//BREAKING//
Loading...

ସୁନାମଧନ୍ୟ ତବଲା ଓ ଢୋଲକ୍ ବାଦକ ସ୍ବର୍ଗତ ସୋମନାଥ କେଲାଡ଼ି ଙ୍କୁଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ!!

 ସୁନାମଧନ୍ୟ ତବଲା ଓ ଢୋଲକ୍ ବାଦକ ସ୍ବର୍ଗତ ସୋମନାଥ କେଲାଡ଼ି ଙ୍କୁଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ!!


ଜୟପୁର:-----

(ତର୍ଜମା ବ୍ୟୁରୋ ନ୍ୟୁଜ)


ଜୟପୁର ର ବିଶିଷ୍ଠ  କଳାକାର , ତବଲା ଓ ଢୋଲକ ବାଦକ ସ୍ବର୍ଗତ ସୋମନାଥ କେଲାଡି ଙ୍କ ଉଦ୍ଧେଶ୍ୟରେ କୋରାପୁଟିଆ କଳା ଓ କଳାକାର ଗ୍ରୁପ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ ସ୍ଥାନୀୟ ସ୍ୱର ଘୁଙ୍ଗୁର ଅନୁଷ୍ଠାନ ଠାରେ  ଆବାହକ ଶ୍ରୀ ଧିରେନ ମୋହନ ପଟନାୟଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଗତତା-୩୧/୭/୨୦୨୩ ଦିନ ତାଙ୍କ ପରଲୋକ ଘଟିଛି । ଉପସ୍ଥିତ  ସମସ୍ତ କଳାକାର ତାଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରିଥିଲେ । ଉପସ୍ଥିତ ସମସ୍ତ କଳାକାର ତାଙ୍କର ଜୀବନୀ ଏବଂ କଳାକାର ଜୀବନ ର ଅନେକ ଅତୀତ ସ୍ମୃତି ଚାରଣ କରିଥିଲେ l

ଏହି ଅବସର ରେ ଜୟପୁର ର ଅନେକ ବରିଷ୍ଠ ଏବଂ କନିଷ୍ଠ କଳାକାର ମାନେ ଯୋଗଦାନ ନେଇଥିଲେ l ସର୍ବଶ୍ରୀ ବିଜୟ କୁମାର ସାମନ୍ତରାୟ, ଜୟନ୍ତ ସାନ୍ତ୍ରା, ସୁଶାନ୍ତ ଅଧିକାରୀ ମନୋଜ ପାତ୍ର, ଅମର ମିଶ୍ର, ଗୁପ୍ତ ପାଣିଗ୍ରାହୀ,ଜଗେନ୍ଦ୍ର ମହାପାତ୍ର,ସନ୍ତୋଷ କୁମାର ରାଓ,ଶୁକମାନ ସଗଡ଼ିଆ, ଉମେଶ ପାଣିଗ୍ରାହୀ, ରଘୁନାଥ ବିଶ୍ୱାଳ, ଉମାକାନ୍ତ ମହାରଣା, ସତ୍ୟ ମିଶ୍ର, ବାଦଲ ସାନ୍ତ୍ରାପାତ୍ର,ପିୟୁଷ ପଟନାୟକ, ପଞ୍ଚମ  ସାମନ୍ତରାୟ, ଆକାଶ ସାମନ୍ତରାୟ, ଅସ୍ମିତା ଷଡ଼ଙ୍ଗୀ, ପ୍ରଜ୍ଞା ପଣ୍ଡା, ଲିପ୍ସା ନାୟକ, ଶ୍ରୀୟା ପଟନାୟକ, କୁରୁବାନ ଅଲ୍ଲୀ, ନିହାର ପଟନାୟକ, ରଂଜିତ ପଟନାୟକ, କିଶୋର ତ୍ରିପାଠୀ, ତୁଷାର ବେହେରା, ସୁମନ ଚାନ୍ଦ, ଜଗବନ୍ଧୁ ବେରୁକ, ଭରତ ପୂଜାରୀ, ବାଲ ଗୋପାଲ, ସଲମାନ ଖରା, ବସନ୍ତ ଭଟ୍ଟ, ପ୍ରଭାକର ନାୟକ, ଆନନ୍ତ ଟାକ୍ରୀ ପ୍ରମୁଖ କଳାକାର ମାନେ ଯୋଗ ଦେଇଥିଲେ l

କୋରାପୁଟ କଳା ଜଗତ ପାଇଁ ସୋମନାଥ ଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ବରିଷ୍ଠ କଳାକାର ବୃନ୍ଦ ମତ ପ୍ରକାଶ କରିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe