//BREAKING//
Loading...

ଗାନ୍ଧୀ ଚୌକ ଦୂର୍ଗା ମନ୍ଦିର ପରିସର ରେ ବରିଷ୍ଠ ନାଗରିକ ଙ୍କ ବିଶ୍ୱ ଶାନ୍ତି ଗାୟତ୍ରୀ ଯଜ୍ଞ !!

 ଗାନ୍ଧୀ ଚୌକ ଦୂର୍ଗା ମନ୍ଦିର ପରିସର ରେ ବରିଷ୍ଠ ନାଗରିକ ଙ୍କ ବିଶ୍ୱ ଶାନ୍ତି ଗାୟତ୍ରୀ ଯଜ୍ଞ !!




ଭବାନୀ ପାଟଣା:-----

( ତର୍ଜମା ନ୍ୟୁଜ )

ପରିବାର ରେ ଶାନ୍ତି, ଅଞ୍ଚଳ ରେ ଶାନ୍ତି, ନିଜ ପ୍ରଦେଶ ରେ ଶାନ୍ତି,ନିଜ ଦେଶ ରେ ଶାନ୍ତି ଏବଂ ସମଗ୍ର ପୃଥିବୀ ରେ ଶାନ୍ତି ପ୍ରତିଷ୍ଠା ପାଇଁ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ଆଜି ପଵିତ୍ର ମାଘ ପୂର୍ଣ୍ଣିମା ରେ ଗାନ୍ଧୀ ଛକ ଠାରେ ଅବସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଏକ ଗାୟତ୍ରୀ ଯଜ୍ଞ ର ଆୟୋଜନ କରିଥିଲେ,ଏଥିରେ କଳାହାଣ୍ଡି ବରିଷ୍ଠ  ନାଗରିକ ସଂଘ ର ବହୁ ସଦସ୍ୟ,ସଦସ୍ୟା ,ପତଞ୍ଜଳି ଯୋଗ ସମିତି ର ସଦସ୍ୟ,ସଦସ୍ୟା ଏବଂ ଏ.ଟି.ଏଚ. ଗ୍ରୁପର ସଦସ୍ୟ ମାନେ ଭାଗ ନେଇଥିଲେ,ଏହି ଯଜ୍ଞ କଷାକେନ୍ଦୁ ସ୍ଥିତ ଗାୟତ୍ରୀ ଆଶ୍ରମ ର ମୁଖ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା , ଗାୟତ୍ରୀ ପରିବାର ର ସଦସ୍ୟ,ସଦସ୍ୟା ଏବଂ କୁନି କୁନି ବାଳକ ବାଲିକା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ,ଏହି ଯଜ୍ଞ କୁ ସଫଳ କରିବାରେ ଶ୍ରୀଯୁକ୍ତ ଶାନ୍ତନୁ କୁମାର ବେହେରା,ସଭାପତି ଗାନ୍ଧୀ ଛକ ଦୂର୍ଗା ମନ୍ଦିର ଙ୍କ ଭୁମିକା ଅବର୍ଣ୍ଣନୀୟ ଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe