//BREAKING//
Loading...

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ !!

 କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ !!


ଭବାନୀ ପାଟଣା:---

( ତର୍ଜମା ନ୍ୟୂଜ )


କଳାହାଣ୍ଡି ଜିଲ୍ଲା ର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା ପରିଷଦ ଭବାନୀପାଟଣା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପରିଷଦର ପ୍ରତିଷ୍ଠାତା ତଥା ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା, ବରିଷ୍ଠ ଅଧିବକ୍ତା ଜଗନ୍ନାଥ ମୁଣ୍ଡ, ମାର୍ଗଦର୍ଶକ ସୁଧୀର ଚନ୍ଦ୍ର ପଣ୍ଡା ଓ କବି ସୋହନଲାଲ ଅଗ୍ରୱାଲ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ସମ୍ପାଦକ ଭବନାଥ ରାୟଗୁରୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପୂର୍ଵ ବର୍ଷର କାର୍ଯ୍ୟସୂଚୀକୁ ଉପସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ ଉପସ୍ଥାପନା କରିଥିଲେ | କାର୍ଯ୍ୟକାରୀ ସଦସ୍ୟ ଗୋପାଳ ସାହୁ ବାର୍ଷିକ ଆୟବ୍ୟୟର ହିସାବ ଦେଇଥିଲେ | ସର୍ବସମ୍ମତି କ୍ରମେ ପୂର୍ଵ ସମିତିକୁ ପୁଣି ଦୁଇ ବର୍ଷ ପାଇଁ ଦାୟିତ୍ୱ ଦେବାକୁ ଘୋଷଣା କରାଯାଇଥିଲା  | କାର୍ଯ୍ୟକାରୀ ସଦସ୍ୟ ଶୁଭେନ୍ଦୁ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ନୂତନ କାର୍ଯ୍ୟକାରୀ ସଦସ୍ୟ ଭାବେ ସନ୍ତୋଷ ରଥ,ଅର୍ଜୁନ ପଟ୍ଟନାୟକ ପ୍ରବୀର ମିଶ୍ର, ନମିତା ମିଶ୍ର ଓ ସସ୍ମିତା ମହାନ୍ତିଙ୍କୁ ତଥା ଉପଦେଷ୍ଟା ଭାବେ ଭାଗିରଥି ଭୋଇଙ୍କୁ ମନୋନୀତ କରାଯାଇଥିଲା | ଆଇନ ପରାମର୍ଶଦାତା ଦିଲୀପ କୁମାର ସା ସହଯୋଗ କରିଥିଲେ |ଏଥିରେ ବହୁ ସଭ୍ୟସଭ୍ୟା ଓ ସଂସ୍କୃତିପ୍ରେମୀ ଓ ପରିଷଦ ର ବହୁସଂଖ୍ୟକ ସଭ୍ଯ ସଭ୍ୟା ଉପସ୍ଥିତ ଥିଲେ |

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe