//BREAKING//
Loading...

ନରକ୍ ପୁରେ ବି ଜାଗା ଅଭାବ: ଯେତେ ପାପ କରବାର ଅଛେ କର !!!

 

ନରକ୍ ପୁରେ ବି ଜାଗା ଅଭାବ: ଯେତେ ପାପ କରବାର ଅଛେ କର !!!


ସପନ ରେ ଗାନ୍ଧୀ ବବା ଆସିଥିଲେ ଜୁହାର ହେଲି, ଦେଶ ର ହାଲ ଚାଲ ପଚାରଲେ ସବୁ ସତ ସତ କହିଦେଲି, ଲୋକ ମାନକର ଗୁଲୁଗୁଲା, ବବା କହିଲେ ଯେତେ ପାରୁଛନ ଅତ୍ୟାଚାର, ଅନ୍ୟାୟ କରୁଥନ୍। ମୁଇଁ କାବା, ଇଏନ୍ତା କେହିଦେଲ ବବା? ଗାନ୍ଧୀ ବବା କହିଲେ ବେଡା ସୁନ ନରକ ନେ ଜାଗା ବାଇନା, ଯେତେ ପାପି କାନ୍ଥି ଡେଗି କରି ବୈକୁଣ୍ଠ ପୁର କେ ପସ ବାକେ  କାନ୍ଥୀ ଉପରେ ବସିଛନ୍। ଆର ଦେଶ ସ୍ଵାଧୀନ ଆଗରୁ ଜେନ ମାନେ ଇଂରେଜ ମାନକର ଗୁଳାମି ଆର ଦଲାଲି ଆର୍ ଲୋକ ମାନକର ସଙ୍ଗେ ବିଶ୍ୱାସ ଘାତ କରୁଥିଲେ ପୂତା ସେ, ପାପୀ ମନେ ବି ନରକ୍ ପୁର ନାଇ ଯାଇ ପାର୍ବାର, ୱେଟିଂ ଲିଷ୍ଟ ନେ ଅଛନ 80 ବରଷ ହେଷୀ ନା । ଆର୍ ଏବର ପାପୀ ମାନକେ ମଲେ ଆର୍ କେତେ ଶହ ବର୍ଷ ଗଲେ ନରକ୍ ପୁରେ ସିଟ୍ ମିଳିବା ତୁଇ ଭାବି ଦେଖ । ଜମ୍ ରାଜା ବି ଉପାୟ ନାଇଁ ଦିଶ ବାର, ଆର୍ ଚିତ୍ର ଗୁପ୍ତ ର ପାଞ୍ଜି ଭର୍ତ୍ତି କମ୍ପ୍ୟୁଟର କେ କିଏ ଗୁଟେ ହେକ୍ କରି ଆମର ଦେଶ ର ଇଡି, ସିବିଆଇ, ଆର୍ କେନ୍ ମାନକେ ଦି ଦିଛେ ଯେ, ଦେଶ ପଟି ର ଲୋକ ଘାଣ୍ଟି ହଉଛନ, କାଏଁ ରିମୋଟ ଗୁଟେ ଅଛେ ଯେ, ସେଟା ର ବ୍ୟାଟେରୀ ନାଇଁ ମିଳିବାର ଚିତ୍ର ଗୁପ୍ତ ବୟା ହି ଯିବା ର ବେଲ ନାଇଁ । ଚମକି କରି ଉଠି ପଡଳି ଦାଦା ମନେ ନିଦ ଭାଙ୍ଗି ଗଲା ଘଡି ଦେଖିଲି ଆଏଁଖ ରମଦି ରମଦି ସକାଲ ର 9  ନଅ ବାଜି ଥିଲା । ଦିନ ଯାକ ମୋର୍ ସେ ସପନ ଆଙ୍ଖି ନେ ଝୁଲୁ ଥିଲା । ସରଗ ନେ ବି ନରକ ପୁରେ ଜାଗା ନାଇଁ ହେତି ର କାଯେ ଆମର ଦେଶ କେ ସରଗର ନରକ୍ ପୂର୍ ନୁ ଭି ଆର୍ ହୀନ ମାନ କରି ଦେଲେନା ଭାବି ଭାବି ପୁରା ଦିନ ବେକାର ଗଲା । ମକେ ସ୍ୱର୍ଗତ ପ୍ରଫୁଲ୍ଲ ରଥ ଆଜ୍ଞା ଙ୍କ ର "ସ୍ବର୍ଗ କେ ଯାଅ ହେ ପାପୀ ମାନେ"ଡ୍ରାମା ସୋର୍ ପଡ଼ି ଗଲା, ମନେ ମନେ ଭାବଲି ସରଗ କେ ଗଲେ ହେଲେ କାଏଁ ଲାଭ, ନରକ ପୂରେ ତ ଜାଗା ଖନେକ୍ ବି ନାଇଁନା।


      ଶୁଭ ରାତ୍ରୀ ବଏଲି ସବକେ।

        ମହମ୍ମଦ ଅଲ୍ଲୀ ଖାଁ,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe