ଆଜି ରାୟଗଡା ନିର୍ବାଚନ ମଣ୍ଡଳୀର ଜେମାଦେଇପେଣ୍ଟ ଠାରେ ବିଜୁ ଜନତା ଦଳ କର୍ମୀ କାର୍ଯ୍ୟାଳୟର ବରିଷ୍ଟ ସଙ୍ଗଠକ ଶ୍ରୀ.ଯୁକ୍ତ ୟାଲା ଭେଙ୍କେଟେସ୍ଵର୍ ରାଓ ଓରଫ୍ କୋଣ୍ଡାବାବୁଙ୍କ ନେତୃତ୍ବରେ ଏକ ବିଶାଳ କର୍ମୀ ସମ୍ଳିଳିନୀ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କର୍ମୀ ସମ୍ଳିଳିନୀରେ ବିଜୁପ୍ରେମୀ,ନବୀନ ପ୍ରେମୀ,କୋଣ୍ଡା ବାବୁ ପ୍ରେମୀ ଓ ବିଜୁ ଜନତା ଦଳର ସମସ୍ତ କର୍ମୀ ଭାଇ ଭଉଣୀ ଏବଂ ନୂତନ ଯୁବ ପୀଢ଼ି ମାନେ ଉକ୍ତ ସମ୍ଳିଳିନୀ ରେ ପ୍ରାୟ ୫ହଜାର ରୁ ଉର୍ଦ୍ଧ କର୍ମି ଯୋଗ ଦେଇଥିଲେ।ଏହି କର୍ମୀ ସମ୍ଳିଳିନୀ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଗାମୀ ସାଧାରଣ ନିର୍ବାଚନରେ କର୍ମୀ ମାନଙ୍କୁ କି ଭଳି ଦାୟିତ୍ଵ ଦେବା ଓ ବିଜୁ ଜନତା ଦଳ ଓ ନବୀନ ପଟନାୟକଙ୍କ ପ୍ରତି ରହିଥିବା ଦୃଡ ସମର୍ଥନ ପ୍ରକାଶ କରିଥିଲେ।ଏହି ବିଶାଳ କର୍ମୀ ସମାବେଶରେ ବିଜୁ ଜନତା ଦଳର ବରିଷ୍ଠ ସଙ୍ଗଠକ କୋଣ୍ଡା ବାବୁଙ୍କ ଅଧ୍ୟକ୍ଷ ପ୍ରତ୍ୟେକ୍ଷ ଆୱାନରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାୟଗଡା ଜିଲ୍ଲାରେ ବିଜୁ ଜନତା ଦଳର ୩ଟି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରି ଦେକାଇବୁ ବୋଲି ଦୃଡ ସଂକଳ୍ପ ଓ ଶପଥ ନେଇଥିଲେ ଏବଂ ନବିନ ବାବୁଙ୍କୁ ଶଷ୍ଟ ଥର ପାଇଁ ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ଦେଖାଇବୁ ବୋଲି ଶ୍ରୀ କୋଣ୍ଡା ବାବୁ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଟ ନେତା କାଶୀ ନାଇଡୁ,ରାୟଗଡା ଲେମ୍ପସ୍ ସଭାପତି ଚକ୍ର ଧର ବିଡିକା, ବରିଷ୍ଟ ଆଇନ ଜିବି ବିରଜା ପାତ୍ର,ଗାଜିଗାଁ ପଂଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ପିଦିକା,ବୈରଗିହାଲୁହା ପୂର୍ବତନ ସରପଞ୍ଚ ଲୀନା ପିଡ଼ିକା,ବଡ ଇରରୁକୁବାଡି ସରପଞ୍ଚ କମେଶ୍ୱର ତାଡିଙ୍ଗି, ଆଦିବାସୀ ଯୁବ ନେତା ମୋହନ ବିଡିକା,ସୁଧାକର କରକରିଆ, ହାଟ ସେଷକାଳ ସରପଞ୍ଚ ଜିଆନା କିଲକା, ମାଟିକଣା ସରପଞ୍ଚ ମାଳି ତାଡିଙ୍ଗି ଡ଼ାଙ୍ଗଲୋଡ଼ି ସମିତି ଅଜିତ୍ ମାଣ୍ଡାଙ୍ଗି, ପିତାମହଲ ସରପଞ୍ଚ ଟିଟୁ ତାଣ୍ଡିଙ୍ଗି, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିନାୟକ ପଳାଇ ଯୁବ ବିଜେଡିର ଜିଲ୍ଲା ସଂପାଦକ କେ ଶ୍ରୀନିବାସ, ଯୁବ ବିଜେଡିର ଜିଲ୍ଲା ଯୁଗ୍ମ ସମ୍ପାଦକ ନାଗି ରେଡ୍ଡୀ ରବି ଏବଂ ସମସ୍ତ ବିଜୁ ଓ ନବୀନ କର୍ମୀ ଉପସ୍ଥିତ ରହିଥିଲେ।
Post a Comment