//BREAKING//
Loading...

ଗାଡ଼ି ସଜାଡୁଥିବା ବେଳେ ମାଡିଗଲା ହାଇଓ୍ବା; ଜଣେ ମୃତ, ଜଣେ ଗୁରୁତର

 


ଭଦ୍ରକ: ଭଦ୍ରକ ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଦୁର୍ଘଟଣା। ଗାଡି ସଜାଡୁଥିବା ବେଳେ ମାଡିଗଲା ହାଇଓ୍ବା। ଚିପ୍ସ ବୋଝେଇ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ମନ୍ଦାରୀ ପୋଲ ନିକଟରେ ଦୁଇଟି ଆଇରନ ବୋଝେଇ ଟ୍ରକ ରାସ୍ତାରେ ରଖି ଚକ ବଦଳାଉଥିଲେ।


ଏହି ସମୟରେ ପଛରୁ ଏକ ଚିପସ୍ ବୋଝେଇ ହାଇୱା ଆସି ଧକ୍କା ଦେଇଥିଲା । ସିଟ୍ କାଟି ହାଇୱା ଚାଳକଙ୍କୁ ବାହାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇରନ ବୋଝେଇ ଟ୍ରକର ହେଲପରଙ୍କର ଘଟଣାସ୍ଥଳରେ ମୃତ୍ଯୁ ହୋଇଛି। ଖବର ପାଇ ଚୂଡାମଣୀ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe