*କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ,ମାଣିକ୍ୟ ବିହାର ଠାରେ ଏନ.ସି.ସି. କ୍ୟାମ୍ପ ଉଦଯାପିତ !!
ଭବାନୀ ପାଟଣା:---
(ତର୍ଜମା ନ୍ୟୁଜ )
ସ୍ଥାନୀୟ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ,ମାଣିକ୍ୟ ବିହାର, ଭବାନୀପାଟଣା ପରିସର ରେ ୨(ଓଡ଼ିଶା) ଏୟାର ସ୍କ୍ୱାଡ୍ରନ ଫ୍ଲାଇଂ ଏନ.ସି.ସି, ଝାରସୁଗୁଡ଼ା ଆନୁକୂଲ୍ୟରେ ୧୦ଦିନିଆ ବାର୍ଷିକ ଟ୍ରେନିଂ କ୍ୟାମ୍ପ ଉଦଯାପିତ ହୋଇଯାଇଅଛି।
ଏହି ଅବସରରେ କେଡ଼େଟଙ୍କ ଦ୍ଵାରା ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ ଶତପଥୀ, ସମ୍ମାନିତ ଅତିଥି ଭାବେ ୪(ଓଡ଼ିଶା) ନାଭାଲ ଏନ. ସି.ସି ୟୁନିଟର କଂମାଣ୍ଡିଂ ଅଫିସର ସୁନୀଲ ବେହେରା ଯୋଗଦାନ ଦେଇଥିଲେ। ଏହି ଅବସରରେ କ୍ୟାମ୍ପ ର କ୍ୟାମ୍ପ କମଣ୍ଡେଣ୍ଟ wing କମାଣ୍ଡର ତାପସ ଓଝା କ୍ୟାମ ବିବରଣୀ ପଠନ କରିଥିଲେ ଓ ପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କେଡ଼େଟଙ୍କୁ ପୁରସ୍କାର ବିତରଣ କରଯାଇଥିଲା।







Post a Comment