କଲମପୁର ବନପାଳ ଅଧିନସ୍ଥ ତାଳପଦର ସଂରକ୍ଷିତ ଜଙ୍ଗଲରେ ବୃକ୍ଷ ରୋପଣ କଲେ ଶତାଧିକ ଲୋକ
!!!
କଲମପୁର:----
( ତର୍ଜମା ନ୍ୟୁଜ୍)
କଳାହାଣ୍ଡି ଜିଲ୍ଲା ଦକ୍ଷୀଣବନଖଣ୍ଡ ଥୁଆମୂଳ ରାମପୁର ବନାଞ୍ଚଳ ଅଧିନସ୍ଥ କଲମପୁର ବନପାଳଙ୍କ ଅନ୍ତର୍ଗତ ଦାସିଗାଁ ବିଟ ତାଳପଦର ସଂରକ୍ଷିତ ଜଙ୍ଗଲରେ ଆଜି ଶତାଧିକ ଲୋକେ ବନମହୋତ୍ସବ ପୂର୍ବକ ବୃକ୍ଷ ରୋପଣ କରିଥିଲେ। ପାଣିପାଗ ଅନିୟମିତତା ର ପ୍ରମୁଖ କାରଣ ମଧ୍ୟରେ ବୃକ୍ଷ ନଷ୍ଟ ହିଁ ମୂଳ କାରଣ ବୋଲି ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଡେପୁଟି ରେଞ୍ଜର ତ୍ରିନାଥ ସେଠୀ ମତ ବ୍ୟକ୍ତ କରିଥିଲେ। ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ବନପାଳ ସୀମା କୁମାରୀ ଧଙ୍ଗଡା ମାଝୀ ନିବେଦନ କରିଥିଲେ। ଏଥିରେ ଯୋଗ ଦେଇ ଦାସିଗାଁ ପୂର୍ବତନ ସରପଞ୍ଚ ଶ୍ରୀନିବାସ ସାହୁ,ଓ, ପରିବେଶବିତ ତଥା ଭିସିସି କମିଟି ସଭାପତି ଟିକଚନ୍ଦ ବାଗ ଗଛର ଉପକାରିତା ଉପରେ ଜୀବ ଜଗତର ପ୍ରଭାବ ସହ ଉପକାରିତା କୁ ନେଇ ସୁନ୍ଦର ବ୍ୟାଖ୍ୟା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଜେୟୁ ଡିଓ ସତ୍ୟ ନାରାୟଣ ପାଣିଗ୍ରାହୀ,ଅଲେଖ ନିରଞ୍ଜନ ପ୍ରଧାନ, ଦାସିଗାଁ ବନ ରକ୍ଷକ ଜନ୍ମେଜୟ ମାଝି, କଲମପୁର ସୁରେନ୍ଦ୍ର ଶବର ପ୍ରମୁଖ ସହଯୋଗ କରିଥିବା ବେଳେ ଏଠାରେ ୪୦ ହଜାର ବୃକ୍ଷ ରୋପଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବିଭାଗ ସୂଚନା ଦେଇଛି ।





Post a Comment