ବ୍ରଜମୋହନ ହାଇସ୍କୁଲ ୧୯୭୪ମସିହା ମାଟ୍ରିକ ଗୋଲ୍ଡେନ ବ୍ୟାଚ ର ରୌପ୍ୟ ଜୟନ୍ତୀ ବନ୍ଧୁ ମିଳନ !!
ଭବାନୀ ପାଟଣା:-----
( ତର୍ଜମା ନ୍ୟୂଜ )
କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ବ୍ରଜମୋହନ ହାଇସ୍କୁଲ ରୁ ୧୯୭୪ ମସିହା ରେ ମାଟ୍ରିକ ପାସ କରି ଥିବା ଛାତ୍ର ମାନଙ୍କ ବନ୍ଧୁ ମିଳନ ଆୟୋଜିତ ହୋଇ ଯାଇଛି ।ସଭାପତି ଶ୍ରୀ ସୁଧାଂଶୁ ଶେଖର ଦେଓ , ସଂପାଦକ ଶ୍ରୀ ରାମ ଶଙ୍କର ଦାସ ଙ୍କ ସମେତ ଚଳିତ ବର୍ଷ ୯୦ ଜଣ ପୁରାତନ ଛାତ୍ର ବନ୍ଧୁ ଯୋଗଦାନ କରିଥିଲେ । ଏହି ଅବସର ରେ ଖାଇଙ୍ଗ ନିକଟରେ ଏକ ପ୍ରାକୃତିକ ପରିବେଶ ରେ ଆୟୋଜିତ ସଭାରେ ଚଳିତ ବର୍ଷ ପରଲୋକ ଗମନ କରିଥିବା ବନ୍ଧୁ ଅବଦୁଲ୍ଲା ଖାଁ, ଦିଲିପ କୁମାର ପଣ୍ଡା ଓ ସରୋଜ ସେଠୀ ଙ୍କ ଅମର ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ବର୍ତ୍ତମାନ ପର୍ୟ୍ୟନ୍ତ ହରେଇ ଥିବା ୨୯ ଜଣ ବନ୍ଧୁ ଙ୍କ ଶ୍ରୁତି ଚାରଣ କରିଥଲେ । ଏହି ରୌପ୍ୟ ଜୟନ୍ତୀ ବନ୍ଧୁ ମିଳନକୁ ସ୍ମରଣୀୟ କରିବା ପାଇଁ ସମସ୍ତ ଙ୍କୁ ଟି ସାର୍ଟ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ବାଙ୍ଗାଲୁରୁ ରୁ ଆର୍ତେନ୍ଦୁ ମୁଣ୍ଡ, ଟିଟିଲା ଗଡ଼ ରୁ ସତ୍ୟ ବ୍ରତ ତ୍ରିପାଠୀ, ବ୍ରହ୍ମ ପୁର ରୁ ଜ୍ଞାନ ଆଚାର୍ଯ୍ୟ, ପ୍ରକାଶ, ଭୁବନେଶ୍ୱର ରୁ ଶୁଭେନ୍ଦୁ, ବଲାଙ୍ଗୀର ରୁ ଅଶୋକ ବାଗ, ହିରାଲାଲ ଙ୍କ ସମେତ ୯୦ ପୁରାତନ ଛାତ୍ର ବନ୍ଧୁ ଯୋଗଦାନ କରିଥିଲେ । ଏହି ପରି ଏକ ସଫଳ କାର୍ଯ୍ୟକ୍ରମ କୁ ଡ, ରବି ସେନାପତି, ଭାରତୀ ଶତପଥି, ଦୂର୍ଗା ରଥ , ମୁରଲୀ ସେନାପତି, ଶଶି ଯୋଶୀ, ଜଗ ମୋହନ ପଟ୍ଟନାୟକ, ଅମିୟ କୁମାର ମହାନ୍ତି, ସତ୍ୟ ନାରାୟନ ସିଂହ, ଅବଦୁଲ କାଦର୍, ପ୍ରସନ୍ନ କୁମାର ସାହାଣୀ ( ଟିନା), ଆୟୁବ ଅଲ୍ଲୀ ଖାଁ, ଶେଖ୍ ମନ୍ନାନ , ମହମ୍ମଦ ଅଲ୍ଲୀ ଖାଁ, ଲକ୍ଷ୍ମୀ ସିଂହ ଙ୍କ ସମେତ ସମସ୍ତ ଉପସ୍ଥିତ ବନ୍ଧୁ ଛାତ୍ର ଜୀବନ ର ଶ୍ରୁତି ଚାରଣ କରିଥଲେ ।
Post a Comment