//BREAKING//
Loading...

ଜବତ ହେଲାଣି ଟଙ୍କାର ପାହାଡ଼, ମନଗଢ଼ା କାହାଣୀ କହୁଛି ବିଜେପି

 


ଭୁବନେଶ୍ବର: ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶାରେ ତିନିଦିନ ହେଲା ଚାଲିଛି ଆଇଟି ରେଡ୍। ଚଢାଉରେ ଜବତ ହେଲାଣି ଟଙ୍କାର ପାହାଡ଼। ଟଙ୍କା ଏତେ ଯେ, ଗଣି ଗଣି ମେସିନ୍ ଫେଲ୍। ହେଲେ ଏ ଟଙ୍କା କାହାର, ସାଂସଦ ଧୀରଜ ସାହୁଙ୍କ କନେକ୍ସନକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ପୋଷ୍ଟ ପରେ ଝାଡ଼ଖଣ୍ଡରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପିକୁ କାଉଣ୍ଟର କରିଛନ୍ତି କଂଗ୍ରେସ ନେତା। ହେଲେ ରାଜ୍ୟ ବିଜେପି ନେତାଙ୍କୁ ଏସବୁ ମାଲୁମ୍ ନାହିଁ। ଯେକୌଣସି ମତେ ବିଜେଡିକୁ ଟାଣିବାକୁ ଶୁଣାଉଛନ୍ତି ମିଛ କାହାଣୀ। ସେପଟେ ତୃତୀୟ ଦିନରେ ବଲାଙ୍ଗୀରରୁ ବୌଦ୍ଧ ରାଜ୍ୟରେ ଆୟକର ବିଭାଗର ରେଡ୍ ଜାରି ରହିଛି।


ଆଇଟି ରେଡରେ ସିଜ୍ ଟଙ୍କା କାହାର? ସୋସିଆଲ୍ ମିଡିଆର କଳାଟଙ୍କାକୁ ନେଇ ସିଧାସଳଖ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି। ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କନେକ୍ସନକୁ ଇଙ୍ଗିତ କରିବା ସହ କଂଗ୍ରେସକୁ କାଠଗଡ଼ାକୁ ଟାଣିଛନ୍ତି। ମୋଦିଙ୍କ ଟୁଇଟ୍ ପରେ କଂଗ୍ରେସ ଓ ବିଜେପି ମୁହାମୁହିଁ ହୋଇଛନ୍ତି । ଝାଡ଼ଖଣ୍ଡ କଂଗ୍ରେସ ନେତା ମଧ୍ୟ ବିଜେପିର ଲିଙ୍କ ନେଇ ଟାର୍ଗେଟ୍ କରିଛନ୍ତି । ହେଲେ ବିନା କାରଣରେ ବିଳିବିଳଉଛନ୍ତି ଓଡ଼ିଶା ବିଜେପିର ନେତା । ନିଜ ଦଳର ଆଭିମୁଖ୍ୟ ବି ରାଜ୍ୟ ବିଜେପି ନେତାଙ୍କୁ ଅଜଣା। ନା ତଥ୍ୟ ନା ପ୍ରମାଣ, ବାସ୍ ବିରୋଧ କରିବା ଆଳରେ ବିଜେଡିକୁ ନିଶାନା କରୁଛନ୍ତି।



ସେପଟେ ତୃତୀୟ ଦିନରେ ବି ଚାଲିଛି ଆୟକର ବିଭାଗର ମାରାଥନ୍ ରେଡ୍। ବଲାଙ୍ଗୀରରୁ ବୌଦ୍ଧ ଜାରି ରହିଛି ଚଢ଼ାଉ। ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଗତ ୪୮ଘଣ୍ଟା ହେଲା ୭ଟି ବଡ଼ ମେସିନରେ ଗଣତି ଚାଲିଛି। ଜବତ ଟଙ୍କା ୩ଶହ କୋଟି ଟପିପାରେ। ମାମଲାରେ ଦୁଇଜଣଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ। ସମ୍ବଲପୁର ବଳଦେଓ ସାହୁ ଆଣ୍ଡ ସନ୍ସ ମଦଭାଟି କାର୍ଯ୍ୟାଳୟ, ମଦ ଗୋଦାମରେ ଆଜି ବି ଆୟକର ରେଡ୍ ଚାଲିଛି। ସେପଟେ ବୌଦ୍ଧ ସ୍ପିରିଟ୍ କାରଖାନା ବିଡିପିଏଲ ପାଚେରୀ ବାହାରେ ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ ପଡିଥିବା ଦେଖିବାକୁ ମିଳିଛି। ୫ସହ ଟଙ୍କିଆ ନୋଟ ସହ ପଡିଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ବିଡିପିଏଲରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍ ଚାଲିଛି। କଳା ଧନ ଲୁଚାଇବାକୁ ପାଚେରୀ ବାହାରେ ଟଙ୍କା ଚିରି ଫେପାଡା ଯାଇଥିବା ସନ୍ଦେହ କରାଯାଉଛି।


ରେଡ୍ ଚାଲିଛି, କଳାଟଙ୍କା ବାହାରୁଛି। ଆୟକର ବିଭାଗର ଚଢ଼ାଉରେ ସବୁ ସହଯୋଗ କରୁଛନ୍ତି ରାଜ୍ୟ ସରକାର। ହେଲେ ଅଭିଯୁକ୍ତ କିଏ, ଲିଙ୍କ କାହାର ନଜାଣି ତୁଛାକୁ ରାଜନୀତି କରୁଛନ୍ତି ରାଜ୍ୟ ବିଜେପି ନେତା। ନିଜ ଦଳର ଆଭିମୁଖ୍ୟରୁ ବାହାରି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରେସମିଟରେ ମିଛ କାହାଣୀ ଶୁଣାଉଛନ୍ତି। ମିଛ ମନଗଢା କାହାଣୀ କହି ବିଜେଡିକୁ କାଠଗଡ଼ାକୁ ଟାଣୁଛନ୍ତି। ହେଲେ ସତ କଣ, ସେକଥା ବୁଝିସାରିଛନ୍ତି ଜନତା

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe