//BREAKING//
Loading...

କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ଜାଲିଆତି, ଆଇଟି, ଇଡି ର ହସ୍ତକ୍ଷେପ ଦାବି !!!

 କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ଜାଲିଆତି, ଆଇଟି, ଇଡି ର ହସ୍ତକ୍ଷେପ ଦାବି !!!





କଳାହାଣ୍ଡି:-----

( ତର୍ଜମା ବ୍ୟୁରୋ)

  କୃଷି ଯନ୍ତ୍ରପାତି ଯୋଗାଣ ରେ ବ୍ୟାପକ ଜାଲିଆତି ହୋଇଥିବା ବେଳେ ସେଥିର ତଦନ୍ତ ଶୀତଳ ଭଣ୍ଡାର ରେ ରହିଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । କୃଷି ଯନ୍ତ୍ରପାତି ଯୋଗାଣ କରୁଥିବା ବ୍ୟବସାୟିକ ସଂସ୍ଥା ଉପରେ ଆୟକର ଓ ଇଡି ର ଚଢାଉ  କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଆଲୋଚନା ହେଉଛି । ଏକଦା ରାଇସ ମିଲ ଚଲାଉଥିବା ବେଳେ ଜାଳ ନୋଟ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତି ସମଗ୍ର ଜିଲ୍ଲାରେ କୃଷି ଯନ୍ତ୍ର ପାଟି ଯୋଗାଣରେ ବ୍ୟାପକ ଜାଲିଆତି କରୁଥିବା ଅଭିଯୋଗ ହେଉଛି ।  ଜନୈକ ଅଣଓଡିଆ ବ୍ୟବସାୟୀ ରାସ୍ତା କଢରେ କେବିନ ପକାଇ ଅନେକ କମ୍ବାଇନ ହାରଭେଷ୍ଟର ଯୋଗାଣ ରେ ହେରାଫେରି କରୁଥିବା ଅଭିଯୋଗ ହୋଇଥିଲା । ଜୟପାଟଣାରେ ରାସ୍ତା କଢରେ ଏକଦା ପେଟ୍ରୋଲ କଳାବଜାର କରୁଥିବା ଜୈନିକ ବେପାରୀ କୃଷି ଯନ୍ତ୍ରପାତି ତିଆରି କାରଖାନା ନାମରେ ବ୍ୟାପକ ହେରାଫେରି ଜାଲିଆତି କରୁଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଏଭଳି ଅନେକ ଅସାଧୁ ବେପାରୀ କିଛି ବର୍ଷ ହେବ କୃଷି ଯନ୍ତ୍ରପାତି ଯୋଗାଣରେ ବ୍ୟାପକ ହେରାଫେରି କରୁଥିବା ବେଳେ ସେସବୁ ର ତଦନ୍ତ ଶୀତଳ ଭଣ୍ଡାର ରେ ପଡି ରହୁଥିବା ଦେଖା ଯାଉଛି । ପ୍ରାୟ ୨୬ ଲକ୍ଷ ଟଙ୍କା ର କମ୍ବାଇନ ହାରଭେଷ୍ଟର ବାବଦରେ ସରକାରୀ ବ୍ୟବସ୍ଥା ଅନୁସାରେ ୬ ଲକ୍ଷ ଟଙ୍କା ସବସିଡ଼ି ମିଳୁଥିବା ବେଳେ ସମ୍ପୃକ୍ତ ବେପାରୀ ମାନେ ସବସିଡ଼ି ହାତେଇବାକୁ ବିଭିନ୍ନ ପ୍ରକାର ଜାଲିଆତି କରିଥିବା ଅଭିଯୋଗ ହେବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ନାମକୁ ମାତ୍ର ତଦନ୍ତ ଚାଲିଥିବା ବେଳେ ଶାସକ ଦଳର ରାଜ ନେତାଙ୍କ ଛାତ୍ର ଛାୟା ତଲେ ଥିବା ଏହି କଳା ବେପାରୀ ମାନେ ସେଥିରୁ ସୁରକ୍ଷିତ ହୋଇଥିବା ଆଲୋଚନା ହେଉଛି ଅ ହେଲେ ଯେଉମାନେ ଦିନେ ରାସ୍ତା କଢରେ ବୋତଲ ରେ ପେଟ୍ରୋଲ ବିକୁଥିଲେ ସେମାନେ କୃଷି ଯନ୍ତ୍ରପାତି କାରବାର କରି ଅଳ୍ପ ଦିନରେ କୃଷି ଯନ୍ତ୍ରପାତି କାରଖାନା କରିଦେଲେ ସେ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି  । ଏସବୁ ବେଆଇନ କାରବାର ସମ୍ପର୍କରେ ଆୟକର ବିଭାଗ ଓ ଇଡି ର ତଦନ୍ତ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe