ବିଦେଶୀ ମଦ ଦୋକାନରେ ବେନିୟମ କାରବାର : କଲମପୁରରେ ଧାର୍ଯ୍ୟ ମୂଲ୍ୟ, ମଣ୍ଡଳ ଓ ବିଜମରାରେ ଚଡ଼ା ଦର !!!
କଲମପୁର:-----
( ତର୍ଜମା ନ୍ୟୁଜ )
ଏହି ଅଞ୍ଚଳରେ ତିନୋଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଠିପିଖୋଲା ବିଦେଶୀ ମଦ ଦୋକାନ ରହିଛି । କଲମପୁରରେ ଗୋଟିଏ ଠିପିଖୋଲା ଓ ଗୋଟିଏ ଠିପିବନ୍ଦ ବିଦେଶୀ ମଦ ଦୋକାନ ଧାର୍ଯ୍ୟ ମୂଲ୍ୟରେ ବିକ୍ରୟ କରୁଥିବା ବେଳେ ମଣ୍ଡଳ ଓ ବିଜମରାରେ ଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନ ଧାର୍ଯ୍ୟ ମୂଲ୍ୟ ଅଧିକ ଚଡାଦରରେ ବିକ୍ରୟ କରୁଛନ୍ତି । କଲମପୁର ଠାରୁ ମଣ୍ଡଳ ୭ କିମି ଓ ବିଜମରା ୧୦କିମି ଦୁରତା ତଥା ଗୋଟିଏ ବ୍ଳକ ଅଞ୍ଚଳ ହୋଇଥିବା ବେଳେ କାହା ସ୍ୱାର୍ଥରେ ଏଭଳି ଅଧିକ ଟଙ୍କା ନିଆଯାଉଛି ତାହାର ଉତ୍ତର ଖୋଜିଲେ ବି ମିଲିପାରୁନାହି । ମଦ୍ୟପ ମାନେ ଦୈନିକ ହଜାର ହଜାର ଟଙ୍କା ଶୋଷଣର ଶିକାର ହୋଇଚାଲିଛନ୍ତି,କାହା ଭାଗରେ କେତେ ସେହି ଚିତ୍ର ଅସ୍ପଷ୍ଟ ହେଲେ ହେଁ ଏହା ବେନିୟମ କାର୍ଯ୍ୟ ନୁହେଁ କି ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ସରକାର ନିୟମ କରିଛନ୍ତି ଧାର୍ଯ୍ୟ ମୂଲ୍ୟ ଠାରୁ କେହି ଅଧିକା ଦର ନେଇପାରିବେ ନାହିଁ । ପ୍ରତ୍ୟେକ ସାମଗ୍ରୀରେ ଏହି ନିୟମ କାଏମ ରହିଥିବା ବେଳେ ବିଲ୍ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିୟମକୁ ମଦ ବ୍ୟବସାୟ ମାସେ ଖୋଲାଖୋଲି ଉଲଂଘନ କରୁଛନ୍ତି,ନା'ଧାର୍ଯ୍ୟ ମୂଲ୍ୟରେ ବିକଛନ୍ତି ନା' ଗ୍ରାହକଙ୍କୁ ବିଲ୍ ଭାଉଚର ଦେଉଛନ୍ତି,କହିଲେ ଓଲଟି ମଦ ମାଫିଆ ମାନେ ନାଲି ଆଖି ଦେଖାଉଛନ୍ତି । କେବଳ ମୂଲ୍ୟରେ ଏପରି ନିୟମ ଉଲଂଘନ ହେଉଛି ତାହା ନୁହଁ ଦୋକାନ ଖୋଲିବା ବନ୍ଦ କରିବା ଠାରୁ ଅନେକ ପ୍ରକାର ବେନିୟମ କାର୍ଯ୍ୟ ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ଏମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନାହିଁ,ସବୁଠୁ ତାତ୍ପର୍ଯ୍ୟ ପୂର୍ଣ୍ଣ ବିଷୟ ହେଲା ଖୋଦ୍ ଅବକାରୀ ବିଭାଗର କର୍ମଚାରୀ ମଧ୍ୟ ମଦ କିଣିଲେ ଧାର୍ଯ୍ୟ ମୂଲ୍ୟରେ ମିଲିପାରୁନାହି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି ।
Post a Comment