//BREAKING//
Loading...

ଭଇଁରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ



 ଭଇଁରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l 

କଲମପୁର:------

( ତର୍ଜମା ନ୍ୟୁଜ )

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଭଇଁରୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମିନଗୁର କ୍ଲଷ୍ଟର CRCC ରୁଦ୍ରାକ୍ଷର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ପଣ୍ଡା, ସହକାରୀ ଶିକ୍ଷକ ମାଣିକ୍ୟ ତାଣ୍ଡି ଓ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ନାଏକ ତଥା ସମସ୍ତ ଅବିଭାବକ ଙ୍କ ଉପସ୍ଥିତି ରେ  76 ଜଣ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।ଏହି ପୋଷାକ ବଣ୍ଟନ ଉତ୍ସବ କୁ ବିଦ୍ୟାଳୟର ସହକାରୀ ଶିକ୍ଷକ ମାଣିକ୍ୟ ତାଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି  35ଜଣ ଛାତ୍ର, 41 ଜଣ ଛାତ୍ରୀ ସର୍ବମୋଟ 76ଜଣଙ୍କୁ ପୋଷାକ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ମାନେ ଉପସ୍ଥିତ ରହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ଚଳିତ ବର୍ଷ ସରକାରଙ୍କ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପୋଷାକ ସହ ଜୋତା, ଟି ସାର୍ଟ, ପ୍ୟାଣ୍ଟ,ଟୋପି, ଆଇ କାର୍ଡ ବଣ୍ଟନ କରାଯାଉଥିବାରୁ ଛାତ୍ର ଛାତ୍ରୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।

କଣ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe