//BREAKING//
Loading...

କଳାହାଣ୍ଡି ରେ ବିଜେପିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ, ବେକ ଫୁଟ ରେ ସାଂସଦ !!!

 କଳାହାଣ୍ଡି ରେ ବିଜେପିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ, ବେକ ଫୁଟ ରେ ସାଂସଦ !!!


ଜୁନାଗଡ :-----

( ତର୍ଜମା ବ୍ୟୁରୋ)


  କଳାହାଣ୍ଡି ଜିଲ୍ଲା ର ସମସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ଭାରତୀୟ ଜନତା ପାର୍ଟିର  ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସେଥିରେ କଳାହାଣ୍ଡି ସାଂସଦ ପଦସ୍ତ ହେଉଥିବାର ଦେଖାଯାଉଛି ଅ ସଂଗଠନକୁ ତୃଣମୂଳ ସ୍ତରରେ କିପରି ମଜବୁତ କରାଯାଇ ପାରିବ ଓ ଲୋକସମ୍ପର୍କ କିପରି ସୁଦୃଢ ହେବ ସେ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ କର୍ମୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ।  ଗତ ୨୦୧୯ ରେ  ନିର୍ବାଚିତ ହେବା  ପରେ ନିଜକୁ ନୂଆପଡ଼ା- କଳାହାଣ୍ଡି ସାଂସଦ ବୋଲି ପରିଚୟ ଆରମ୍ଭ କରିଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ଅଣ ଦେଖା କରୁଥବା ଏପରିକି ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ତଥା ବିଭିନ୍ନ ମୋର୍ଚା ର କର୍ମକର୍ତ୍ତା ମାନଙ୍କୁ ଚିହ୍ନି ନ ଥିବା ବେଳେ ନିର୍ବାଚନ ପାଖକୁ ଆସିଥିବାରୁ ଏବେ ସାଙ୍ଗଠନିକ ସଭା କରିବା କେତେ ଦୂର ସଠିକ ବୋଲି କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । 

ନିଜ ର ନୂଆପଡ଼ା ବିଧାନସଭା କ୍ଷେତ୍ର ରେ ଅଲୋଡା ହେବା ପରେ ରାଜ୍ୟ ସଭାପତି ଥିବା ହେତୁ ନିଜର ରାଜନୈତିକ ପତିଆରା ବଜାୟ ରଖିବା ନିମନ୍ତେ ଅବିଭକ୍ତ କଳାହାଣ୍ଡି ଜିଲ୍ଲା କୁ ନେଇ ଗଠିତ କଳାହାଣ୍ଡି ସଂସଦୀୟ କ୍ଷେତ୍ର କୁ ବାଛି ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ନାମରେ ଭୋଟ ପାଇ ଜିତିଯିବା ପରେ କେବଳ ହାତ ଗଣତି କିଛି ନିକଟ ସମ୍ପର୍କୀୟ ମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଧରାଛୁଆ ଦେଉନଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ସାଙ୍ଗରେ ନେଇ କଳାହାଣ୍ଡି ବିଜେପି ସଙ୍ଗଠନକୁ ଦୁର୍ବଳ କରିଦେଇଥିବା ଚର୍ଚା ହେଉଥିଲା ।  ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସାଂସଦ କର୍ମୀ ମାନଙ୍କ କଥା ବୁଝୁ ନ ଥିବା ହେତୁ ଏବଂ ସାଂସଦ ନିଜ ସମର୍ଥକ ଙ୍କୁ ଜିଲ୍ଲା ସଭାପତି କରାଇଥିବା ବେଳେ ସେ ମଧ୍ୟ ସାଂସଦଙ୍କ କଥାରେ ଉଠ ବସ ହେଉଥିବା ହେତୁ କର୍ମୀ ମାନେ ଏକପ୍ରକାର ମୁରବି ଶୂନ୍ୟ ହୋଇ ପଡିଥିବା ଆଲୋଚନା ହେଉଥିଲା ଅ 

ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାତ ଗୋଟି ବିଧାନସଭା କ୍ଷେତ୍ର ରୁ କେବଳ ଭବାନୀପାଟଣା ବିଧାନ ସଭାରେ ପ୍ରଦୀପ୍ତ ନାୟକ ନିଜସ୍ବ ପାତୀୟାରା ରେ ବିଜେପି ରୁ ନିର୍ବାଚିତ ହୋଇଥିବା ବେଳେ ସାଂସଦ ଙ୍କ ନିଜସ୍ବ ନୂଆପଡ଼ା ବିଧାନସଭା କ୍ଷେତ୍ର ରେ ବିଜେଡ଼ି ଜୟତୀ ଥିବା ହେତୁ ସାଂସଦଙ୍କ ଲୋକପ୍ରିୟତା ସ୍ପଷ୍ଟ ଜନପଡ଼ୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।  ଏପରିକି ୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଧାୟାକ ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ ଦେଇ ନ ଥିବା ଏବଂ ଜନୈକ ପ୍ରାର୍ଥୀଙ୍କୁ  ଘର ଡିହ ବଦଳରେ ଟିକଟ ଦେଇ ଥିବାର ଅଭିଯୋଗ ହୋଇଥିବା ବେଳେ ସେହି ଅଭିଯୋଗକୁ ବସନ୍ତ ପଣ୍ଡା ଖଣ୍ଡନ କରିଛନ୍ତି, ତଥାପି ମଧ୍ୟ କର୍ମୀ ମହଲରେ ଅସନ୍ତୋଷ ଲାଗି ରହୁଥିବା ଦେଖା ଯାଉଛି ।  କର୍ମୀ ମାନଙ୍କୁ ସାଙ୍ଗରେ ନେବାରେ ବସନ୍ତ ବିଫଳ ହେଉଥିବା ଏବଂ କଥା କଥାରେ ଗାଳି ଗୁଲାଜ କରୁଥିବା, କୌଣସି ସମସ୍ୟା ର ସମାଧାନ ପାଇଁ କହିଲେ ତୁମେ ଅନ୍ୟ ଦଳର ଲୋକ ହୋଇଥିବ ବୋଲି କହିବା, ବିଜେପି ଜାତୀୟ ସଭାପତି ଜେ ପି ନଡା ଙ୍କ ଭବାନୀପାଟଣା କାର୍ଯ୍ୟକ୍ରମ ରେ ଖାଇବାକୁ ବନ୍ଦୋବସ୍ତ କରି ନ ପାରି ହୋଟେଲ ରୁ ଖାଇବା ଆଣିବାରୁ ଅତିଥି ମାନେ ନ ଖାଇ ଚାଲିଯିବା ଆଦି ଘଟଣା ଯୋଗୁ ବସନ୍ତ ଙ୍କ ସାଙ୍ଗଠନିକ ଦକ୍ଷତା ଉପରେ କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କେବଳ ମୋଦୀ ହାୱା ରେ ଥରେ ସିନା ନିର୍ବାଚନୀ ବୈତରଣୀ ପାର ହୋଇଗଲେ ଆଗକୁ କିପରି ପାରି ହେବେ ସେହି ଆଶାରେ ଶେଷ ମୂହୁର୍ତ୍ତ ରେ ସାଙ୍ଗଠନିକ ସଭା ରେ ଯୋଗ ଦେବା ନିଷ୍ଫଳ ପ୍ରୟାସ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଦେବାଦେବୀ ଙ୍କ ଉପରେ ପ୍ରଗାଢ ବିଶ୍ବାସ ରଖୁଥିବା ସାଂସଦ ବସନ୍ତ ପଣ୍ଡା ଗୁରୁ ଗୁଣିଆ ମାଧ୍ୟମରେ ନିଜର ଓ ନିଜ ସମର୍ଥକ ଙ୍କ ପାଇଁ ବିଧାନ ସଭା ଟିକଟ ଆଣିବା ସହିତ ନିର୍ବାଚନ ବୈତରଣୀ ମଧ୍ୟ ପାରି ହୋଇଯିବେ ବୋଲି ମଧ୍ୟ ଆଲୋଚନା ହେବାରେ ଲାଗିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe