//BREAKING//
Loading...

ସମ୍ମାନୀତ ହେଲେ ତର୍ଜମା ରିପୋର୍ଟର ସୁରେନ୍ଦ୍ର କୁମାର ନାଏକ !!!

 ସମ୍ମାନୀତ ହେଲେ ତର୍ଜମା ରିପୋର୍ଟର ସୁରେନ୍ଦ୍ର କୁମାର ନାଏକ !!!



କଲମ ପୁର:----  (ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲାର ନିର୍ଭିକ ନିରପେକ୍ଷ ଚ୍ୟାନେଲ ତର୍ଜମା ନ୍ୟୁଜର କଲମପୁର ବ୍ଲକ ରିପୋର୍ଟର ସୁରେନ୍ଦ୍ର କୁମାର ନାଏକ ଆଜି ଏହି ବ୍ଳକ ଅନ୍ତର୍ଗତ ମିନଗୁର ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମ୍ମାନୀତ ହୋଇଛନ୍ତି, ଉପସ୍ଥିତ ଅତିଥି ମାନଙ୍କ ଗହଣରେ କଲମପୁର ବିଡ଼ିଓ ବିଜୟ କୁମାର ମାଡାଙ୍ଗି ଶ୍ରୀ ନାଏକଙ୍କୁ ସମ୍ମାନୀତ କରିଥିଲେ । ତର୍ଜମା ରିପୋର୍ଟର ଶ୍ରୀ ନାଏକ ଏହି ବ୍ଳକ ଅଞ୍ଚଳରେ ସାମ୍ବାଦିକ କ୍ଷେତ୍ରରେ ବରିଷ୍ଠ ମାନଙ୍କ ମଧ୍ୟରେ ଅନ୍ୟତମ,ସେ ପ୍ରଜାତନ୍ତ୍ର ଖବରକାଗଜ ଠାରୁ ତାଙ୍କ ସାମ୍ବାଦିକତା ଆରମ୍ଭ କରିଥିବା ବିଭିନ୍ନ ପତ୍ରପତ୍ରିକାରେ କାମ କରି ତାଙ୍କ ଜୀବନକାଳ ମଧ୍ୟରେ ଅନେକ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ପାରିଛନ୍ତି । ଏବେ ସେ ପ୍ରାୟ ଖବରକାଗଜରେ ତାଙ୍କ ଦ୍ଵାରା ଲିଖିତ ଖବର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପ୍ରକାଶିତ ହୋଇ ଆସୁଛି ।ସେ ଅନେକ ଖବର ଲେଖିଦେଇ ଆସୁଥିବା ବେଳେ ଅନେକ ପ୍ରତିନିଧି ସୃଷ୍ଟି କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରି ଅଞ୍ଚଳବାସୀଙ୍କ ସେବା କରିଆସୁଛନ୍ତି । ଏଥିପାଇଁ ଶ୍ରୀ ନାଏକଙ୍କ ସମର୍ଥକ ମାନେ ଶୁଭେଚ୍ଛା ଜଣାଇଛନ୍ତି । ତର୍ଜମା ପରିବାର ତରଫରୁ ଅଭିନନ୍ଦନ ଜଣାଉଛୁ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe