//BREAKING//
Loading...

ଓଡ଼ିଆ ସାହିତ୍ୟ କୁ ଆଗେଇ ନେବା ପାଇଁ ଜନ୍ମନେଲା ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ



ଜୁନାଗଡ଼:- ( ତର୍ଜମା ନ୍ୟୁଜ ବ୍ୟୁରୋ )  ଜୁନାଗଡ ତଥା କଳାହାଣ୍ଡି ମାଟିର ସାହିତ୍ୟ, କଳା, ସଂସ୍କାର ,ସଂସ୍କୃତି, ପରମ୍ପରା, ଅତ୍ୟନ୍ତ ଉଚ୍ଚକୋଟୀର ଓ ସୁସମୃଦ୍ଧ । ଏହି ମାଟିର ସାହିତ୍ୟ ଓ ସଂସ୍କୃତିର ବାସ୍ନା ତଥା ମହକ ସାରା ବିଶ୍ୱକୁ ପରିବ୍ୟାପ୍ତ । ସେହି ଉନ୍ନତ ସାହିତ୍ୟ, କଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରି ଆହୁରି ମହକାଇବାକୁ ପାଇଁ ଅଂଚଳ ର ବଛା ବଛା ସାହିତ୍ୟିକ ମାନଙ୍କୁ ନେଇ ଗଠିତ ହୋଇଛି ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ । ସ୍ଥାନୀୟ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ସାହିତ୍ୟିକ ଅଜୟ ଦାସ ଙ୍କ ସଭାପତିତ୍ୱ ରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ ମୁକେଶ ଅଗ୍ରୱାଲ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ସନମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ, ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ଼, ସାହିତ୍ୟିକ ତ୍ରିଲୋଚନ ସିଂ ବେଲଦାର, ସାହିତ୍ୟିକ ସୋହନ ଅଗ୍ରୱାଲ, ସାହିତ୍ୟିକ ସୁଧୀର ମେହେର, ଶ୍ରବଣ କୁମାର ସାହୁ, ସତ୍ୟନାରାୟଣ ରାଜପୁତ, ପ୍ରଧାନ ଶିକ୍ଷକ ନେପାଳ ବାଗ, ବୁଦ୍ଧି ଯିବି ପ୍ରିୟବ୍ରତ ବାଣୁଆ, ବିଶିଷ୍ଟ ଗାଳ୍ପିକ ମନୋଜ କୁମାର ମହାନ୍ତି, ସୁଧୀର ମେହେର ପ୍ରମୁଖ ଯୋଗଦାନ କରି ସଂସଦ ସାହିତ୍ୟ କ୍ଷେତ୍ର ର ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ l ଏହି ଅବସରରେ ଜିଲ୍ଲା ରୁ ଆସିଥିବା ବଛା ବଛା ସାହିତ୍ୟିକ ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନରେ ଜୁନାଗଡ଼ ଠାରେ ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ବଡ ସାହିତ୍ୟ ସମାବେଶ କରିବା ପାଇଁ ବକ୍ତା ମାନେ ମତପୋଷଣ କରିଥିଲେ l ମଞ୍ଚ ପରିଚାଳନା ନବଘନ ସାହୁ, ପ୍ରେମଲାଲ ବାଗ, କରିଥିବା ବେଳେ କବିୟତ୍ରୀ ପଲ୍ଲବୀ ଦାସ, ମୋନାଲିସା ସାହୁ ଯୋଗ ଦାନ କରିଥିଲେ l ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଲୀନାରାଣୀ ସାହୁ ଓ ଇଲନିସି ମିଶନ ସ୍କୁଲ କୁନି କୁନି ଛାତ୍ର ମାନେ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ l ଏହି ଉତ୍ସବ ରେ ଅରୁଣ ମୁଣ୍ଡ, ଭାଗିରଥି ସାଗର, ମନୋଜ ମେହେର, ଦୟାନିଧି ବlଣୁଆ, ପ୍ରମୋଦ ଛତ୍ରିୟl ପ୍ରମୁଖ ସହଯୋଗ କରିଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe