ମୋ ଶୃତି ରେ......
ରାଜନୀତି ଚକ୍ରବ୍ୟୁହ ରେ କଳାହାଣ୍ଡି।
କଳାହାଣ୍ଡି ରାଜ୍ୟର ଏକ ଅନଗ୍ରସର ଜିଲ୍ଲା ଭାବରେ ପରିଚିତ ।80 ଦଶକ ରେ ଫନସ ପୁଞ୍ଜି ଘଟଣା ସମଗ୍ର ଦେଶ ତଥା ବିଶ୍ଵ କୁ ଦୋହଲାଇ ଦେଇଥିଲା । ସ୍ଵାଧୀନତା ପରବର୍ତ୍ତୀ ରାଜନୈତିକ ଘଟଣା କ୍ରମ ରେ 1975 ମସିହା ଯାଏଁ କଳାହାଣ୍ଡି ଜିଲ୍ଲାର ରାଜନୀତି ସ୍ବର୍ଗତ ମହାରାଜା ସ୍ବର୍ଗତ ପ୍ରତାପ କେଶରୀ ଦେଓ ଙ୍କ ନିୟନ୍ତ୍ରଣ ରେ ଥିଲା । ଏମାର୍ଜେନ୍ସି (ଜରୁରୀ କାଳୀନ ପରିସ୍ଥିତି)ସମୟରେ ଦେଶ ର ଅନେକ ବିରୋଧୀ ଦଳର ନେତା ମାନେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି କୁ ବିରୋଧ କରି ଦୁଇ ବର୍ଷ କାଳ ରାଜନୈତିକ ବନ୍ଦୀ ଭାବରେ ଜେଲ ହାଜତ ରେ ଜୀବନ ଅତିବାହିତ କରିଥିଲେ । ସ୍ବର୍ଗତ ମହାରାଜା ଜୀବନ ତମାମ କଂଗ୍ରେସ ଦଳ କୁ ବିରୋଧ କରି 27 ବର୍ଷ ରୁ ଅଧିକ ସମୟ ସାଂସଦ ଭାବେ କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧିତ୍ଵ କରିଥିଲେ । ଏପରିକି ବିରୋଧୀ ଦଳର ନେତା ଭାବେ ମଧ୍ୟ ନିଜର ଦାୟୀତ୍ବ ନିର୍ବାହ କରିଥିଲେ। କିନ୍ତୁ ଜରୁରୀ କାଳୀନ ପରିସ୍ଥିତି ପରେ 1977 ମସିହା ଲୋକସଭା ନିର୍ବାଚନ ରେ ରାଜନୀତି ଖେଳ ବଦଳି ଗଲା । କଂଗ୍ରେସ ଦଳ ତରଫରୁ କଳାହାଣ୍ଡି ଜିଲ୍ଲାରେ ଦଳୀୟ ପ୍ରାର୍ଥୀ ଭାବେ କାହାକୁ ପ୍ରାର୍ଥୀ କଲେ ନାହିଁ ଏବଂ ମହାରାଜା ସ୍ବର୍ଗତ ପ୍ରତାପ କେଶରୀ ଦେଓ କଂଗ୍ରେସ ସମର୍ଥିତ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନ କୁ ଆସିଲେ । ଏହାକୁ ଜୀବନ ତମାମ ବିରୋଧ କରୁଥିବା କଂଗ୍ରେସ ନେତା , ସେ ସମୟର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦୁର୍ଗା ଶଙ୍କର କର ଓ ସ୍ବର୍ଗତ ଦେବେନ୍ଦ୍ର ଶତପଥୀ ( ପୂର୍ବତନ ସାଂସଦ )ଢେଙ୍କାନାଳ ( ତଥାଗତ ଶତପଥୀଙ୍କ ବାପା) ଦିଲ୍ଲୀରେ କଂଗ୍ରେସ ଦଳ ରୁ ଇସ୍ତଫା ଦେଇ ଥିଲେ ଏବଂ ଜୟ ପ୍ରକାଶ ନାରାୟଣ ଙ୍କ ଦିଗ୍ ଦର୍ଶନ ରେ ଗଠିତ ଜନତା ପାର୍ଟିର , କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେଲେ ସ୍ବର୍ଗତ ଗଙ୍ଗାଧର ହୋତା । ମହାରାଜା ବିଜୟୀ ହେଲେ କିନ୍ତୁ ଜେନ୍ଦ୍ର ସରକାର ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ପରବର୍ତ୍ତୀ ନିର୍ବାଚନ ରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ପ୍ରଥମ ଥର ପାଇଁ ଲୋକସଭା ଆସନ ରେ ବିଜୟୀ ହୋଇ ଇତିହାସ ରଚି ଥିଲେ । ସେହି ସମୟରୁ ଅନେକ ଯୁବନେତା ଙ୍କ ଅଭ୍ୟୁଦୟ ହୁଏ । ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ମନମୋହନ ମାଥୁର, ହାଇଦର ଅଲ୍ଲୀ, ଭୂପିନ୍ଦର ସିଂହ, ଙ୍କଯୁବ ନେତୃତ୍ବରେ କଂଗ୍ରେସ ଦଳ ସମସ୍ତ ବିଧାନ ସଭା ଆସନ ମଧ୍ୟ ଆକ୍ତିଆର କରେ ଓ ଅନେକ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସୂର୍ଯ୍ୟ ଉଦୟ ହେଲେ ଅସ୍ତ ହେବା ସ୍ଵାଭାବିକ ସେହିପରି 80 ଦଶକ ପରେ ପୁଣି ଥରେ ଅଣକଂଗ୍ରେସ ରାଜନୀତି ରେ ନୂତନ ଯୁବନେତା ଭାବରେ ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଉଦୟ ହୁଏ ।1985 ବିଧାନ ସଭା ନିର୍ବାଚନ ରେ ଶ୍ରୀଭକ୍ତ ଚରଣ ଦାସ ମାତ୍ର 25 ବର୍ଷ ବୟସରେ ନିର୍ବାଚନ ଲଢି ସ୍ବର୍ଗତ ଦୟାନିଧି ନାଏକ ଙ୍କୁ ମାତ୍ର 527 ଭୋଟ ରେ ପରାଜିତ କରି ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲେ । ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଅନଗ୍ରସରତା, ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନଗମନ ରେ ପଛୁଆ ଜିଲ୍ଲାର ଉନ୍ନତି ପାଇଁ ଲଗାତାର ଆନ୍ଦୋଳନ, ଘେରାଉ, ଧାରଣା, ପଦଯାତ୍ରା, ସାଇକେଲ ଯାତ୍ରା କରିବା ସହ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଜିଲ୍ଲା ର ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରିଥିଲେ । ଏପରିକି ବିଧାୟକ ଭାବରେ ନିର୍ବାଚିତ ହେବା ପରେ ବିଜୁ ବାବୁ ଙ୍କ ନେତୃତ୍ବ ରେ ମାତ୍ର ଦଶ ଜଣ ବିଧାୟକ ଥିଲେ ଓ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ କଂଗେସ ଶାସନ ଚାଲିଥାଏ। ଶ୍ରୀ ଭକ୍ତ ଦାସ ପ୍ରଥମ ବିଧାନ ସଭା ଅଧିବେଶନ ରେ ବାରମ୍ବାର ଗୃହ ରେ। ଛିଡା ହୋଇ ତାଙ୍କୁ ଜିଲ୍ଲାର ଦାବି ଉପସ୍ଥାପନ କରିବା ପାଇଁ ଦାବି କରିଥିଲେ କିନ୍ତୁ ଅନୁମତି ମିଳି ନ ଥିଲା । ଅନ୍ୟ ପକ୍ଷରେ ନିକଟ ରେ ବସିଥିବା ବିଜୁ ପଟ୍ଟନାୟକ ଭକ୍ତ ଦାସ ଙ୍କୁ ପାଟି ନ କରି ଚୁପ୍ ବସି ବା ପାଇଁ ନିର୍ଦ୍ଦେଶ ଦେବା ସହ କିଛି ଏପରି ବ୍ୟଙ୍ଗ ଓ ଆକ୍ଷେପ ଓ କଟୁ ଶବ୍ଦ ଭକ୍ତ ଦାସ ଙ୍କ ପ୍ରତି କହିଲେ ସେଥିରେ ରାଗି ଯାଇ ହଟାତ୍ ନିଜ ଆସନ ରୁ ଉଠି ଟେବୁଲ୍ ଉପରେ ଥିବା ମାଇକ ଭାଙ୍ଗି ବାଚସ୍ପତି ଙ୍କ ଟେବୁଲ୍ ଉପରକୁ ଫିଙ୍ଗି ପ୍ରତିବାଦ କରିଥିଲେ । ସମଗ୍ର ବିଧାନସଭା ସ୍ତବ୍ଦ । ବିଜୁ ବାବୁ ଯାହା ଭକ୍ତ ଦାସ ଙ୍କୁ ଆକ୍ଷେପ ମୂଳକ ଓ କଟୁ ଶବ୍ଦ ବ୍ୟବହାର କରିଥିଲେ ତାକୁ ଏଠାରେ ଲେଖିଦେଲେ ବିଜୁ ବାବୁ ଙ୍କ ପ୍ରତି କଳାହାଣ୍ଡି ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ରେ ଯେଉଁ ସମ୍ମାନ ଓ ଶ୍ରଦ୍ଧା ରହିଛି ତାହା ଘୃଣା ରେ ପରିଣତ ହେବା ନିଶ୍ଚିତ ଅଟେ ।ତେବେ ଭକ୍ତ ଦାସ ପାଞ୍ଚ ବର୍ଷ ଧରି ବିଧାୟକ ଭାବରେ ରହି 1989 ସାଧାରଣ ନିର୍ବାଚନ ରେ ଭକ୍ତ ଦାସ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବରେ ମନୋନୀତ ହେଲେ । ଭକ୍ତ ଦାସ ଙ୍କ ପ୍ରାର୍ଥୀତ୍ବ କୁ କେବଳ ଚନ୍ଦ୍ର ଶେଖର ଜୀ ଦୃଢ଼ ସମର୍ଥନ କରୁଥିଲେ । ବିଜୁ ବାବୁ ଙ୍କ ସମେତ ଅନେକ ଆଗଧାଡ଼ି ର ଜନତା ଦଳର ନେତା ମାନେ ସ୍ଵର୍ଗତ ମହାରାଜା ଙ୍କ ପ୍ରାର୍ଥୀତ୍ବ କୁ ସମର୍ଥନ କରୁଥିଲେ । ବିଜୁ ବାବୁ ଓ ଚନ୍ଦ୍ର ଶେଖର ଜି ଙ୍କ ମଧ୍ୟରେ ପ୍ରବଳ ବାଦ ବିବାଦ ଓ ଚନ୍ଦ୍ର ଶେଖର ଜି ଙ୍କ ଜିଦ୍ ଆଗରେ ବିଜୁ ବାବୁ ଙ୍କ ଭକ୍ତ ଙ୍କ ପ୍ରାର୍ଥୀତ୍ବ କୁ ବିରୋଧ ଫିକା ପଡିଯାଇଥିଲା । ନିର୍ବାଚନ ସମୟରେ ମଧ୍ୟ କେବଲ୍ ବିଜୁ ବାବୁ ଜନତା ଦଳର ଅଫିସିଆଲ୍ ପୋଷ୍ଟର ଛଡା କୌଣସି ସାହାଯ୍ୟ କରି ନ ଥିଲେ। ଚନ୍ଦ୍ର ଶେଖର ଜି 542 ଆସନ ମଧ୍ୟ ରୁ 58 ଟି ଆସନ ର ଟିକେଟ ଭାଗରେ ପାଇ ଥିଲେ । ଜନତା ଦଳର ହାୱା ବଳରେ କେନ୍ଦ୍ର ଶାସନ ଅକ୍ତିଆର କରିଥିଲା ଓ ବିଶ୍ଵନାଥ ପ୍ରତାପ ସିଂହ ମନ୍ତ୍ରୀ ମଣ୍ଡଳ ରେ ଶ୍ରୀ ଭକ୍ତ ଦାସ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବରେ କଳାହାଣ୍ଡି ଜିଲ୍ଲାର ରାଜନୈତିକ ଇତିହାସ ରେ ଏକ ନୂଆଁ ଅଧ୍ୟାୟ ଯୋଡ଼ି ଥିଲେ । ସେ ସରକାର ମଧ୍ୟ ବେଶୀଦିନ ତିଷ୍ଠି ନ ଥିଲା । ମଣ୍ଡଳ କମିଶନ କୁ ନେଇ ସରକାର ଭାଙ୍ଗିବା ପରେ ଚନ୍ଦ୍ର ଶେଖରଜି ନିଜ 58 ଜଣ ସାଂସଦ ଙ୍କ ସହ ଅଲଗା ହୋଇ କଂଗ୍ରେସ ସମର୍ଥନ ରେ ପ୍ରଧାନମନ୍ତ୍ରୀ ଭାବେ 6 ମାସ କାର୍ଯ୍ୟ କରିଥିଲେ ଓ ଶ୍ରୀ ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କ ରେଳ ରାଷ୍ଟ ମନ୍ତ୍ରୀ ଭାବରେ ଦାୟୀତ୍ବ ନିର୍ବାହ କରି ଲାଞ୍ଜିଗଡ - ଜୁନାଗଡ଼ ରେଳ ପଥର ସର୍ଭେ, ସହ କାମ ଆରମ୍ଭ ପାଇଁ ସୁଯୋଗ ସୃଷ୍ଟି କରିଥିଲେ । ସେହି ସମୟରେ ରାଜ୍ୟ ରେ ବିଜୁ ବାବୁ ଙ୍କ ମୁଖ୍ୟମନ୍ତ୍ରୀତ୍ଵ ରେ ଜନତାଦଳ ସରକାର ଚାଲିଥାଏ । ବିଧାୟକ ଭାବରେ ଭକ୍ତ ଦାସ ଅତୀତରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲା କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିବା ପାଇଁ ଯେଉଁ ଦାବି କରିଥିଲେ ଓ ନିଜେ କଳାହାଣ୍ଡି ରେ ଚନ୍ଦ୍ର ଶେଖର ଜି ପଦଯାତ୍ରା ରେ ସାମିଲ ହୋଇଥିଲେ ତାକୁ ଚନ୍ଦ୍ର ଶେଖର ଜି ସାକାର କରିବା ପାଇଁ ବ୍ୟକ୍ତିଗତ ଭାବେ ଓ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଙ୍କୁ ପତ୍ର ଲେଖିଥିଲେ । ପତ୍ର ରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲା କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କୁ ସମର୍ଥନ କରି ବିଧାନ ସଭା ରେ ଏକ ପ୍ରସ୍ତାବ ପାରିତ କରିଦେଲେ କେନ୍ଦ୍ର ସରକାର ତୁରନ୍ତ ଏହାକୁ ଗ୍ରହଣ କରି କଳାହାଣ୍ଡି ଜିଲ୍ଲା କୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ମାନ୍ୟତା ଦେଇଦେବେ ବୋଲି ନିଷ୍ପତ୍ତି କରିଥିଲେ । କିନ୍ତୁ ରାଜନୀତି ର ପଶା ପାଳି ର ପୋଖତ ଖେଲୁଆଡ ବିଜୁ ବାବୁ ଏହାକୁ ସମର୍ଥନ ନ କରି ଚତୁରତା ର ସହିତ ପଶ୍ଚିମ ଓଡ଼ିଶା ର ନିର୍ବାଚିତ ବିଧାୟକ ମାନଙ୍କୁ ନେଇ ଏକ ବିଧାନସଭା କମିଟି ଗଠନ କରି ତେଲେଙ୍ଗାନା,ବିଦର୍ଭ ଓ ଦେଶରେ ଲାଗୁ ହୋଇ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଞ୍ଚଳ ଗସ୍ତ କରି ରିପୋର୍ଟ ଦେବାକୁ ନିଷ୍ପତ୍ତି କରିଥିଲେ । ଆମ ପଶ୍ଚିମ ଓଡ଼ିଶା ର ସେ ସମୟ ର ନିର୍ବାଚିତ ନମକ ହାରାମ ବିଧାୟକ ମାନେ ଯେଉଁ ମାନେ ବିଧାନ ସଭା କମିଟି ର ସଦସ୍ୟ ଥିଲେ ସେମାନେ ଦେଶ ଯାକ ବୁଲି ରାଜ୍ୟ ସରକାରଙ୍କ ଅର୍ଥ ରେ ମୌଜ ମସ୍ତି କରିବା ସହ ନିଜ ରିପୋର୍ଟ ରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ର ଆବଶ୍ୟକତା ନାହିଁ ବୋଲି ରିପୋର୍ଟ ଉପସ୍ଥାପନ କରି ଥିଲେ ଓ ତାହା ସବୁଦିନ ପାଇଁ ଖତ ଗଦା ରେ ପକେଇ ଦେଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ର କଂଗ୍ରେସ ଦଳର ନେତୃତ୍ବ ରେ ସରକାର ଭୋଟ ହାତେଇବା ପାଇଁ କେବିକେ ଯୋଜନା, ପଶ୍ଚିମ ଓଡିଶା ବିକାଶ ପରିଷଦ, ସହ ପଶ୍ଚିମ ଓଡିଶା ର 11 ଟି ଜିଲ୍ଲାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଲାଗୁ କରି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିଲେ କିନ୍ତୁ କଳାହାଣ୍ଡି ହଜିଗଲା ସବୁଦିନ ପାଇଁ ନିକୃଷ୍ଟ ରାଜନୀତି ର ପଶା ପାଳି ରେ । ଆଜି ବି କଳାହାଣ୍ଡି ମାଟି ଯେଉଁ ତିମିର କୁ ସେଇ ତିମିରେ। 23 ବର୍ଷ ଧରି ରାଜ୍ୟ ସରକାର କେବଳ ଘୋଷଣା ଓ ଘୋଷଣା କରିବା ଛଡା କଳାହାଣ୍ଡି ର ବିକାଶ ପାଇଁ ବିଶେଷ ଦୃଷ୍ଟି ଦେଇ ନାହାନ୍ତି ।
ଏହା ନିରାଟ ସତ୍ୟ ଯେ, ପଶ୍ଚିମ ଓଡ଼ିଶା ର ଯେ କୌଣସି ନେତା ବିଧାୟକ ଭାବରେ ନିର୍ବାଚିତ ହୋଇ ରାଜଧାନୀ ପହଞ୍ଚି ଗଲେ ଆମ ନେତା ମାନଙ୍କ ମନ ମସ୍ତିଷ୍କ ବଦଳି ଯାଏ ଓ କଳାହାଣ୍ଡି କିମ୍ବା ଅଞ୍ଚଳ ର ନ୍ୟାର୍ଯ୍ୟ ଦାବି ପ୍ରସଙ୍ଗ ଭୁଲି ଯାଆନ୍ତି ଓ ଉପକୁଳିଆ ନେତା ମାନେ ଆମ ଅଞ୍ଚଳ ର ନେତା ଙ୍କୁ ନିମ୍ନ ଦୃଷ୍ଟି ରେ ଦେଖିବା ସହ ସିଧା ସଳଖ କହିବାକୁ ଗଲେ ଘୃଣା କରନ୍ତି । ଅର୍ଥାତ୍ ଉପରେ ଉପରେ ନିଜ କ୍ଷମତା, ଓ ଫାଇଦା ପାଇଁ ହସ ହସ ଓ କୋଳା କୋଳି ଛଳନା ଓ ଅନ୍ତର ଭିତରୁ ଆମ ନିର୍ବାଚିତ ନେତା ମାନଙ୍କୁ ଗୋଲାମ ଭାବି ବ୍ୟବହାର କରନ୍ତି ।
ଧନ୍ୟବାଦ୍।
ପରବର୍ତୀ କିଛି ଅତୀତ ର ରାଜନୈତିକ ଘଟଣା ବଳି କୁ ନେଇ ପୁଣି ନିଶ୍ଚୟ ଫେରିବି ।
ମହମ୍ମଦ ଅଲ୍ଲୀ ଖାଁ,
ବରିଷ୍ଠ ସାମ୍ବାଦିକ,
ମୁଖ୍ୟ ସମ୍ପାଦକ
"ତର୍ଜମା ନ୍ୟୁଜ
Post a Comment