//BREAKING//
Loading...

ବାବୁଙ୍କୁ ଛାଡିନି ଚୌକି ନିଶା,ବଦଳି ଆଦେଶକୁ ଅବମାନନା ; ଚନ୍ଦ୍ର ବାବୁ ଙ୍କ ହାତ ବହୁତ ଲମ୍ବ !

 ବାବୁଙ୍କୁ ଛାଡିନି ଚୌକି ନିଶା,ବଦଳି ଆଦେଶକୁ ଅବମାନନା : ଚନ୍ଦ୍ର ବାବୁ ଙ୍କ ହାତ ବହୁତ ଲମ୍ବ!!



କଲମପୁର- ୨୩/୨।                          (ତର୍ଜମା ନ୍ୟୁଜ)                                  କଳାହାଣ୍ଡି ଜିଲ୍ଲା କଲମପୁର ତହସିଲରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀଙ୍କ ଚୌକି ନିଶା ଛାଡିପାରୁ ନାହିଁ, ଯଦ୍ଵାରା ବାବୁଙ୍କୁ ବଦଳି ହେବା ପରେ ବି ଆସ୍ଥାନ ଜମାଇଛନ୍ତି, ସୂଚନା ମୁତାବକ କଲମପୁର ତହସିଲରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଚନ୍ଦ୍ର ଶେଖର ସାହୁଙ୍କୁ କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୨୪୬ ତାରିଖ ୧୩/୨/୨୦୧୪  ମୁତାବକ ଏହି ଜିଲ୍ଲା କର୍ଳାମୁଣ୍ଡା ତହସିଲକୁ ବଦଳି କରାଯାଇ ଥିବା ବେଳେ ସେହି ସ୍ଥାନରେ ସେହି ତହସିଲର ବିଭାଗୀୟ ଅଧିକାରୀ ସୁଦର୍ଶନ ବାଗଙ୍କୁ କଲମପୁର ତହସିଲରେ ଅବସ୍ଥାପିତ ପାଇଁ ନିର୍ଦେଶ ରହିଛି, ସେଥିରେ ଗତ ୨୦ ତାରିଖ ସୁଦ୍ଧା ରିଲିଭ ହୋଇ ବଦଳି ସ୍ଥାନରେ ଯୋଗ ଦେବାକୁ ନିର୍ଦେଶ ରହିଛି, ହେଲେ ବାବୁ ଜଣକ କଲମପୁର ତହସିଲ ଛାଡିପାରି ନାହାନ୍ତି, ବାବୁଙ୍କୁ ଏମିତି ଚୌକି ନିଶା ଘାରିଛିଯେ ବାବୁ ଜଣକ ନେତା ମନ୍ତ୍ରୀ ସହାୟତାରେ କଲମପୁର ତହସିଲରେ ରହିବାକୁ ପ୍ରୟାସ ଚଲାଇଛନ୍ତି,ଏହାର କାରଣ ଖୋଜିବାରୁ ଜଣାଯାଏ ଯେ ଏହି କରିତକର୍ମା ବାବୁଙ୍କ ଘର ଏହି କଲମପୁର ତହସିଲ ପାଖରେ, ବାବୁ ପୂର୍ବରୁ କଲମପୁର ବ୍ଳକ କାର୍ଯ୍ୟାଳୟରେ ଉନ୍ନୟନ କିରାଣୀ ଭାବେ ଅବସ୍ଥାପିତ ଥିଲେ, ସେତେବେଳେ ବାବୁ ଜଣକ ଏପରି କାମ କଲେ ଯେ ଗ୍ରାମବାସୀ ମିଶି ବାବୁଙ୍କୁ ବିଦା କରିଦେଲେ,ସେଠାରୁ ବାବୁ ଜଣକ କିଛି ସମୟ ବାହାରେ ରହି ପୁଣି ନେତା ମନ୍ତ୍ରୀଙ୍କ ସହାୟତାରେ କଲମପୁର ତହସିଲରେ ଆସି ବଡବାବୁ ଭାବେ ଯୋଗଦେଲେ, କିଛି ସମୟ ବ୍ୟବଧାନ ପରେ ବାବୁଙ୍କ ପୁରୁଣା ରୁପ ସମ୍ମୁଖକୁ ଆସିଲେ,ଲୋକେ ଅତିଷ୍ଠ ହୋଇ ନେତା ମନ୍ତ୍ରୀଙ୍କ ଠାରେ ଫେରାଦ ହେଲେ, ତଥାପି କିଛି ହେଉନଥିଲା,ଏହାପରେ ଏବେ ନିର୍ବାଚନ ସମୟ ଆସିଲା,ନିୟମ ମୁତାବକ ନିଜ ବ୍ଳକରେ କୌଣସି କର୍ମଚାରୀ ରହିପାରିବେ ନାହିଁ, ଜିଲ୍ଲାପାଳ ଏଥିପାଇଁ ବାବୁଙ୍କ ତାଲିକା ପାଇବା ପରେ  ବଦଳି ହୋଇ କର୍ଳାମୁଣ୍ଡା ଯିବାକୁ ନିର୍ଦ୍ଦେଶ ଦେଲେ,୨୦ ତାରିଖ ବିତି ଅଧିକା ତିନିଦିନ ଗଢି ଗଲାଣି, ହେଲେ ବାବୁଙ୍କୁ ରିଲିଫ କରାଯାଇ ପାରୁ ନାହିଁ, ଏନେଇ କଲମପୁର ତହସିଲଦାର ସ୍ମରଣୀକା ତୁଳ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏହି ବିଭାଗର ଜନୈକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଆମ ଚନ୍ଦ୍ର ବାବୁଙ୍କ ହାତ ଲମ୍ବା ଅଛି, ପୁଣି ତହସିଲଦାର ଚନ୍ଦ୍ର ବାବୁଙ୍କ ସମ୍ପର୍କୀୟ ଏଣୁ ଚନ୍ଦ୍ର ବାବୁ  ଏଠାରୁ ଯିବା ଏତେ ସହଜ ସାଧ୍ୟ ନୁହେଁ, ଏପଟେ ଅଞ୍ଚଳରେ ବାବୁଙ୍କ ପାଇଁ ଅଶାନ୍ତି ଲାଗିରହିଛି, ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି,।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe