ଆଇନ ସାକ୍ଷରତା କ୍ଲବ ମାନଙ୍କ ପ୍ରତିଯୋଗିତା
। ଜୟପୁର:-----
(ତର୍ଜମା ବ୍ୟୁରୋ ନ୍ୟୁଜ )
ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ଵାରା ଆଇନ ସାକ୍ଷରତା କ୍ଲବଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଗଠନ କରାଯାଇଥିବା କୋରାପୁଟ ଜିଲ୍ଲାର ୧୩ଟି ବିଦ୍ୟାଳୟକୁ ନେଇ ଆଇନ ସାକ୍ଷରତା କ୍ଲବ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜୟପୁରର ସଭାଗୃହରେ ଠାରେ ଅନୁଷ୍ଠିତ କରାଯାଇଥିଲା। ଏଥିରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଏବଂ କ୍ଷୁଦ୍ର ଏକାଙ୍କିକା ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିବା ଆଇନ ସାକ୍ଷରତା କ୍ଲବ ଗୁଡିକ ମଧ୍ୟରେ କ୍ଷୁଦ୍ର ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ ମେସିଙ୍ଗପୁଟ, ଲମତାପୁଟ ଏବଂ ପ୍ରବଦ୍ଧରେ ଅଂଶୁମାନ ସ୍ଵାଇଁ ଜୟପୁର ସିଟି ହାଇସ୍କୁଲ, ବକୃତାରେ ସାଇ କିରନ ପଟ୍ଟନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଟପାଡ ଓ ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଫୁଲ୍ଲ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲା ଓ ଦୌରା ଜଜ ତଥା ଅଧ୍ୟକ୍ଷ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଶ୍ରୀ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତୀଥି ଭାବେ ଯୋଗଦେଇ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ପ୍ରତିଯୋଗିତାରେ ବିଚାରକ ମଣ୍ଡଳ ଭାବେ ଶ୍ରୀ ରାଜେଶ୍ ଏକ୍କା, ସ୍ଵତନ୍ତ୍ର ବିଚାରପରତି (ଦୁର୍ନୀତି ନିବାରଣ), ଜୟପୁର ଶ୍ରୀ ସି ହେଚ ବାସୁଦେବ ପାତ୍ର ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ଵତନ୍ତ୍ର ଅଦାଲତ ପୋଷ୍କ , ଜୟପୁର, ଶ୍ରୀମତି ଅଞ୍ଜଳୀମାଛଖଣ୍ଡ, ବରିଷ୍ଠ ଦେୱନୀ ବିଚାରପତି ତଥା ଜଜ୍ ମହିଳା କୋର୍ଟ, ଶ୍ରୀମତୀ ରେଖାରାଣୀ ପଣ୍ଡା, ବରିଷ୍ଠ ଦେୱନୀ ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ବ୍ୟତୀତ ଜୁରୀ ମେମ୍ବର ଶ୍ରୀ ଉଦୟଶଙ୍କର ଜାନୀ, ଅବସରପ୍ରାପ୍ତ ଅଲ୍ ଇଣ୍ଡିଆ ରେଡିଓ ଶାଖା, ଜୟପୁର, ଶ୍ରୀ ପଦ୍ମଚରଣ ଚୌଧୁରୀ, ଆର୍ଟ ପ୍ରଶିକ୍ଷକ, ଡଃ ନିଳାଦ୍ରୀ ନାଥ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମଦେବ ମହାବିଦ୍ୟାଳୟ, ଜୟପୁର, ଡଃ. ଅରୁଣ ରାଜ ପ୍ରମୁଖଉପସ୍ଥିତ ଥିଲେ।
Post a Comment