//BREAKING//
Loading...

ବିପର୍ଯ୍ୟସ୍ତ ରାସ୍ତାଘାଟ, ଅମ୍ବୁଲାନ୍ସ ଗଲା ନାହି : ଆଶାକର୍ମୀ ସହାୟତାରେ ରାସ୍ତାରେ ପ୍ରସାବ କଳା ଗର୍ଭବତୀ ମାଆ !!

 


କଲମ ପୁର:---( ତର୍ଜମା ନ୍ୟୁଜ )କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଦାସି ଗାଁ ଗ୍ରାମ ପଞ୍ଚାଯତ ଅନ୍ତର୍ଗତ ଚୋର ଖସିଗୁଡା ଗ୍ରାମ ର କାଞ୍ଜିକୋନା ବସ୍ତି, ଜୁନାଗଡ- କଲମପୁର ମୁଖ୍ୟ ରାସ୍ତା ଠାରୁ ସାତ  କି ମି ଦୂର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ପାଳମା ଝରନ ପାଖ ହେଲେ ବି ଆଜି ମଧ୍ୟ ଅପହଞ୍ଚ, ଆମ୍ବୁଲାନ୍ସ ଯିବା ମଧ୍ୟ ସମ୍ଭବ ନୁହେଁ । 

ଚୋର ଖସିଗୁଡା ଗ୍ରାମ ର ଇନ୍ଦ୍ରାବତୀ ଡ଼ାହାଣ ମୁଖ୍ୟ କେନାଲ ଠାରୁ ପୂର୍ବ ଦିଗରେ ଆଦିବାସୀ ଅଧ୍ୟୁଷିତ କାଞ୍ଜିକୋନା ବସ୍ତି, ସେଠାରେ ରହୁଥିବା ଗରିବ ନିରୀହ ଆଦିବାସୀଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ସେବା ସାତ ସପନ । ଏହି  କାଞ୍ଜିକୋନା ବସ୍ତିକୁ ଯିବାକୁ ରାସ୍ତା ଟିଏ ମଧ୍ୟ ନାହିଁ, ଦୀର୍ଘ ତିନି କି ମି ପାଦ ଚଳା ରାସ୍ତା ରେ ନାଳ ପର ହେବା ପରେ ଇନ୍ଦ୍ରାବତୀ ଡ଼ାହାଣ ମୁଖ୍ୟ କେନାଲ କୁ ଆସିଲେ ସେଠାରୁ ଭଲ ରାସ୍ତା ଟିକେ ମିଳିଥାଏ । 


ଏହି କାଞ୍ଜିକୋନା ବସ୍ତି ରେ ରହୁଥିବା  ଦୂତିଆ ମାଝୀ ଙ୍କ ପତ୍ନୀ ଙ୍କୁ ପ୍ରସାବ ବେଦନା ହେବା ପରେ ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ଚିଲିଗୁଡା ପି ଏଚ ସି ର ୧୦୮ ଆମ୍ବୁଲାନ୍ସ ଆସିଲା ଗର୍ଭବତୀଙ୍କୁ ନେବା ପାଇଁ କିନ୍ତୁ ରାସ୍ତା ଘାଟ ନ ଥିବାରୁ ଅଧା ବାଟରେ ଅଟକି ରହିଲା ଅମ୍ବୁଲାନ୍ସ । କିନ୍ତୁ ଯେମିତି ହେଉ ଗର୍ଭବତୀଙ୍କୁ ଡାକ୍ତରଖାନା କୁ ପହଞ୍ଚାଇବାକୁ ପଡିବ ବୋଲି ଆଶା କର୍ମୀ ଜଣାଇବା ପରେ ଅନ୍ୟ ଉପାୟ ନ ପାଇଁ ଖଟିଆରେ ବୋହି ଅମ୍ବୁଲାନ୍ସ ପାଖକୁ ନେବାକୁ ପଡିଲା ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଇଏମଟୀ ଶୁଭେନ୍ଦୁ ମେହେର, ପାଇଲଟ ବେଣୁଧର ବାଗ ଓ ଆଟେନଡେଣ୍ଟ ପ୍ରସନ୍ନ ମାଝୀ ଓ ସ୍ଥାନୀୟ ଲୋକେ  ପରିବାର ଲୋକଙ୍କ ସହିତ ଗର୍ଭବତୀଙ୍କୁ ଖଟିଆରେ ବୋହିବାରେ ସାହାଯ୍ୟ କଲେ ହେଲେ ବାଟରେ ହିଁ ଗର୍ଭବତୀଙ୍କର ପ୍ରସାବ ହୋଇଯାଇଥିଲା । 


 ନିଜ ସୀମିତ ଜ୍ଞାନ ମଧ୍ୟରେ ଆଶାକର୍ମୀ ପ୍ରସାବ କରାଇବାକୁ ବାଧ୍ୟ ହୋଇଥିବା ବେଳେ ପ୍ରସାବ ପରେ ପ୍ରସୂତି ଓ ଛୁଆ କୁ ନିକଟସ୍ଥ ଚିଲିଗୁଡା ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଛିକିତ୍ସା କରୁଥିବା ଜଣାପଡିଛି । ସରକାର ଗରିବ ଆଦିବାସୀ ମାନଙ୍କ ପାଇଁ ଅନେକ କିଛି ବ୍ୟବସ୍ଥା କରୁଥିବା ବେଳେ ରାସ୍ତା ଘାଟ ନଥିବା ଅପହଞ୍ଚ ଇଲାକା ଗୁଡିକୁ ସ୍ବାସ୍ଥ୍ୟ ସେବା ମଧ୍ୟ ପହଞ୍ଚି ପାରୁ ନ ଥିବା ଜଣାପଡିଛି । ଏଭଳି ବିକଳ ଦୃଶ୍ୟ ରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକୁ ଚିହ୍ନଟ କରାଯାଇ ତୁରନ୍ତ ରାସ୍ତା ଘାଟ ନିର୍ମାଣ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe