"ଆର୍ କଳାହାଣ୍ଡି ମାଏଟ୍ ନେ ଠକ୍ ଭଣ୍ଡ ନାଇଁ ଚାଲେ"
ଆଜି ଗୁଟେ ଭିଡିଓ ଦେଖଲି, ଆମର ନର୍ଲା ବିଧାୟକ, ବଡ଼ ଭାଇ, ନିଜର ଛାତ୍ର ଜୀବନ ରେ ଜଣେ ଜାତୀୟ ସ୍ତର ର ଦୌଡ ପ୍ରତିଯୋଗୀତା ରେ ସ୍ଵର୍ଣ୍ଣ ପଦକ ବିଜେତା ଶ୍ରୀ ଭୂପିନ୍ଦର ସିଂହ କ୍ରିକେଟ୍ ମ୍ୟାଚ୍ ଉଦ୍ଘାଟନ କରିଗଲେ । ପିଲା ମାନକୁ ଉତ୍ସାହିତ କରିବା ପାଇଁ ନିଜେ ବ୍ୟାଟିଂ ଆରମ୍ଭ କଲେ । ପ୍ରଥମ ବଲ୍ ଡେଡ଼ ବଲ, ଦ୍ଵିତୀୟ ବଲ ବେଡ ନେ ନାଇଁ ବାଜି ଆର୍ ତୃତୀୟ ବଲ କେ ଜୋରଦାର ଖେଲବାକେ ଫ୍ରଣ୍ଟ ଫୁଟ ରେ ଆଗକେ ଆସି ଏନ୍ତା ଜୋର୍ ରେ ବେଡ ବୁଲାଲେ ଯେ, ବାଜି ଥିଲେ ବଲ ହଜି ଯାଇଥିତା କିନ୍ତୁ ରାଜନୀତି ର ଏ ପୋଖତ ଖେଲାଡ଼ି ମିସ୍ ଷ୍ଟେପ ହି କରି ଏତେ ଜୋର୍ ରେ ଛିଟକି କରି ପଡିଗଲେ ଯେ, ତାଙ୍କର ଯୌବନ ରେ ଫୁଟବଲ ଖେଳୁଥିବା ବେଲେ ବି ଏନ୍ତା କେଭେ ନାଇଁ ପଡି । ତେବେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଦାଦା ଜଲଦି ଭଲ ହେଇ ଜାଉନ୍।
ଇ ପ୍ରସଙ୍ଗ ଲେଖ ବାର ଅନେକ କାରଣ ଅଛେ ।ଏବେ ଯୁବକ ମାନକେ ନିଜର କର୍ବାକେ ଫୁଟବଲ ମ୍ୟାଚ, କ୍ରିକେଟ୍ ମ୍ୟାଚ୍ ରେ ନେତା ମାନେ ଚାନ୍ଦା ଦି କରି ମୁଖ୍ୟ ଅତିଥି ହି କରି ଯାଏସନ୍। ପବ୍ଲିକ ପାଖେ ଦେଖେଇ ହେବା କାଯେ, ମାରାଡୋନା, ପେଲେ, ବିରାଟ କୋହଲି, ତେନ୍ଦୂଲ୍ କର, କପିଲ ଦେବ୍ ଙ୍କ ରେକର୍ଡ ଭାଙ୍ଗବାକେ ଚେଷ୍ଟା କର୍ଶନ । ତେବେ ରାଜନୀତି ରେ ଲୋକ ପ୍ରତିନିଧି ହେଲେ ନିଜର ଅଞ୍ଚଳ ର ବିକାଶ, ସାଧାରଣ ଲୋକ ଙ୍କ ମୌଳିକ ଅଧିକାର ହାସଲ କରିବା ପାଇଁ ଉଦ୍ୟମ, ଚାଷୀ ଙ୍କୁ ନିଜର ଅଧିକାର, ବେକାର ଶିକ୍ଷିତ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ର ସୁଯୋଗ ସୃଷ୍ଟି ଆର୍ ରାଜନୀତି ରୁ ଉର୍ଦ୍ଧ୍ବ ରେ ସମଗ୍ର ନିର୍ବାଚନ ମଣ୍ଡଳୀ କୁ ନିଜର ପରିବାର ଭାବି କର୍ତ୍ତବ୍ୟ କରିବାକେ ପଡସି। ତେବେ ଆମର ନେତା ମାନେ ବଡା ବିଚିତ୍ର ପ୍ରକାରର ଜୀବ ଏନ୍ତା ମତେ ଲାଗସି । ଲୋକଙ୍କ ସୁବିଧା କି ଅସୁବିଧା ସମୟରେ ସେମାନଙ୍କର ପାଖେ ସମୟ ନାଇଁ ଥାଏ । ନିଜର ପ୍ରଶଂସା ଠୁଳ କର୍ବାକେ ଯୁବକ ମାନକେ ଚାନ୍ଦା ଦି କରି ଉଦ୍ଘାଟନ ବାହାନା ନେ ଜିନ୍ଦାବାଦ ନାରା ଦେବାକେ ଗୋଟେ ସରଳ ଫର୍ମୁଲା।
ଆଜି କାଲି ନେତା ମାନକର କାମ ରଡ଼ି ରଡ଼ି ବେମତଲବ୍ ଛାତି ପିଟି, ହାତ ଟେକି ଟେକି ଭାଷଣ ଦେବା ଆର୍ ହାତ ଯୁଡ଼ିକାରି ଜୁହାର କରି ମୂର୍କି ହସି ନିଜର କାଜେ ପାଞ୍ଚ ବର୍ଷର ସୁଖ, ଅଏସ ଆରାମ ର ଯୁଗାଡ କରବାର ଟା ମୁଖ୍ୟ କାମ । ଭୋଟ ନିକଟ ଆସଲେ ଇ ଫର୍ମୂଳା ଆରମ୍ଭ ହେସି ଆର୍ ଭୋଟ ସରିଗଲେ ଜନତା ଯାଏ ଭାଡ ମେ ନେତା ହସେ ଆଡ ମେ।
ଇଟା ହେଉଛେ ଆଜିର ଓଡ଼ିଶା ରାଜନୀତି ର ଅସଲ ଚରିତ୍ର ।
ଯେନ୍ ମାନେ ଜୀବନ ସାରା ଜନତା ଙ୍କୁ ଭୁଆଁ ବୁଲେଇ ଅଞ୍ଚଳ ର ବିକାଶ ର ଉଦ୍ୟମ ବଦଳ ରେ କେବଳ ପ୍ରତିଶ୍ରୁତି, ପ୍ରତାରଣା, ଛଳନା ଓ ଲୋକତନ୍ତ୍ର କୁ ନିଜର ଅର୍ଥ ତନ୍ତ୍ର ଜରିଆରେ ଦଳି ଚକଟି ରାଜଧାନୀ ରେ ଗୁଲାମୀ କରି କରି ଜୀବନ ସାରି ଦେଲେ କିନ୍ତୁ ନିଜ ଅଞ୍ଚଳ ର ବିକାଶ କଥା ଭୁଲି ଗଲେ ସେମାନ ଆଜି ଜିଲ୍ଳାର ଭୂମିପୁତ୍ର ।
ତେବେ ସବୁ ଭୋଟ ଲଢ଼ବାକେ ଆଶାୟୀ ନେତା ସେ ଯେନ୍ ଦଳରୁ ହୋଇ ଥାଉ ନିର୍ବାଚନ ସମୟ ରେ ହାତ ଯୋଡ଼ି ଅଞ୍ଚଳ ର ବିକାଶ ର ପ୍ରତିଶ୍ରୁତି ଦି କରି ଭୋଟର୍ ମାନକୁ ନାଇଁ ଠଗନ୍, ନିଜର ମାଏଟ ମାଆ ସାଙ୍ଗେ ଛଳନା ନାଇଁ କରନ । ବିଛୁ ର ମନ୍ତର୍ ନାଇଁ ଯାନି ସାପ ର ବିନ ଗାତେ ହାତ ନାଇଁ ମାରନ୍।
ଏବେ ଜନତା, ଭୋଟର୍ ସଭେ ଟିକେ ଟିକେ ସଚେତନ ହଉଛନ ମାଏଟ୍ ମାଆ ବି ନିଜର ଅସଲି ସନ୍ତାନ ଭୂମିପୁତ୍ର କିଏ ଓ ପୋଷିଆଁ ପୋ, କିଏ , ପଡୋଶୀ ଘର୍ ପିଲା କିଏ , ବେଧୁଆ ପିଲା କିଏ ଚିହ୍ନି ପାରଳା ନା । ଏବେ ସବୁ ରାଜନୀତି ଦଳ ରୁ ମାଲ ମାଲ ଆଶାୟୀ ପ୍ରାର୍ଥୀ, ଥରେକ ଭୋଟର୍ ମାନକେ ଠକି କରି ଜିତି ଗଲେ ଜୀବନ ଯାକ ଅଏସ ଆରାମ ରାଜଧାନୀ ନେ ସବୁ ସୁଖ ଆର୍ ମସ୍ତି ର ଖଜାନା ମିଲିଯିବା । କିଏ ଚାକିରୀ ଛାଡ ବାକେ ରେଡି ତ କିଏ ଚରି ବେଟି ଖାଏ ବାକେ ଜିଲ୍ଲା କେ ଆସି କରି ଭୂମିପୁତ୍ର। ଫେକ୍ସ ବେନର ଆର୍ ହୁଡ଼ିଂ କାଳେ କେନ୍ ଭି କାନ୍ଥ ବାଡ ରେ ଜାଗା ଖଣେକ୍ ବାକି ନାଇଁନା।
ଆର୍ କଳାହାଣ୍ଡି ମାଏଟ୍ ନେ ଠକ୍ ଭଣ୍ଡ ନାଇଁ ଚଲେ ଏବେ ତ ମାଏଟ୍ ମାଁ ବି ସବକେ ଚିହ୍ନି ପାରଳା ନା ଭୋଟର ବି ଚିହ୍ନି ପାରୁଛନ । ଆର୍ "ଠକ୍ ଭଣ୍ଡ ଜାର କଳାହାଣ୍ଡି ତାର୍ " ନାଇଁ ଚାଲେ । ତେବେ ଜେନ୍ ଭି ଖେଳ ଖେଳ ସେ ଖେଳ ବିଷୟରେ ସବୁ ଜାନି କରି ମଇଦାନ କେ ଆଶଲେ ହିଟି ପଡବାର ବିପଦ ନାଇଁ ଥାଏ ।
ଇ ଲେଖା କାହାକେ ଆକ୍ଷେପ କରି ଲେଖା ନାଇଁ ହେଇ ଯଦି ଶଭେ ସଚେତନ ହେବେ ଓ ନିର୍ବାଚନ ସମୟରେ ପ୍ରଲୋଭନ କେ ଲାତ୍ ମାରି କରି ନିଜର ନେତା ବାଛ ବେ ତେବେ ଜାଇ କରି ଜିଲ୍ଲା ର ବିକାଶ ହେବା ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ,
Post a Comment