//BREAKING//
Loading...

ସରକାର କା ମାଲ, ଦରିଆ ମେ ଡାଲ,

 ସରକାର କା ମାଲ, ଦରିଆ ମେ ଡାଲ, 





ଚିଙ୍ଗୁଡ଼ିସର- ଆଟି  ଗାଁ ରାସ୍ତା ମରାମତି ରେ ଜାଲିଆତି, ମରାମତି ନ ସରୁଣୁ ଉଠିଯାଉଛି ପିଚୁ 

କଳାହାଣ୍ଡି 

ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ମାନଙ୍କ ଲାଭଖୋର ମନୋବୃତି ଯୋଗୁଁ ସେସବୁ ପାଣିରେ ପଡୁଥିବା ଦେଖା ଯାଉଛି । ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିସର ଠାରୁ ହାତୀ ନଦୀ ପୋଳ ଉପର ଦେଇ ଆଟିଗାଁ ରାସ୍ତା ମରମତିରେ ବ୍ୟାପକ ହେରାଫେରି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହି ମରାମତି କାର୍ଯ୍ୟ କରାଯାଉଥିବା ବେଳେ ଭବାନୀପାଟଣା କନିଷ୍ଠ ଯନ୍ତ୍ରୀ ଙ୍କୁ ଏହି ରାସ୍ତା ମରାମତି ଦାୟିତ୍ବ ଦିଆଯାଇଥିବା ଜଣାପଡିଛି ।  ହେଲେ ଏହି କନିଷ୍ଠ ଯନ୍ତ୍ରୀ ଏବଂ ଏସ ଡି ଓ  ରାସ୍ତା ମରାମତି ସମୟରେ ଅନୁପସ୍ଥିତ ରହୁଥିବା ଏବଂ ସମ୍ପୃକ୍ତ ଠିକାଦାର ଙ୍କ ସହ ସଲା ସୁତୁରା ରେ କାର୍ଯ୍ୟ ଚାଲୁଥିବା ହେତୁ ମରାମତି ନ ସରୁଣୁ ରାସ୍ତା ରୁ ପିଚୁ ଉଠି ଯାଉଥିବା ଦେଖାଯାଉଛି ।  ଅନ୍ୟପକ୍ଷରେ ଏହି ରାସ୍ତା କୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯିବାର ଯୋଜନା ଥିବା ହେତୁ ଯେନ ତେନ ପ୍ରକାରେ ନିମ୍ନ ମାନର କାର୍ଯ୍ୟ କରାଯାଇ ହେରାଫେରି କରିଦେଲେ ହେଁ ପୂର୍ତ୍ତ ବିଭାଗ ସେହି ରାସ୍ତା ଉପରେ ପୁନଃ ମରାମତି କରିଦେଲେ ଆରଡି ବିଭାଗର ଦୁର୍ନୀତି ଲୁଚି ଯିବ ବୋଲି ଆଶା କରି ବିଭାଗୀୟ ଯନ୍ତ୍ରୀ ମନେ ସେଭଲି  ନିମ୍ନ ମାନର କାର୍ଯ୍ୟ କରିଦେଇ ଠିକାଦାର ସହ ତୋର ଅଧେ କୁ ମୋର ଅଧେ ନୀତିରେ ଆର ଡି ବିଭାଗୀୟ ଯନ୍ତ୍ରୀ ମାନେ ଠିକାଦାର ସହ ଭାଗୁଆଳି ସାଜିଥିବାର ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି ।  ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏସ ଡି ଓ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ ଧରୁ  ନାହାନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe