//BREAKING//
Loading...

ମୋଟର ଯାନ ଆଇନ ସଂଶୋଧନ ଅଧିନିୟମ ୨୦୨୨ ସମ୍ଭନ୍ଧେ ଆଲୋଚନା ଶିବିର !

 ମୋଟର ଯାନ ଆଇନ ସଂଶୋଧନ ଅଧିନିୟମ ୨୦୨୨ ସମ୍ଭନ୍ଧେ ଆଲୋଚନା ଶିବିର ! 


                          ଜୟପୁର:----

( ତର୍ଜମା ବ୍ୟୁରୋ ନ୍ୟୁଜ )


 ମୋଟର ଯାନ ସଂଶୋଧନ ଅଧିନିୟମ ଏବଂ ମୋଟର ଯାନ ସଂଶୋଧନ ନିୟମ ୨୦୨୨ ର ଏକାଦଶ ଅଧ୍ୟାୟ ଏବଂ ଦ୍ଵାଦଶ ଅଧ୍ୟାୟର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସକାଶେ ଅଂଶ ଗ୍ରହଣକାରୀଙ୍କୁ ସଚେତନତା ଉଦ୍ଧେଶ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲା ନ୍ୟାୟାଳୟ, ଜୟପୁର ପରିସରରେ ଅନୁଷ୍ଠିତ ହୋଇଛି।ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ୧୫ ଡିସେମ୍ବର ୨୦୨୨ର ସିଭିଲ୍ ଅପିଲ୍ ନଂ ୯୩୨୨/୨୦୨୨ ଗୋହର ମହମ୍ମଦ ବନାମ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ଏବଂ ଅନ୍ୟାନ୍ୟଙ୍କ ମଧ୍ୟରେ ପାରିତ ହୋଇଥିବା ନିର୍ଦ୍ଦେଶକୁ ଯଥାର୍ଥ ଭାବରେ ପାଳନ କରିବା ଉଦ୍ଧେଶ୍ୟରେ ସମସ୍ତ ହିତାଧିକାରୀଙ୍କୁ ମୋଟର ଯାନ ସଂଶୋଧନ ଅଧିନିୟମ ଏବଂ ମୋଟର ଯାନ ସଂଶୋଧନ ନିୟମ, ୨୦୨୨ର ଏକାଦଶ ଅଧ୍ୟାୟ ଏବଂ ଦ୍ଵାଦଶ ଅଧ୍ୟାୟର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଉଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଶ୍ରୀ ସତ୍ୟ ନାରାୟଣ ମିଶ୍ରଙ୍କ ତତ୍ବାବଧାନରେ  ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭାଗୃହ ଠାରେ ଏକ ସଚେତନତା କାର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟ କ୍ରମକୁ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁମନ ଜେନା ପରିଚାଳନା କରିଥିବା ବେଳେ ଜିଲା ଜଜ ତଥା ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମିଶ୍ର ସଭାପତିତ୍ଵ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ଵତନ୍ତ୍ର ପୋଷ୍କ ଅଦାଲତ ଜୟପୁର ଶ୍ରୀ ସି ହେଚ ବାସୁଦେବ ପାତ୍ର ତଥା ଅନ୍ୟାନ୍ୟ ଜିଲ୍ଲାର ବିଚାର ବିଭାଗୀୟ ଅଧିକାରୀ,ଆରକ୍ଷୀ ଅଧୀକ୍ଷକ, କୋରାପୁଟ ଶ୍ରୀ ଅଭିନବ ସୋନକାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀ ଭଲଭଦ୍ର ଦୀପ, ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ ହରିଶ ବିସି ଏବଂ ଅନ୍ୟାନ୍ୟ ଥାନାର ପୋଲିସ ଅଧିକାରୀ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କୋରାପୁଟ, ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ବିରେଶ କୁମାର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଂଘ କାର୍ଯ୍ୟକର୍ତ୍ତା,ବୀମା ଆଇନଜୀବୀ ଓ ଓକିଲ ସଂଘର ଅନ୍ୟାନ୍ୟ ସଦସ୍ୟ ଏବଂ ଜିଲ୍ଲା କୋର୍ଟର କର୍ମକର୍ତ୍ତା ଆଦି ଉପସ୍ଥିତ ଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe