କୁ ଭ୍ରୁକ୍ଷେପ ନ କରି ସାଧାରଣ ଲୋକଙ୍କ ହୃଦୟ ଭିତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରି ପାରିବା ଭଳି କୌଣସି ବ୍ୟକ୍ତିତ୍ୱ କିମ୍ବା ନେତା ଆଜି ଜିଲ୍ଲା ର କୌଣସି ରାଜନୈତିକ ଦଳରେ ନ ଥିବା ଭଳି ମନେ ହୁଏ । ତେବେ ଆଗାମୀ ଭବିଷ୍ୟତ କହିବ ମୋ ଏହି ଲେଖା ବା ସମୀକ୍ଷା ର କେତେ ଦୂର ଯଥାର୍ଥ ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସମୀକ୍ଷା ଜିଲ୍ଲାର କୌଣସି ନେତା କିମ୍ବା ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ କିମ୍ବା କୌଣସି ନୀତି ଓ ଆଦର୍ଶ ପ୍ରତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆଙ୍ଗୁଳି ନିର୍ଦ୍ଦେଶ ନୁହଁ । କଳାହାଣ୍ଡି ଜିଲ୍ଲାର ବର୍ତ୍ତମାନ ର ରାଜନୀତିକ ସ୍ଥିତି ଓ ଲୋକଙ୍କ ଆସ୍ଥା ଓ ବିଶ୍ୱାସ କୁ କୁଠାରାଘାତ କରି ଯେଉଁ ମାନେ ଜିଲ୍ଲା ର ସ୍ବାର୍ଥ ପରିବର୍ତେ କେବଳ ନିଜର ସ୍ୱାର୍ଥ ସାଧନ ଭିତରେ ବୁଡ଼ି ରହି କଳାହାଣ୍ଡି ଜିଲ୍ଲାର ସରଳ, ଅବହେଳିତ , ନିଷ୍ପେସିତ ସାଧାରଣ ବର୍ଗ ଙ୍କ ଭିତରେ ଥିବା ବିଶ୍ୱାସ କୁ ଚୂର୍ ମାର କରି କେବଳ ନିଜ ସ୍ବାର୍ଥ ସାଧନ ରେ ବ୍ୟସ୍ତ ଓ ସୀମିତ ରହିଛନ୍ତି ସେମାନଙ୍କୁ ନିଜ ଆତ୍ମ ଚିନ୍ତନ କରି ଆଗାମୀ ସାଧାରଣ ନିର୍ବାଚନ ରେ ନିଜର ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ ନଚେତ୍ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହରେଇ ଥିବା ଏହି ପରି ରାଜନେତା ମାନଙ୍କୁ କଳାହାଣ୍ଡି ଭୋଟର ଉଚିତ୍ ଜବାବ ଦେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ମହମ୍ମଦ ଅଲ୍ଲୀ ଖାଁ,
ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ସମ୍ପାଦକ "ତର୍ଜମା ନ୍ୟୁଜ'



Post a Comment