//BREAKING//
Loading...

ସାଧାରଣତନ୍ତ୍ର ଦିବସ : ଦଣ୍ଡପାଟ ଶିଶୁ ନୃତ୍ୟ ରେ ଦୁଲୁକିଲା ପାଠାଗାର!

 ସାଧାରଣତନ୍ତ୍ର ଦିବସ : ଦଣ୍ଡପାଟ ଶିଶୁ ନୃତ୍ୟ ରେ ଦୁଲୁକିଲା ପାଠାଗାର!





ଜୟନ୍ତ ପୁର:-----

( ତର୍ଜମା ନ୍ୟୁଜ)

ଜୟନ୍ତ ପୁର ତ୍ରିଲୋଚନ ପାଠାଗାର ରେ ୭୫ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସର ରେ ପାଠାଗାର ର ନିର୍ଦ୍ଦେଶକ ଶ୍ରୀମତୀ ସରୋଜିନୀ ବାଗ ମୁଖ୍ୟ ଅତିଥି ଭାବେ ଓ ଚେୟାରମେନ ଶ୍ରୀ ତ୍ରିଲୋଚନ ବାଗ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ। ଏଥିରେ ପାଠାଗାର ର ପାଠକ, ପାଠିକା, ଅନାଥ ବାଳକ, ବାଳିକା ଏବଂ ପାଠାଗାର ରେ ନିଶୁଳ୍କ ଶିକ୍ଷା ଗ୍ରହଣ କରୁଥିଵା ଛାତ୍ର ଛାତ୍ରୀ ବୃନ୍ଦ ଆକର୍ଷଣୀୟ ଦଣ୍ଡପାଟ ଲୋକ ନୃତ୍ୟ ରେ ଜୟନ୍ତ ପୁର ଗ୍ରାମ ପରିକ୍ରମା କରିଥିଲେ।

ଗ୍ରାମ ପରିକ୍ରମା ପରେ ଛାତ୍ର ଛାତ୍ର ଏବଂ  ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ମଧ୍ୟରେ  ଆକର୍ଷଣୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ ଦଣ୍ଡପାଟ ର ମହୁରୀ, ତାସା, ଢୋଲ, ନିଶାନ, ତିରିବିଡି ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ। ଏହି ମନମୁଗ୍ଧ କର ଲୋକ ନୃତ୍ୟ ଓ ବାଦ୍ୟ ପରିବେଷଣ କୁ ଉପସ୍ଥିତ ଗ୍ରାମ ବାସୀ ବେଶ ଉପଭୋଗ କରିଥିଲେ। ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା। ପାଠାଗାର ର ସଭାପତି ଶ୍ରୀ ତୀର୍ଥବାସୀ ନାଗ, ଉପ ସଭାପତି ଶ୍ରୀ ରିକ୍ଷୀରାମ ବାରିକ, ସଭ୍ୟ ଅନିରୁଦ୍ଧ ଦୂରିଆ, ବିରଞ୍ଚି ଦୁରିଆ, ଯୁଗେଶ୍ୱର୍ ସାଗର, କରୁଣାକର ବାଗ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଜୟନ୍ତ ପୁର ଗ୍ରାମ ର ମିଶନ ଶକ୍ତି ର ସଦସ୍ୟା ପ୍ରମୁଖ ଭୂମିକା ଗ୍ରହଣ କରି ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe