ତର୍ଜମା ନ୍ୟୁଜ ର ପ୍ରଭାଵ:ଦାଦନ ନାବାଳିକା ଇଟାଫ୍ୟ୍ୟକ୍ଟ୍ରି ରୁ ଉଦ୍ଧାର: ଦଲାଲ ଗିରଫ ଓ କୋର୍ଟ ଚାଲାଣ !
ଜୁନାଗଡ଼ :-
( ତର୍ଜମା ନ୍ୟୁଜ)
ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଫାଣ୍ଡି ଅଧିନସ୍ତ ବାନ୍ଧନପଲା ଗୌନ୍ତିଆ ପଡାର କୃଷ୍ଣ ଖର୍ସେଲଙ୍କ ଝିଅ ନିରୁପମା ଖର୍ସେଲ ଗତ ଦଶହରା ସମୟରେ କିଛି ଲୋକଙ୍କ ସହିତ ରାମଗୁଣ୍ଡା,ନାଗାରାମ କୁ କାମ କରିବାକୁ ଯାଇଥିଲେ ।ସେଠାରେ ସେ ସତ୍ୟନାରାୟଣଙ୍କ ଇଟା ଫ୍ୟାକ୍ଟ୍ରିରେ କାମକରୁଥିଲେ, କାର୍ଯ୍ୟ ସ୍ଥଳରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉନଥିବା ବେଳେ ଭୋକ ଉପାସରେ ବି କାମ କରିବାକୁ ବାଧ୍ୟ କରାଯାଉଥିଲା ।କାମ ନ କଲେ ତେନ୍ତୁଳି ବାଡ଼ିରେ ପ୍ରବଳ ମାଡ ଦିଆଯାଉଥିଲା । ଏଥିପାଇଁ ନିରୁପମାର ଦେହ ଅସୁସ୍ଥ ହୋଇ ଏବେ ସେ ପ୍ରବଳ ଜ୍ୱରରେ ପିଡିତ ହୋଇ ଥିବା ଖବର ପ୍ରଥମେ ତର୍ଜମା ନ୍ୟୁଜ ରେ ପ୍ରକାଶ ପାଇ ଥିଲା ଏବଂ ତର୍ଜମା ନ୍ୟୁଜ ର ମୁଖ୍ୟ ସଂପାଦକ ଏ ସଂପର୍କ ରେ ଧର୍ମଗଡ ଉପଖଣ୍ଡ ପୋଲିସ୍ ଅଧିକାରୀ ଙ୍କୁ ନାବାଳିକା ଝିଅ କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ତୁରନ୍ତ ଧର୍ମଗଡ ଉପ ଖଣ୍ଡ ଅଧିକାରୀ ଜୁନାଗଡ ଥାନା ପ୍ରଭାରୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥଲେ । ଜୁନାଗଡ ପୋଲିସ୍ ର ଏକ ଉଚ୍ଚ ସ୍ତରୀୟ ଟିମ୍ ନାବାଳିକାକୁ ଉଦ୍ଧାର କରି ଆଣିବା ସହ ଦଲାଲ ମହେନ୍ଦ୍ର ବାଗ କୁ ଗିରଫ କରି ଥିଲେ।ଏହି ଅଞ୍ଚଳରୁ ନାବାଳିକା ନିରୁପମା ସମେତ ୫/୬ଜଣକୁ କାର୍ଲିଗ୍ରାମର ଜନୈକ ମଧ୍ୟସ୍ଥି ପ୍ରଲୋଭିତ କରି ନେଇଥିବା ଜଣା ପଡ଼ିଥିଲା।ଯାଇଥିବା ୫/୬ଜଣଙ୍କ ମଧ୍ୟରୁ ୨/୩ ଜଣ ଲୁଛିଛପି ଘରକୁ ଚାଲି ଆସି ଥିଲେ ।
ତେବେ ତର୍ଜମା ନ୍ୟୁଜ ରେ ପ୍ରକାଶିତ ଖବର କୁ ଗୁରୁତ୍ଵ ଦେଇ ପୋଲିସ୍ o ପ୍ରଶାସନ ନାବଳିକା କୁ ଉଦ୍ଧାର କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିବା ସହ ଦଲାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।



Post a Comment