ପାଳନା ରେ ବିରାଟ ଚାଷୀ ସମାବେଶ !!!
ଭବାନୀ ପାଟଣା:---
(ତର୍ଜମା ନ୍ୟୁଜ )
ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଳନା ବଜାର ପଡିଆ ଠାରେ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।
ଯୁବନେତା ସାମନ୍ତ ଖମାରି ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ଏହି ସମାବେଶ ରେ
କେନ୍ଦ୍ର ସରକାର ଯେଉଁ ଧାନର ମୂଲ୍ୟ 140 ଟଙ୍କା ବଢ଼ାଇଛନ୍ତି ଓ କପାର ସର୍ବନିମ୍ନ ମୂଲ୍ୟ 600 ଟଙ୍କା ବଢ଼ାଇଛନ୍ତି, ଏଥିରେ ଚାଷୀ କୁଳ ଆସନ୍ତୋଷ ବ୍ୟକ୍ତ କରିଥିଲେ ।
ଚାଷୀ ମାନଙ୍କ ମୁଖ୍ୟତ ଦାବି ଧାନର ସର୍ବନିମ୍ନ ମୂଲ୍ୟ 3000 ଟଙ୍କା ଓ କପା ର ସର୍ବନିମ୍ନ ମୂଲ୍ୟ ରେ 12000 ଟଙ୍କା ଧାର୍ଯ୍ୟ କରିବା ସହ ସମସ୍ତ ଚାଷୀ ଙ୍କୁ ମାଗଣାରେ ସାର ଯୋଗାଇ ଦେବା ପାଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯିବ ବୋଲି ଆଲୋଚନା ହୋଇଥିଲା ।
ରାଜ୍ୟ ସରକାର ବର୍ତମାନ ଚାଷୀ ଙ୍କୁ ମାଗଣାରେ 5 ଏକର ପ୍ରଯ୍ୟନ୍ତ ଜମିକୁ 1ଟଙ୍କା ରେ ବୀମା ଘୋଷଣା କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ କରିଥିଲେ ।
ଆଗାମୀ ଦିନରେ ହଜାର ହଜାର ଚାଷୀକୁ ନେଇ ଧାନ ଓ କପା ମୂଲ୍ୟବୃଦ୍ଧି ଓ ସାର ମାଗଣାରେ ଚାଷୀଙ୍କୁ ଯୋଗାଇ ଦେବା ପାଇ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଏହି ସମାବେଶ ରେ ନିଷ୍ପତ୍ତି ହୋଇଥିଲା।
ଏହି ସଭାରେ ଚାଷୀନେତା ମୁକୁନ୍ଦ ମେହେର, ସୁଧୀର ଛୁରା, ଅଭିରାମ ବୈଠାରୁ, ପ୍ରସନ୍ନ ରଣା, ଲବାଣୀଶ୍ୱର ରଣା, ଦୁଃଖିଶ୍ୟାମ ମାଝୀ, ଗୁପ୍ତ ଗହୀର, ଜୟରାମ ପ୍ରଧାନ, ମଣ୍ଟୁ ମାଝୀ, ବଳଦେବ ସାହୁ, ଅଙ୍କ ଗହୀର, ଦେବେନ୍ଦ୍ର ଯୁଆଡ, ତରଙ୍ଗ ପଟେଲ, ଉତରା ପଟେଲ, ଦେବାର୍ଚନ ଭୋଇ, ହୃଷିକେଶ ଗହୀର, ସାତଦିଖ ଚାଷୀ ଉପସ୍ଥିତି ଥିଲେ
ସର୍ବଶେଷ ରେ ଝାସକେତନ ମାଝୀ ଧନ୍ୟବାଦ ଦେଇ ଥିଲେ ।
Post a Comment