//BREAKING//
Loading...

ଇନ୍ଦ୍ରାବତୀରେ ହେଲା ଜଳଯୋଗାଣ, ଚାଷୀ ଆଶ୍ବସ୍ତ, ଗଣମାଧ୍ୟମ ଉପେକ୍ଷିତ !!!


 ଇନ୍ଦ୍ରାବତୀରେ ହେଲା ଜଳଯୋଗାଣ, ଚାଷୀ ଆଶ୍ବସ୍ତ, ଗଣମାଧ୍ୟମ ଉପେକ୍ଷିତ !!!

କଲମପୁର:-----

(ତର୍ଜମା ନ୍ୟୁଜ )


ଜୁନାଗଡ -କଳାହାଣ୍ଡି ଜିଲ୍ଲା ଚାଷୀଙ୍କ ଏକମାତ୍ର ନିର୍ଭରଯୋଗ୍ୟ ମାଧ୍ୟମ ହେଉଛି ବହୁମୂଖୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ଉଦବୃତ୍ତ ଜଳ । ଏହି ପ୍ରକଳ୍ପର ନିଷ୍କାସିତ ଜଳରେ ଚାଷୀ ଦ୍ଵିଫସଳ ଅମଳ କରି ଆସୁଛି ।ଚଳିତ ବର୍ଷ ମୌସୁମୀ ବାଟବଣା ହେବାରୁ ଚାଷକାର୍ଯ୍ୟ ବିଳମ୍ବ ହୋଇଛି । ଚାଷୀ ଶ୍ରାବଣ ମାସରେ ବି ତଳି ପକାଇ ପାରି ନାହିଁ, ଏଭଳି ସମୟରେ ଚାଷୀଙ୍କ ସାହା ଭରଷା ହୋଇଛି ଏହି କେନାଲ ଜଳ । ଆଜି କେନାଲରେ ଜଳ ଯୋଗାଣ କରାଯାଇଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଶୁଭ ଉଦଘାଟନ କରିଥିବା ବେଳେ ଦକ୍ଷିଣ ମୂଖ୍ୟ କେନାଲ ଯନ୍ତ୍ରୀ ରାମ କୁମାର ବେହେରା,ବାମ ମୂଖ୍ୟ କେନାଲ ଯନ୍ତ୍ରୀ ଦ୍ରୁପ କୁମାର ପାତ୍ର ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଜଳ ନିଷ୍କାସନ ହେବାରୁ ଚାଷୀ ହୁଏତ ଆଶ୍ବସ୍ତ ହୋଇଥାଇ ପାରନ୍ତି କିନ୍ତୁ ଏଭଳି କାର୍ଯ୍ୟକ୍ରମ ଚାଷୀଙ୍କ  ଅଗୋଚରରେ କରାଯିବା ପ୍ରସଙ୍ଗକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି, ପ୍ରଚାର ପ୍ରସାର ଅଭାବ ସହିତ କାର୍ଯ୍ୟକ୍ରମରେ କୌଣସି ଚାଷୀ କି ଚାଷୀ ପ୍ରତିନିଧି ଉପସ୍ଥିତ ନ ହୋଇ ପାରିବା ଘଟଣା ଏହାର ଆନ୍ତରିକତା କୁ ଆପେ ଆପେ ବୟାନ କରୁଛି। ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବି ସାମାନ୍ୟ ତମ ବ୍ୟବହାର କରାନଯିବା ଘଟଣାକୁ ମଧ୍ୟ ନିନ୍ଦା କରାଯାଇଛି । ଏହି ଜଳ ନିଷ୍କାସନ ହେବା ଫଳରେ ୯୯ ହଜାର ୧୭୨ ହଜାର ଚାଷୀ  ଓ ୪୭୧ଖଣ୍ଡ ଗାଁ ସହ ଏକ ଲକ୍ଷ ୧୩ ହଜାର ହେକ୍ଟର ଚାଷୀ  ଉପକୃତ ହେବେ । କଲମପୁର, ଧର୍ମଗଡ, ଜୁନାଗଡ, କୋକସରା, ଗୋଲାମୁଣ୍ଡା, ଭବାନୀପାଟଣା,ଓ କେସିଙ୍ଗା ପର୍ଯ୍ୟନ୍ତ ଏହି ଜଳ ପହଞ୍ଚିବ ଓ ଚାଷ କାର୍ଯ୍ୟରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଭାଗ।  କହିଛି  । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଚାଷୀ ଙ୍କୁ ଡକା ନ ଯିବା ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଡାକି ଅପେକ୍ଷା କରିବା ଘଟଣା କୁ କଳାହାଣ୍ଡି ସାମ୍ବାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀ ଖାଁ ଏବଂ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ତୀବ୍ର ନିନ୍ଦା କରିବା ସହ ସରକାରୀ ଅଧିକାରୀ ଙ୍କ ଏକ ଛତ୍ର ଶାସନ ଓ ହିନ ମାନସିକତା ବୋଲି ପ୍ରକାଶ କରିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe