ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ !!
ନର୍ଲା:---------- (ତର୍ଜମା ନ୍ୟୁଜ )
ନର୍ଲା ବ୍ଳକ କେସିଙ୍ଗା ରେଞ୍ଜ ରୁପ୍ରାରୋଡ ସେକ୍ସନ ଟାପରାଙ୍ଗରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରୁପ୍ରାରୋଡ ସେକ୍ସନ ଫରେଷ୍ଟର ବିଶ୍ୱଜିତ ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ରୂପେ ଭିଏସଏସର ସଭାପତି ଦୁଲ୍ଲଭ ମାହାର ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ମୁସ୍କୁଟି ସୋସାଇଟିର ସଭାପତି ସରୋଜ କୁମାର ରାଉତ ଯୋଗ ଦେଇଥିଲେ ।ଖରା ଦିନେ ଆମର ସଚେତନତାର ଅଭାବରୁ ଜଙ୍ଗଲରେ ନିଆଁ ଲାଗି ଅନେକ ମୂଲ୍ୟବାନ ବୃକ୍ଷ ଲତା ପୋଡ଼ି ନଷ୍ଟ ହୋଇଥାଏ। ଜଙ୍ଗଲର ନିଆଁକୁ ଆୟତ୍ତ କରିବା ପାଇଁ ଏଥିରେ ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇ ଥିଲା। ସଭାରେ ସମ୍ମାନିତ ଅତିଥି ରୂପେ ମିଳିତ ସାମ୍ବାଦିକ ସଂଘର ସଭାପତି ନାରାୟଣ ପ୍ରସାଦ ନାଏକ ,କଶୃପଡା ସେକ୍ସନର ଫରେଷ୍ଟର ବିଷିକେଷନ କରୁଆଁ ଓ ଇନ୍ଦ୍ର ମଣି ମାଝୀ ଯୋଗଦେଇ ଥିଲେ। ।ଆମ ଜଙ୍ଗଲ ଯୋଜନାର ଟିମଲିଡର ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଉନ୍ନୟନ ଅଧିକାରୀ ଧିରଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ଦୀପକ ଠାକୁର ଙ୍କ ରିପୋର୍ଟ।
Post a Comment