ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ହାଇସ୍କୁଲ ଠାରେ ବୃକ୍ଷ ରୋପଣ କରାଯାଇଛି!!!
ଭବାନୀ ପାଟଣା:-----
( ତର୍ଜମା ନ୍ୟୁଜ )
୭୪ତମ ବନ ମହୋତ୍ସବ ଅବସରରେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ବନ ମହୋତ୍ସବ ସପ୍ତାହ ର ଶେଷ ଦିନ(ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟୃଖମାର ଗ୍ରାମ ପଞ୍ଚାୟତ ଅଧିନ ରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ପ୍ରାଣଙ୍ଗରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି ଏବଂ ସ୍କୁଲ କମିଟି ମେମ୍ବର ମଞ୍ଜୁର ଅଲ୍ଲୀ ଖାଁ ତରଫରୁ ଛାତ୍ର/ ଛାତ୍ରୀ ମାନଙ୍କୁ ଖାତା ଓ ପେନ୍ସିଲ ବଣ୍ଟନ କରିଛନ୍ତି।
ଏଥିରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୂକରଣ ଅଧ୍ୟକ୍ଷ ଶ୍ରୀ ଦିପ୍ତି ରଞନ କାନୁନଗୋ, ଅତିରିକ୍ତ ଜିଲ୍ଲା ଜଜ୍(vigilance), ଶ୍ରୀକାନ୍ତ ମିଶ୍ର, ପରିବାର ଅଦାଲତ ଜଜ୍ ଶ୍ରୀ ଲଲିତ କୁମାର ଦାସ, ଅତିରିକ୍ତ ଜିଲ୍ଲା ଜଜ୍ (POCSO )ଶ୍ରୀ ସୁଭଞନ ମହାନ୍ତି, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରିଜା ରାୟ, ଅତିରିକ୍ତ ଜିଲ୍ଲା ଜଜ୍ ସ୍ମୃତିଲେଖା ବାରିକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ୍ (ଏଲ ଆର-ଏଲଟିଭି) ରଶ୍ମୀରେଖା ପାତ୍ର, ସିଭିଲ ଜଜ୍ ଜୁନିୟର ଡ଼ିଭିଜନ୍ ଡ଼.ସୁମିତ୍ରା ବିଶ୍ଵାଳ ,ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର , ସ୍କୁଲ ସଭାପତି ରୁକଧର ମାଝୀ, ସ୍ଥାନୀୟ ସରପଞ୍ଚ ଛଳନା ଚଣ୍ଡି ଓ ସ୍କୁଲ ଶିକ୍ଷକ /ଶିକ୍ଷୟତ୍ରୀ , ଛାତ୍ର/ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment