୧୧ କେଭି ବିଦ୍ୟୁତ ତାର ଆଘାତରେ ଦୁଇ ନାବାଳିକା ଗୁରୁତ୍ତର। !!
କଲମପୁର :------
(ତର୍ଜମା ନ୍ୟୁଜ )
ଏହି ଥାନା ଅନ୍ତର୍ଗତ ମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ନାବାଳିକା ଗୁରୁତ୍ତର ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଯାଇଛି ୧୧ କେଭି ବିଦ୍ୟୁତ୍ ତାର,ସେଠାରେ ସେହି ଗ୍ରାମର ତୁଳସୀ ଲହଜଳ ୧୭ ଓ ଶିବାନୀ ଲହଜଲ ୧୦ ଦୁଇ ଭଉଣୀ କୌଣସି କାରଣରୁ ଉପରକୁ ଚଡିଥିବା ବେଳେ ସେହି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ,ଦୈବାତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି, ଉଭୟେ ବାପ ଛେଉଣ୍ଡ ହୋଇଥିବା ବେଳେ ମାଁ ହିଁ ସେମାନଙ୍କ ସାହାଭରସା, ଶିକ୍ଷକ କୁଶଳେଶ୍ଵର ମାଝି ଓ କିଛି ଲୋକଙ୍କ ଉଦ୍ୟମ କ୍ରମେ ସେମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଛନ୍ତି । ସେମାନଙ୍କ ଅବସ୍ଥା ସ୍ଥିରଥିବା ବେଳେ କଲମପୁର ପୋଲିସ ଏହା ଉପରେ ନଜର ରଖିଛି,ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନେ ଚିକିତ୍ସିତ ହେଉଥିବା ବେଳେ ମାମଳା ପଞ୍ଜିକୃତ ହୋଇନଥିବା ଜଣାପଡିଛି ।
ତେବେ କଳାହାଣ୍ଡି ଜିଲ୍ଲା ର ଗ୍ରାମାଞ୍ଚଳ ମାନଙ୍କରେ ବିଦ୍ୟୁତ ଆଘାତ ଜନିତ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସାଧାରଣ ରେ କୋକୁଆ ଭୟ ସୃଷ୍ଟି କରିଛି । ବିଦ୍ୟୁତ ବିଭାଗ ତୁରନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରି ଏ ପରି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରି ଅତିଶିଘ୍ର ଲୋକଙ୍କୁ ବିଦ୍ୟୁତ ଆଘାତ ରୁ ରକ୍ଷା କରିବା ପାଇଁ ଦାବୀ ହେଉଛି ।
Post a Comment