//BREAKING//
Loading...

ପ୍ରେମ ପ୍ରତାରଣା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ !!!

 ପ୍ରେମ ପ୍ରତାରଣା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ !!!


କଲମପୁର:----

(ତର୍ଜମା ନ୍ୟୁଜ)                              କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧିନସ୍ଥ ବନ୍ଧକନା ଗ୍ରାମର ଜନୈକ ଯୁବକ ଜନୈକା ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଗତକାଲି କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି, ଅଭିଯୁକ୍ତ ଯୁବକ ପ୍ରେମଜାଳରେ ଫସାଇ ଦୀର୍ଘଦିନ ଧରି ଶାରୀରିକ ସଂପର୍କ ରଖିଆସୁଥିବା ବେଳେ ଯୁବତୀ ଜଣକ ବିବାହ ପାଇଁ ଜିଦ୍ ଧରିବାରୁ ସଂପୃକ୍ତ ଯୁବକ ବିବାହ କରିବାକୁ ମନା କରିଦେଇଥିଲେ ।ଯୁବତୀ ଓ ପରିବାର ସଦସ୍ୟ ଥାନାରେ ଆସି ଅଭିଯୋଗ କରିବା ପରେ କଲମପୁର ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ  ୪/୨୦୨୪ରେ ମାମଲା ପଞ୍ଜିକୃତ କରି ଯୁବକଙ୍କୁ କୋର୍ଟ ଚାଲାଣ କରିବା ସହିତ ବିଚାରପତିଙ୍କ ନିକଟରେ ବୟାନ ରେକର୍ଡ ପାଇଁ ନେଇଛନ୍ତି ।

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ !!!

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe